ନିଜ ନିର୍ବାଚନ ମଣ୍ଡଳୀର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ - Deputy CM in Nimapara - DEPUTY CM IN NIMAPARA
🎬 Watch Now: Feature Video

Published : Jun 16, 2024, 10:43 PM IST
DEPUTY CM PRAVATI PARIDA IN NIMAPARA: ନିମାପଡ଼ା: ନିଜ ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି (ରବିବାର) ଦିନ ନିମାପଡ଼ାଗସ୍ତ କରି ବିଭିନ୍ନ ଲୋକଙ୍କ ସହ ମିଶିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ ପରେ ଆଜି ପ୍ରଥମ ଥର ନିମାପଡ଼ ଗସ୍ତ କରିଥିବାବେଳେ ଖେଲାର, କାଜିପାଟଣାରେ ଥିବା ମହାବୀର ଓ ରାମ ମନ୍ଦିରରେ ଦର୍ଶନ କରି ନିମାପଡ଼ା ପାଟପୁରରେ ଥିବା ବାସୁଦେବ ଠାକୁରଙ୍କ ଆର୍ଶୀବାଦ ଗ୍ରହଣ କରିଥିଲେ ।
ଏହାପରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚିଥିଲେ । ଡାକ ବଙ୍ଗଳାରେ ଉପମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ବର୍ଗର ଲୋକେ ସମ୍ବର୍ଦ୍ଧିତ କରିଥିବା ପରେ ପୂର୍ତ୍ତ ବିଭାଗ ବଙ୍ଗଳାରେ ପିପିଲି କୋଣାର୍କ ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ବର୍ଷା ଦିନ ପୂର୍ବରୁ ରାସ୍ତା କାମ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ନିମାପଡ଼ା ସରକାରୀ ଡାକ୍ତରଖାନାକୁ ଯାଇ ସ୍ଵାସ୍ଥ୍ୟ ସେବା ନିରୀକ୍ଷଣ କରିଥିଲେ । ଡାକ୍ତର ଖାନାରେ ୬ଜଣ ଡାକ୍ତର ଥିବାବେଳେ ଜଣେ ଡାକ୍ତରରେ ଡାକ୍ତର ଖାନାରେ ସେବା ଯୋଗାଇ ଦିଆଯାଉଥିବା ନଜରକୁ ଆସିବା ପରେ ଅନ୍ୟ ଡାକ୍ତର କ'ଣ ପାଇଁ ଛୁଟିରେ ରହିଛନ୍ତି ବୋଲି ସେନେଇ ପୁରୀ ସିଡିଏମିଓଙ୍କ ସହିତ ଆଲୋଚନା କରି ନିମାପଡ଼ାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ସେ ।
ଇଟିଭି ଭାରତ, ନିମାପାଡ଼ା