ରେଳଧାରଣାରେ ପଡିଛି ଓକିଲଙ୍କ ମୃତଦେହ; ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ - Lawyer dead body found

By ETV Bharat Odisha Team

Published : Jul 26, 2024, 2:32 PM IST

thumbnail
ରେଳଧାରଣାରେ ପଡିଛି ଓକିଲଙ୍କ ମୃତଦେହ; ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ (ETV Bharat Odisha)

କଟକ: ରେଳଧାରଣାରେ ପଡିଛି ଓକିଲଙ୍କ ମୃତଦେହ । କଟକ ଚୌଦ୍ବାର ଶଙ୍କରପୁର ରେଳଧାରଣାରୁ ମୃତଦେହ ଉଦ୍ଧାର ହୋଇଛି  । ମୃତକ ହେଲେ ସୌମ୍ୟ ପ୍ରକାଶ ମହାପାତ୍ର ଓ ଘର ଶେଖବଜାରରେ ହୋଇଥିବା ତାଙ୍କ ପରିଚୟପତ୍ରରୁ ଜଣାପଡିଛି  । ଘଟଣାସ୍ଥଳରେ ଓକିଲଙ୍କ ବାଇକ ମଧ୍ୟ ପଡିଛି  । ପୋଲିସ ସେଠାରେ ପହଞ୍ଚି ମୃତଦେହ ସହ ଗାଡି ଓ ତାଙ୍କର ପରିଚୟପତ୍ର ଉଦ୍ଧାର କରିଛି  । ତେବେ କେମିତି ଓକିଲଙ୍କ ମୃତ୍ୟୁ ହେଲା ? ଏହା ଆତ୍ମହତ୍ୟା ନା କେହି ହତ୍ୟା କରି ଏମିତି ଫିଙ୍ଗି ଦେଇଛି ? ଏ ଯାଏଁ ସ୍ପଷ୍ଟ ହୋଇପାରିନି  । ପୋଲିସର ତଦନ୍ତ ପରେ ଘଟଣା ଜଣାପଡିବ  । ବର୍ତ୍ତମାନ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଯାଇଛି  । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରହସ୍ୟ ଉପରୁ ପରଦା ଉଠିପାରିବ ବୋଲି ସୂଚନା ଦେଇଛି ଚୌଦ୍ବାର ଥାନା ପୋଲିସ  । ଅନ୍ୟପଟେ ଏହି ଘଟଣା ନେଇ ମୃତ ସୌମ୍ୟଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ  ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.