thumbnail

ଜମୁଛି ଜାଗର ଯାତ୍ରା, ଲୋକାରଣ୍ୟ କପିଳାସ ପୀଠ

By ETV Bharat Odisha Team

Published : Mar 8, 2024, 3:22 PM IST

Devotees Offer Prayer In Kapilash Temple:ଢେଙ୍କାନାଳ: ଆଜି ପବିତ୍ର ମହାଶିବରାତ୍ରୀ । ଶୈବପୀଠ ମାନଙ୍କରେ ଦେବ ଦେବ ମହାଦେବଙ୍କର ପାଳନ ହେଉଛି ଜାଗର ଯାତ୍ରା । ଏଥିପାଇଁ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସ ପୀଠ ବେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପୀଠକୁ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ବଡ଼ ଦାଣ୍ଡରୁ ପାହାଚ ଓ ବାରବାଙ୍କ ରାସ୍ତା ଯାଏଁ ବାରିକେଟ ବ୍ୟବସ୍ଥା କରାଯାଇଛି । 

ଚଳିତ ବର୍ଷ ଭୋର ୩ଟା ୫୫ ମିନିଟ ରେ ମନ୍ଦିର ଚୁଡାକୁ ଉଠିବାର କାର୍ଯ୍ୟ ନିର୍ଘଣ୍ଟ କରାଯାଇଛି । ପରମ୍ପରା ମୁତାବକ ଆଜି ଭୋର ସମୟରୁ ନୀତିକାନ୍ତିର ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ତେବେ ସଂଧ୍ୟା ପରେ ଜୀଉଙ୍କ ସ୍ୱତନ୍ତ୍ର ରୀତିନୀତି ମୁତାବକ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯିବ । ଏସବୁ ମଧ୍ୟରେ ପରମ୍ପରା ମୁତାବକ ପ୍ରଭୁଙ୍କ ନାଗା ଭରଣ ବେଶ, ମାତା ପାର୍ବତୀଙ୍କ ରାଜାରାଜେଶ୍ୱରୀ ବେଶ , ହରି ହର ଭେଟ ଓ ଯୋଗିରାଜ ବେଶ ଆଦି ଦୁଲ୍ଲଭ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଫଳରେ ସଂଧ୍ୟା ପରେ ଲକ୍ଷ ଲକ୍ଷ ସଂଖ୍ୟାରେ ମାନସିକ ଧାରୀ ମନ୍ଦିର ଚତୁଃପାର୍ଶ୍ୱରେ ମନ୍ଦିର ଠାରୁ ପାହାଡ଼ ସାରା ଦୀପ ଜାଳି ପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । 
 

ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ସମାଗମ ହେବାର ଭିଡ଼ ଜମିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ, ପରିମଳ ଓ ପାନୀୟ ଜଳ ଆଦି ବ୍ୟବସ୍ଥା ସାଙ୍ଗକୁ ଉଭୟ ବାରବାଙ୍କ ଓ ପାହାଚ ରାସ୍ତାରେ ଆଲୋକୀକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୧୦ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି । ସ୍ୱତନ୍ତ୍ର କିଛି ଗାଡି ବ୍ୟବସ୍ଥା ବ୍ୟତୀତ ଅନ୍ୟ ଗାଡି ଓ ବାଇକ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ମନ୍ଦିର ପାଦ ଦେଶ ଦେଓଗାଁ ଜଣ ବାହାନ ପାଇଁ ସ୍ୱତନ୍ତ୍ର ଭାବେ ଦୁଇଟି ପାର୍କିଂ ବ୍ୟବସ୍ଥା କରାଯାଇଛି । 

ଏହା ମଧ୍ୟ ପଢନ୍ତୁ: ବାଲୁକା କଳାରେ ୧୨ ଜ୍ୟୋର୍ତିଲିଙ୍ଗ, ପର୍ଯ୍ୟଟକଙ୍କ ମନମୋହିଲା ଶିଳ୍ପୀଙ୍କ ସୃଷ୍ଟି

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.