ରୁଙ୍ଗଟା କାରଖାନା ଦୁର୍ଘଟଣା: ମୃତାହତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ଦାବି କଲା ବିଜେପି - Dhenkanal Rungta mines Mishap

By ETV Bharat Odisha Team

Published : Jun 25, 2024, 10:46 AM IST

thumbnail
Dhenkanal Rungta mines Mishap (ETV Bharat Odisha)

Dhenkanal Rungta mines Mishap: ଢେଙ୍କାନାଳ: ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ସ୍ଥିତ ରୁଙ୍ଗୁଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ଦୁର୍ଘଟଣା ପ୍ରସଙ୍ଗ । ମୃତାହତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣାରେ ସାମିଲ ହେଲା ବିଜେପି । କାରଖାନା କର୍ତ୍ତୁପକ୍ଷଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା । ସୋମବାର ସକାଳ ସମୟରେ କାରଖାନର ଗୁଡ୍ସ ସିଫ୍ଟିଙ୍ଗ ପ୍ଲାଟଫର୍ମରୁ ଲୁହା ବିମ ଖସି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କ ଚିକିତ୍ସା ଜାରି ରହିଛି  ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ସ୍ଥିତ ରୁଙ୍ଗୁଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ସୋମବାର ଅଘଟଣ ଘଟିଥିଲା । କାରଖାନାର ଡିଆରଆଇ ପ୍ଲାଣ୍ଟର ୩୦ଫୁଟ ଉଚ୍ଚରେ ନିର୍ମାଣ ହୋଇଥିବା ଗୁଡ୍ସ ସିଫ୍ଟିଙ୍ଗ ପ୍ଲାଟଫର୍ମର କିଲନ ନଂ ୮ ଓ ୯ ଭୁଶୁଡି ପଡି ପଡି ୨ଜଣ ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ 2ଜଣ ଗୁରୁତର ହୋଇଥିଲେ । ଗୁଡ୍ସ ସିଫ୍ଟିଙ୍ଗ ପ୍ଲାଟଫର୍ମ ତିଆରିରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଓଲ୍ଡିଂ ଛାଡି ଯାଇ ପ୍ଲାଟଫର୍ମର ବଡ଼ ବଡ଼ ଲୁହ ବିମ ଓ ପ୍ଲେଟ ତଳକୁ ଖସି ପଡିବାରୁ ଏହି ଅଘଟଣ ଘଟିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ରୁଙ୍ଗଟା କାରଖାନାରେ ଅଘଟଣ; ଦୁଇ ଶ୍ରମିକ ମୃତ, ୩ ଗୁରୁତର - Dhenkanal Rungta mines ltd Mishap

ଅନ୍ୟପଟେ ଏହି ଅଘଟଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କାରଖାନା ସମ୍ମୁଖରେ ଧାରଣା ଦେଇଥିଲା ବିଜେପି । ଦୁର୍ଘଟଣାରେ ମୃତାହତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ସହ ଦାବି କରିଛନ୍ତି । ଦୁର୍ଘଟଣା ପରେ ବିଜେପି କର୍ମୀମାନେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଗଣ ଧାରଣା ଦେଇ ମୃତାହତ ଶ୍ରମିକମାନଙ୍କ ପରିବାରକୁ କ୍ଷତି ପୂରଣ ଓ ମୃତ ଶ୍ରମିକଙ୍କ ପରିବାରର ଜଣଙ୍କୁ କାରଖାନାରେ ନିଯୁକ୍ତି ଦାବି କରି କରିଥିଲେ । ପ୍ରଶାସନ ପକ୍ଷରୁ ହିନ୍ଦୋଳ ତହସିଲଦାର, ଏସଡିପିଓ ପହଞ୍ଚି କାରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ମୃତ ଶ୍ରମିକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ପ୍ରଦାନ ଓ ଜଣଙ୍କୁ ନିଯୁକ୍ତି ତଥା ଗୁରୁତର ଶ୍ରମିକଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ବହନ କରିବା ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ବିଜେପି କର୍ମୀ ଗଣଧାରଣାରୁ ହଟିଥିବା ଜଣାପଡିଛି । 
 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.