'ବମବମ୍ ହରହର ବମ୍' ନାରାରେ କମ୍ପୁଛି କଟକ ସହର, ଆକର୍ଷିତ କରୁଛି ଧନୁ ଆକୃତିର ବିଶାଳ ବାହୁଙ୍ଗୀ - devotess makes big bahungi

By ETV Bharat Odisha Team

Published : Jul 28, 2024, 10:17 PM IST

thumbnail
DEVOTESS MAKES 40 FITS BAHUNGI (ETV Bharat Odisha)

40 FTS BAHUNGI IN CUTTACK: କଟକ: ଚାଲିଛି ଶ୍ରାବଣ ମାସର ବୋଲବମ ଯାତ୍ରା । ଶୈବ ଭକ୍ତମାନଙ୍କର ଆନନ୍ଦର ସୀମା ନାହିଁ । ଭଳି କି ଭଳି ବାହୁଙ୍ଗୀରେ ଭାର ନେଉଛନ୍ତି କାଉଡ଼ିଆ । ତେବେ କଟକରେ ଏକ ବିଶାଳ ବାହୁଙ୍ଗୀ ନିର୍ମାଣ ହୋଇଛି । କଟକ ବିଡାନାସୀ ତ୍ରିନାଥ ଯୁବକ ସଂଘର ସଦସ୍ୟମାନେ ପ୍ରସ୍ତୁତ କରିଛନ୍ତି ଏକ 40 ଫୁଟ ଲମ୍ବର ବାହୁଙ୍ଗୀ । ଧନୁ ଆକୃତିରେ ତିଆରି ଏହି ବିଶାଳ ବାହୁଙ୍ଗୀଟିକୁ ବାଉଁଶରେ ତିଆରି କରାଯାଇଛି । ତିଆରି କରିବାକୁ ୫ ଦିନ ସମୟ ଲାଗିଛି । ଫୁଲରେ ସଜା ଯାଇଛି । ତିନୋଟି ପିତ୍ତଳ ଗରାରେ ୪୦ ଲିଟର କ୍ଷୀର ଓ ୨୦ ଲିଟର ଜଳ ଏହି ବାହୁଙ୍ଗୀରେ ବାନ୍ଧି ଯାତ୍ରା ଆରମ୍ଭ କରିଛନ୍ତି ଶୈବ ଭକ୍ତମାନେ ।

ଏହି ବାହୁଙ୍ଗୀକୁ ଉଭୟ ପଟେ ମୋଟ 100 ଜଣ କାଉଡ଼ିଆ ଭାଇ କାନ୍ଧେଇ ନେବେ । ମହାନଦୀ ଚହଟା ଘାଟରୁ ବାହାରି ବିଡାନାସୀ, ଦେଉଳ ସାହି, ସେଲଟର ଛକ, ସତୀଚୌରା, ସିଡ଼ିଏ, ନରାଜ, ମୁଣ୍ଡଳୀ ଦେଇ ଆଠଗଡ଼ ସର୍ପେଶ୍ବର ମହାଦେବଙ୍କ ନିକଟକୁ ଯାତ୍ରା ଆରମ୍ଭ କରିଛି ଏହି ବଡ଼ ବାହୁଙ୍ଗୀ ।ଏଥିରେ ଶତାଧିକ କାଉଡ଼ିଆ ଭକ୍ତ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଶ୍ରାବଣ ପ୍ରଥମ ସୋମବାର: ଶୈବପୀଠରେ ପ୍ରବଳ ଭିଡ, ୭୨ ବର୍ଷ ପରେ ପଡିଛି ଦୁର୍ଲଭ ସଂଯୋଗ, ଭୋଳା ବାବା ପୂରା କରିବେ ସବୁ ମନୋସ୍କାମନା ! - Sawan month start


ଇଟିଭି ଭାରତ,କଟକ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.