thumbnail

ବାତ୍ୟା ‘ଦାନା’କୁ ନେଇ ପାରାଦ୍ୱୀପରେ ହାଇଆଲର୍ଟ, ଆଜି ତଳିଆ ଅଞ୍ଚଳରୁ ସ୍ଥାନାନ୍ତରଣ

By ETV Bharat Odisha Team

Published : 3 hours ago

Updated : 2 hours ago

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଗତକାଲି ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପାରାଦ୍ୱୀପର ଶଣ୍ଢକୁଦ ଓ ଅଞ୍ଚଳ ମତ୍ସଜୀବୀମାନଙ୍କ ପାଇଁ ସତର୍କ ସୂଚନା ପ୍ରଦାନ କରିବା ସହିତ ଆଜିଠାରୁ ଆସନ୍ତା 26 ପର୍ଯ୍ୟନ୍ତ ଅଶାନ୍ତ ସମୁଦ୍ରକୁ ମାଛ ମାରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ଯାଇଛନ୍ତି ସେମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ କହିଛି ଜିଲ୍ଲା ମତ୍ସ୍ୟ ଓ ପଶୁ ସଂପଦ ବିଭାଗ । 

ସେହିପରି ପାରାଦ୍ୱୀପର ବସ୍ତି ଓ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଆଜି ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପାରାଦ୍ୱୀପ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ସେହିପରି ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯିବା ସହିତ ପ୍ରସ୍ତୁତ କରି ରଖା ଯାଇଛି । ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଘଣ୍ଟା ପ୍ରତି 100 ରୁ 120 କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଫଳରେ ତଳିଆ ଅଞ୍ଚଳଗୁଡିକରେ ପାଣି ପସିଯିବାର ସମ୍ଭାବନା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ପାରାଦ୍ୱୀପର 4ଟି ବାତ୍ୟା ଆଶ୍ରୟସ୍ଥଳୀ ସମେତ ଦରକାର ପଡ଼ିଲେ ସମସ୍ତ କଲ୍ୟାଣ ମଣ୍ଡପଗୁଡିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବେବହାର କରାଯିବକୁ ନିଷ୍ପତ୍ତି ହୋଇଛି । 

ଏହା ମଧ୍ୟ ପଢନ୍ତୁ :- ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

ସେହିପରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା 23 ତାରିଖଠାରୁ 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସେହିପରି କଚା ଘରେ ରହୁଥିବା ବୃଦ୍ଧବୟସ୍କ, ଗର୍ଭବତୀ, ଛୋଟପିଲାଙ୍କୁ ମଙ୍ଗଳବାର ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ପାରାଦ୍ୱୀପ ପୌର ପରିଷଦ ପକ୍ଷରୁ କୁହାଯାଇଛି । ଜଗତସିଂହପୁର ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜାକୁ ନେଇ ରାସ୍ତାଘାଟରେ ହୋଇଥିବା ତୋରଣ, ଅସ୍ଥାୟୀ ପୂଜା ମଣ୍ଡପଗୁଡିକୁ ମଙ୍ଗଳବାର ସକାଳ ସୁଦ୍ଧା ଉଠାଇ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ଇଟିଭି ଭାରତ, ଜଗତସିଂହପୁର

Last Updated : 2 hours ago

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.