ବାଲେଶ୍ବରରୁ ଉଠିଲା କର୍ଫ୍ୟୁ, ରହିବ ପୋଲିସର ତୀକ୍ଷ୍ଣ ନଜର - Curfew lifted from Balasore

By ETV Bharat Odisha Team

Published : Jul 2, 2024, 10:33 PM IST

thumbnail
CURFEW LIFTED FROM BALASORE (ETV Bharat Odisha)

ବାଲେଶ୍ବର: ବାଲେଶ୍ଵର ପୌରପାଳିକା ଅଞ୍ଚଳରୁ ଆଜିଠାରୁ ସଂପୂର୍ଣ୍ଣ ଭାବରେ କର୍ଫ୍ୟୁ ହଟିଲା । ଏନେଇ ଆଜି ବାଲେଶ୍ଵର ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ସାଗରିକା ନାଥ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।  ଆଜିଠାରୁ ବାଲେଶ୍ଵର ପୌରପାଳିକା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବରେ କର୍ଫ୍ୟୁକୁ ହଟାଇ ଦିଆଯାଇଛି ।  ବର୍ତ୍ତମାନ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ଥିବା ବେଳେ ସହରବାସୀ ସମସ୍ତେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।  

ସେହିପରି ମାଇକ୍ରୋ ପିସ୍ କମିଟି ସଂପୂର୍ଣ୍ଣ ଭାବରେ ନିଜ ଅଞ୍ଚଳରେ ଶାନ୍ତି ପାଇଁ ଦାୟିତ୍ଵ ନେଇଛନ୍ତି ।  ବାଲେଶ୍ଵରରେ ଭାଇଚାରା ପ୍ରତିଷ୍ଠା ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ସେହିଭଳି ଏସପି ସାଗରିକା ନାଥ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେମାନେ ସଂପୂର୍ଣ୍ଣ ପ୍ରସ୍ତୁତ ଓ ଆଲର୍ଟ ରହିଛୁ । ଆଗକୁ ମହରମ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଥିବା ବେଳେ ସେଥିପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା କଥା କୁହାଯାଇଛି ।  

ଏହା ବି ପଢନ୍ତୁ- ବାଲେଶ୍ବର କର୍ଫ୍ୟୁ ଗାଇଡଲାଇନ; ଖୋଲିବ ସ୍କୁଲ ଓ କଲେଜ, ମିଳିବ ଇଣ୍ଟରନେଟ ସେବା

ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ କୌଣସି ଗୁଜବ କିମ୍ବା ବିବାଦୀୟ ପୋଷ୍ଟ ନ କରିବା ପାଇଁ ଏସପି କହିଛନ୍ତି ।  ଯେଉଁଠି ବିଶୃଙ୍ଖଳା କିମ୍ବା ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟ ଥିବା ଜନସାଧାରଣ ଦେଖୁଛନ୍ତି ହ୍ବାଟ୍ସଆପ୍‌ 7855877911 ନମ୍ବରରେ ଜଣାଇବାକୁ କୁହାଯାଇଛି । ଗତ 17 ତାରିଖ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ସମୁଦାୟ 24ଟି କେସ ରେଜିଷ୍ଟ୍ରେସନ ହୋଇଥିବା ବେଳେ 94 ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନଙ୍କ ସଂପୃକ୍ତି ରହିଛି ସେମାନଙ୍କୁ ନିଶ୍ଚିତ ଗିରଫ କରାଯିବ । ବର୍ତ୍ତମାନ ବି ବାଲେଶ୍ବରରେ ଆଗାମୀ ପାର୍ବଣରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କିଛି ଫୋର୍ସ ମହଜୁଦ ଅଛନ୍ତି ବୋଲି ଏସପି କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.