ଆଧୁନିକ ଚାକଚକ୍ୟରେ ଆଜି ବି ବଞ୍ଚିଛି ପାଲା, ଓଡ଼ିଶା କଳା ସଂସ୍କୃତି ବଞ୍ଚାଇ ରଖିବାକୁ ମଲ୍ଲିପଦରବାସୀଙ୍କ ଉଦ୍ୟମ - BADI PALA

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 6, 2024, 4:32 PM IST

ଖୋର୍ଦ୍ଧା: କଳା, ସଂସ୍କୃତି ଏବଂ ସାହିତ୍ୟ ପାଇଁ ଓଡିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ରାଜ୍ୟରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ପର୍ବପର୍ବାଣି, ନୀତିନିୟମ ସମସ୍ତଙ୍କୁ ଚକିତ ଆଶ୍ଚର୍ଯ୍ୟ କରିଥାଏ । ସେହିପରି ଦୈନନ୍ଦିନ ଜୀବନରେ ଆମ ଜୀବନ ଶୈଳୀକୁ ପରିବର୍ତ୍ତନ କରିବା ସହ ସମାଜକୁ ଆଦର୍ଶ ବାର୍ତ୍ତା ଦେବାରେ ପାଲା ସଂସ୍କୃତିର ସ୍ୱତନ୍ତ୍ର ଭୂମିକା ରହିଛି । ତେବେ ଏହି ପାଲା ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଦୀର୍ଘ ୨୫ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଲ୍ଲିପଦର ଗ୍ରାମରେ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ପ୍ରାଙ୍ଗଣରେ ଆଡମ୍ବର ସହକାରେ ବାଦୀପାଲା ମହୋତ୍ସବ ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଆସୁଅଛି । ଚଳିତ ବର୍ଷ ଏହାର ରୋପ୍ୟ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଏହି ମହୋତ୍ସବ ଉଦଯାପିତ ହୋଇଯାଇଛି । 

ଉଦଯାପନୀ ଦିନରେ ଦୀର୍ଘ ୪ ଦିନ ବ୍ୟାପି ପାଲା ପରିବେଷଣ କରୁଥିବା ଜଗତସିଂହପୁର ଅଞ୍ଚଳର ଗାୟକ ସୌରଭ ରବି ନାରାୟଣ ପତି ଏବଂ ପୁରୀର ଗାୟକ ତତ୍ୱ ବିଭୂଷଣ ଲମ୍ବୋଦର ବେହେରାଙ୍କୁ ଉପଢୌକନ, ମାନପତ୍ର, ଫଳକ, ସିରସ୍ଥା ପ୍ରଦାନ କରିଥିଲେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ । ସେହିପରି ଲୋକନାଥ ପଣ୍ଡା ସ୍ମୃତି ସଂମ୍ମାନ ଅମୀୟ ଭୂଷଣ ପଣ୍ଡାଙ୍କ ଦ୍ୱାରା ଦୁଇ ଗୟାକଙ୍କୁ ରୋପ୍ୟ ପଦକ ସହ ଟଙ୍କା ମାଳ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଗାୟକ ମିହିର କୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ । ପ୍ରତିଦିନ ଏହି କାର୍ଯ୍ୟକ୍ରମକୁ ଶହ ଶହ ସଂଖ୍ୟାରେ ଆଖପାଖ ଅଞ୍ଚଳର ପାଲା ପ୍ରେମୀ ମାନେ ଉପସ୍ଥିତ ରହି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ କୁଞ୍ଜ ବିହାରୀ ମହାପାତ୍ର, ଦୀପ୍ତି ରଞ୍ଜନ ଦାଶଙ୍କ ସହ ମଲ୍ଲିପଦର ଓ ବାସୁଦେବପୁର ଗ୍ରାମବାସୀ ସହଯୋଗ କରିଥିଲେ । ସେପଟେ ପାଲା କଳାକୁ ବଞ୍ଚାଇ ରଖିବା ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ପାଲା କଳାକାର । ଏହି ଅବସରରେ ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ପାଲା କମିଟିର ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ସଭାପତି ପ୍ରଭାତ କୁମାର ପଣ୍ଡା, କଣ୍ଟାବାଡ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ ।
 

ଏହା ମଧ୍ୟ ପଢ଼ନ୍ତୁ...ଆଧୁନିକ ଚାକଚକ୍ୟରେ ଆଜି ବି ବଞ୍ଚିଛି ପାଲା - Khandol Pala

ଏହା ମଧ୍ୟ ପଢ଼ନ୍ତୁ...ନାଟକ 'ଉଦଘାଟନ' ଦେଖି କାନ୍ଦି ପକାଇଲେ ବିଜେଡିର ବରିଷ୍ଠ ନେତା

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.