ଅସରାଏ ବର୍ଷାରେ ରାସ୍ତାରେ ଲହରୀ ଭାଙ୍ଗିଲା ନର୍ଦ୍ଦମା ଜଳ - Drain water logging in Berhampur

By ETV Bharat Odisha Team

Published : Jun 28, 2024, 9:45 AM IST

thumbnail
Drain water problem in Berhampur (ETV Bharat Odisha)

Drain water problem in Berhampur ବ୍ରହ୍ମପୁର: ଅସରାଏ ବର୍ଷାରେ ବ୍ରହ୍ମପୁରର ପ୍ରମୁଖ ରାସ୍ତାରେ ନର୍ଦ୍ଦମା ପାଣିର ସୁଅ । ମୌସୁମି ବର୍ଷାରେ ବେହାଲ ବ୍ରହ୍ମପୁର ।  ସହରରେ ଗତ ଦୁଇ ଦିନ ମଧ୍ୟରେ ହୋଇଥିବା ସାମାନ୍ୟ ବର୍ଷାରେ ସହରର ପ୍ରମୁଖ ରାସ୍ତାରେ ଦେଖିବାକୁ ମିଳିଛି ନାଳନର୍ଦ୍ଦମା ପାଣିର ସୁଅ । ଗୋଟିଏ ପଟେ ଦୀର୍ଘ ଦିନର ଗ୍ରୀଷ୍ମର ତାତିରେ ଆଉଟୁ ପାଉଟୁ ହେଉଥିବା ସହରବାସୀ ଏବେ ସାମାନ୍ୟ ବର୍ଷାରେ ମୁଖ୍ୟ ରାସ୍ତାରେ ପାଣି ଢେଉ ଖେଳୁଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  

ମହାନଗର ନିଗମ ତରଫରୁ ବର୍ଷା ପୂର୍ବରୁ ନାଳ ନର୍ଦ୍ଦମା ସଫେଇ ଦିଗରେ ଗୁରୁତ୍ବ ଦିଆଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ନାଳନର୍ଦ୍ଦମା ମରାମତି ଶେଷ ନହେବା ଏବଂ ବହୁ ୱାର୍ଡରେ ରାସ୍ତା ମରାମତି ହୋଇପାରୁନଥିବାରୁ ଯୋଗୁଁ ଏପରି ସ୍ଥିତି ଉପୁଜୁଥିବା କୁହାଯାଉଛି । ମୁଖ୍ୟତଃ ସହରର ପ୍ରେମନଗର ହାଉସିଙ୍ଗ୍ ବୋର୍ଡ ରାସ୍ତା ,କର୍ପୋରେସନ ରୋଡ , ଟାଟା ବେଞ୍ଜ ଛକ ,ଅନ୍ଦପସରା ରୋଡ, ଗାନ୍ଧୀନଗର , ଆସିକା ରୋଡର ମୁଖ୍ୟରାସ୍ତାର ଶ୍ରୀରାମନଗର ଛକ , କର୍ପୋରେସନ ରୋଡ ଭଳି ସହରର ଅନେକ ପ୍ରମୁଖ ସ୍ଥାନରେ ଏପରି ସମସ୍ୟା ଲାଗି ରହୁଥିବା ଦେଖାଯାଇଛି । 

ଏହାମଧ୍ୟ ପଢନ୍ତୁ.. 5ଦିନ ରାଜ୍ୟରେ ଲାଗି ରହିବ ବର୍ଷା, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ - Heavy Rainfall In Odisha

ବର୍ଷାର ମୁକାବିଲା ପାଇଁ ପ୍ରଶାସନ ପ୍ରତ୍ୟେକ ବର୍ଷ ପ୍ରସ୍ତୁତ ହେଉଥିବା ବେଳେ ସାମାନ୍ୟ ବର୍ଷାରେ ନାଳନର୍ଦ୍ଦମା ଜଳ ରାସ୍ତା ଉପରେ ଲହରୀ ଭାଙ୍ଗିବା ଯୋଗୁ ମହାନଗର ନିଗମର କାର୍ଯ୍ୟକାରିତା ଉପରେ ସ୍ଥାନୀୟଲୋକେ ପ୍ରଶ୍ନ ଉଠାଇଛନ୍ତି । ବର୍ଷ ବର୍ଷ ଧରି ରେଶମ ସହରବାସୀ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ବର୍ଷା ସମୟରେ ବ୍ରହ୍ମପୁର ମହାନଗର ନିଗମ ସହିତ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ବିଭିନ୍ନ ସମୟରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜୁଥିବାର ମଧ୍ୟ ନଜର ରହିଛି  । ଏନେଇ ଯଥାଶୀଘ୍ର ବ୍ରହ୍ମପୁର ସହରରେ  ବଡ ଧରଣର ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ବର୍ଷା ଜଳ ନିଷ୍କାସନ ନହେବା ଯୋଗୁ ଅନେକ ସ୍ଥାନରେ ସାଧାରଣ ଜନତା ହଇରାଣ ହରକତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.