ପାତଳୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାବାହୁ - Snana Yatra 2024

By ETV Bharat Odisha Team

Published : Jun 22, 2024, 4:25 PM IST

thumbnail
SNANA YATRA 2024 (ETV Bharat Odisha)

Snana Yatra 2024: ସୁବର୍ଣ୍ଣପୁର: ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ପାତଳୀ ଶ୍ରୀକ୍ଷେତ୍ରରେ ବେଶ ଆନନ୍ଦ ଉତ୍ସାହର ସହ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛି । ଆଖପାଖ ଅଞ୍ଚଳର ଶତାଧିକ ଭାରୁଆ ପାତାଳୀ ଶ୍ରୀକ୍ଷେତ୍ରର ଛଳିଆ ପାହାଡର ପାଦଦେଶରେ ଥିବା ସ୍ୱର୍ଣ୍ଣ କୂପରୁ ଅମୃତ ବାରି ଆଣି ମନ୍ତ୍ର ବିଶୋଧନ କରିବା ପରେ ଶ୍ରୀଜୀଉଙ୍କୁ ସ୍ନାନ କରାଯାଇଛି । ପାତଳୀ ଶ୍ରୀକ୍ଷେତ୍ର ପରିଚାଳନା କମିଟି ପକ୍ଷରୁ ପୁରୀ ଶ୍ରୀମନ୍ଦିର ରୀତିନୀତିରେ ଆଜିର ଦେବସ୍ନାନ ପୂର୍ଣ୍ଣମା ପାଳନ ପାଇଁ ନିଷ୍ପତ୍ତି ନେଇଥିଲେ । 

ଆଜି ସକାଳ 5ଟାରେ ମଙ୍ଗଳ ଆରତୀ, 9ଟାରେ ଶ୍ରୀଜୀଉଙ୍କ ଧାଡି ପହଣ୍ଡି ଓ ସ୍ନାନ ମଣ୍ଡପ ବିଜେ, 11ଟାରେ ଶ୍ରୀଜୀଉଙ୍କର ମହାସ୍ନାନ, ମଧ୍ୟାହ୍ନ 1ଟାରେ ଶ୍ରୀଜୀଉଙ୍କ ଗଜାନନ ବେଶ ଓ ଅପରାହ୍ନ 4ଟାରେ ଶ୍ରୀଜୀଉଙ୍କ ଅଣସର ନୀତି ପାଳନ କରାଯିବା ସହିତ ନିର୍ଘଣ୍ଟ ଅନୁଯାୟୀ ଦେବ ନୀତି ପାଳନ କରାଯାଇଛି । ତେବେ ଶ୍ରୀଜୀଉଙ୍କ ଗଜାନନ ବେଶ ଦେଖିବା ପାଇଁ ଛଳିଆ ପାହାଡର ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରାକୃତିକ ଶୋଭରାଜିରେ ଭରପୁର ଶ୍ରୀମନ୍ଦିର ପୁରୀ ପ୍ରଦତ୍ତ ଦାରୁବିଗ୍ରହଙ୍କ ପାତାଳୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ପାଇଁ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଚଳିତ ବର୍ଷ ରଥଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.