ଅଜବ ମାନସିକତାର ପରମ୍ପରା ! ପୂଜକଙ୍କ ହାତରୁ ଖସି 8 ମାସର ଶିଶୁ ଗୁରୁତର - Kerala news

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 18, 2024, 10:31 PM IST

ଥିରୁଅନନ୍ତପୁରମ: ଏବେ ବି ଦେଶର ବିଭିନ୍ନ କୋଣରେ ବିଶ୍ବାସ ଓ ପରମ୍ପରା ଆଳରେ ଏମିତି କିଛି ପ୍ରଥା ପ୍ରଚଳିତ, ଯାହା ସ୍ବାଭାବିକ ଭାବେ ଗ୍ରହଣୀୟ ନୁହେଁ । କିନ୍ତୁ ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାକୁ ବିଶ୍ବାସ ଆଧାରରେ ଆଜି ବି ପାଳନ କରୁଛନ୍ତି ବିଭିନ୍ନ ସମୂଦାୟ । ତେବେ କେରଳର ପଥାନାମିତାରେ ଥିବା ଏଜାମକୁଲମ ଦେବୀ ମନ୍ଦିରରେ ଏକ ବିତିତ୍ର ପରମ୍ପରା ଅନୁସାରେ ପାଳନ କରାଯାଉଥିବା ବେଳେ ଜଣେ 8 ମାସର ଶିଶୁ ଗୁରୁତର ହୋଇଛି । ମନ୍ଦିର ପରିସରରେ ବର୍ଷ ବର୍ଷରୁ ପାଳିତ ହୋଇଆସୁଥିବା ପ୍ରଥା ଅନୁସାରେ, ଛୋଟ ଛୁଆଙ୍କୁ ଧରି ପୂଜକମାନେ ବନ୍ଧାଯାଇଥିବା ରସିରେ ଓହଳନ୍ତି । ବାଦ୍ୟଯନ୍ତ୍ର ଓ ମନ୍ତ୍ରଧ୍ବନୀ ସହ କିଛି ସମୟ ପର୍ଯ୍ୟନ୍ତ ଏହି ଓହଳିବା ପ୍ରକ୍ରିୟା ଚାଲେ । ତେବେ ଏପରି ଏକ କାର୍ଯ୍ୟକ୍ରମ ବେଳେ ଓହଳିଥିବା ଜଣେ ପୂଜକଙ୍କ ହାତରୁ 8 ମାସର ଶିଶୁ ଖସି ପଡିଥିଲା । ଶିଶୁର ହାତ ଭାଙ୍ଗିଯାଇଥିବା ବେଳେ ଶୀରର ଅନ୍ୟ କିଛି ସ୍ଥାନରେ ଆଘାତ ଲାଗିଛି । ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶିଶୁଟି ଖସିପଡିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଦେଖନ୍ତୁ ଭିଡିଓ 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.