thumbnail

'ଦାନା' ମାଡ଼ରେ ବାଲେଶ୍ବରରେ ଉପୁଡିଲା ଗଛ ଏବଂ ବିଦ୍ୟୁତ ଖୁଣ୍ଟି, ଟେଲି ଯୋଗାଯୋଗ ବିଛିନ୍ନ

By ETV Bharat Odisha Team

Published : 3 hours ago

Cyclone Dana Impacts In Balasore, ବାଲେଶ୍ବର: ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ସ୍ଥଳଭାଗ ଛୁଇଁବା ପରେ ବାଲେଶ୍ବର ଜିଲ୍ଲାର ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ପବନର ବେଗ ବଢିବା ଯୋଗୁଁ  ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ରାସ୍ତା ଉପରେ ପଡିଛି । ବର୍ଷା ସାଙ୍ଗକୁ ପବନ ବୃଦ୍ଧି ହେଉଥିବାରୁ ଖଇରା, ଔପଦା, ସିମୁଳିଆ, ବାଲିଆପାଳ, ଭୋଗରାଇ ଆଦି ଅଞ୍ଚଳରେ ଗଛ ଉପୁଡିଛି । ସହରର ଭାସ୍କରଗଞ୍ଜ ଅଞ୍ଚଳରେ ପୀୟୂସକାନ୍ତି ଆଚାର୍ଯ୍ୟଙ୍କ ଘର ଉପରେ ଏକ ନିମ୍ବ ଗଛ ଉପୁଡି ପଡିବାରୁ ଆଜବେଷ୍ଟ ଭାଙ୍ଗି ଯାଇଛି । ରାତିରେ ଶୋଇବା ବେଳେ ଗଛ ଉପୁଡି ଆଜବେଷ୍ଟସ ଉପରେ ପଡିଥିଲା । ଅନ୍ୟପଟେ ବାତ୍ୟା ପ୍ରଭାବରେ କିଛି ଟେଲିକମ ସେବା ବାଧାପ୍ରାପ୍ତ ହୋଇଛି । ସେପଟେ TPNODLର ନିୟୋଜିତ 47ଟି ଟିମ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଗଛ ହଟାଇଥିବା ନେଇ TPNODLର ମାନବ ସମ୍ବଳ ଅଧିକାରୀ ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ:

ସରିଲା ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପ୍ରକ୍ରିୟା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷା ଆଲର୍ଟ

'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

 

ବାତ୍ୟା ଆଶ୍ରୟସ୍ଥଳୀରେ ପଶିଲା ସମୁଦ୍ର ପାଣି, ଜଳବନ୍ଦୀରେ ୫୭୧ ପରିବାର

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.