ଶିବରାତ୍ରୀରେ ଚଳଚଞ୍ଚଳ ଧବଳେଶ୍ୱର ପୀଠ, ରାତି ୧ଟାରେ ମହାଦୀପ - Mahashivratri ୨୦୨୪

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 8, 2024, 12:29 PM IST

Devotees Crowd In Dhabaleswara Temple Cuttack in Mahashivratri, କଟକ: ଆଜି ପବିତ୍ର ମହାଶିବରାତ୍ରି ବା ଜାଗର ପର୍ବ । ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇଥିବା ବେଳେ ବାବାଙ୍କ ଦର୍ଶନ ପାଇଁ ଛୁଟୁଛନ୍ତି ଭକ୍ତ । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ବର ପୀଠ । ଭୋରରୁ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ମନ୍ଦିର ପରିସରରେ ଜମିଛି ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ ଭିଡ଼ । ମହାଶିବରାତ୍ରୀ ଅବସରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ପୂଜକ ସମିତି ପକ୍ଷରୁ ଭୋର ଚାରିଟାରୁ ମନ୍ଦିରର ଦ୍ଵାର ଖୋଲାଯାଇ ବାବା ଧବଳେଶ୍ୱରଙ୍କ ମହାସ୍ନାନ କରାଯିବା ସହ କେତକୀ ଫୁଲରେ ସଜ୍ଜିତ କରାଯାଇଥିଲା । ଏହା ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ତେବେ ଅପରାହ୍ନରେ ଚାରି ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି କରାଯାଇ ବେଢ଼ା ପରିକ୍ରମା କରାଯିବ । ପରେ ରାତ୍ର ଗୋଟାଏରେ ମହାଦୀପ ଉଠିବା ନେଇ ମନ୍ଦିର ପକ୍ଷରୁ ନିଷ୍ପତ୍ତି କରାଯାଇଛି । ସୁରକ୍ଷାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସକାଳୁ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଲକ୍ଷାଧିକ ଭକ୍ତ ସମାଗମ ହେବା ନେଇ ପୋଲିସ ପକ୍ଷରୁ ଆକଳନ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ: ଆଜି ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ, ଉଜାଗର ରହି ଜାଗର ଜାଳିବେ ଭକ୍ତ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.