ପତିବ୍ରତା ପତ୍ନୀ ରାଧା, ସ୍ବାମୀଙ୍କ ସୁସ୍ଥତା ପରେ ଶ୍ରୀକ୍ଷେତ୍ରକୁ ଦଣ୍ଡବତ ଯାତ୍ରା - Dandavat Yatra
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 24, 2024, 12:49 PM IST
Dandavat Yatra: ଯାଜପୁର: ରାସ୍ତାରେ ଦଣ୍ଡବତ କରି କରି ଜଗା ଦର୍ଶନରେ ବାହାରିଲେ ମହିଳା । ରାଧାଙ୍କ ସ୍ୱାମୀଙ୍କ ସୁସ୍ଥତା କାମନା କରି ମାନସିକ କରିଥିଲେ ଶାଶୁ । ଯାହା ପୂରଣ ହୋଇଥିବାରୁ ଭଗବାନଙ୍କୁ ଶାଶୁ ଦେଇଥିବା କଥା ରକ୍ଷା କରିଛନ୍ତି ରାଧା । କାରଣ ଏହାରି ଭିତରେ ଶାଶୁଙ୍କର ଦେହାନ୍ତ ହୋଇଛି । ତେଣୁ ପଞ୍ଚିକୋଟ ପଞ୍ଚାୟତ ଲକ୍ଷ୍ମୀନଗର ଗାଁରୁ ରାସ୍ତାରେ ଦଣ୍ଡବତ କରି ଜଗା ଦର୍ଶନରେ ବାହାରିଛନ୍ତି ରାଧା । ସୂଚନା ଅନୁସାରେ, କୋରେଇ ବ୍ଲକ ଲକ୍ଷ୍ମୀନଗର ଗାଁରେ ରାଧା ଜେନା ତାଙ୍କ ପରିବାର ସହ ବାସ କରନ୍ତି । ଗତ କିଛିଦିନ ତଳେ ରାଧାଙ୍କ ସ୍ୱାମୀ କୌଣସି ଏକ ରୋଗରେ ପୀଡିତ ହୋଇ ଜୀବନ ମରଣ ସହିତ ଲଢେଇ କରୁଥିଲେ । ତାଙ୍କ ସୁସ୍ଥତା କାମନା କରାଯାଇ ମାନସିକ ରଖାଯାଇଥିଲା ।
ଏହା ବି ପଢନ୍ତୁ...ଜଗା ଦର୍ଶନରୁ ବଞ୍ଚିତ ଦିବ୍ୟାଙ୍ଗ ଭକ୍ତ, ମହାପ୍ରଭୁଙ୍କୁ ନଦେଖି ମନ ଦୁଃଖରେ ଫେରୁଛନ୍ତି ଶ୍ରଦ୍ଧାଳୁ
ଯେବେ ପୁଅ ଭଲ ହୋଇଯିବେ ରାସ୍ତାରେ ଚାଲିଚାଲି ଦଣ୍ଡବତ କରି ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ମାନସିକ କରିଥିଲେ ରାଧାଙ୍କ ଶାଶୁ । ଯାହାକୁ ପାଳନ କରିଛନ୍ତି ରାଧା । ତେବେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଧାଙ୍କ ସ୍ୱାମୀ ଏବେ ସୁସ୍ଥ ହୋଇଛନ୍ତି । ସେପଟେ ସ୍ୱାମୀ ଭଲ ହେବା ପରେ ଲକ୍ଷ୍ମୀନଗର ଗାଁରୁ ରାଧା ଜେନା ତାଙ୍କ ସ୍ୱାମୀଙ୍କୁ ଧରି ଦଣ୍ଡବତ କରି କରି ପୁରୀ ଅଭିମୁଖେ ବାହାରିଛନ୍ତି। ରାସ୍ତାରେ ସେମାନଙ୍କୁ ଦେଖି ଅନେକ ଲୋକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ଇଟିଭି ଭାରତ, ଯାଜପୁର