thumbnail

By ETV Bharat Odisha Team

Published : Jun 13, 2024, 5:55 PM IST

ETV Bharat / Videos

ବାଲି ମାଫିଆଙ୍କ ପାଇଁ ନଷ୍ଟ ହେଉଛି ଚାଷ ଜମି, ଚିନ୍ତାରେ ଚାଷୀ - crop land destroy

CROP LAND DESTROY BY SAND MAFIA: ଭବାନୀପାଟଣା: ବାଲି ମାଫିଆଙ୍କ ପାଇଁ ନଷ୍ଟ ହେଉଛି ଚାଷ ଜମି । ଚିନ୍ତାରେ ଚାଷୀ । କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବାଲି ମାଫିଆଙ୍କ ବେଆଇନ କାରବାର ବୃଦ୍ଧି ପାଉଥିବା ବେଳେ ଖୁଲମ ଖୁଲା ଚାଲିଛି ରାଜସ୍ବ ହରିଲୁଟ । ଏଭଳି ସ୍ଥିତିରେ ଏବେ ବାଲି ମାଫିଆଙ୍କ ଯୋଗୁଁ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୀବନ ରେଖା ତେଲ ନଦୀରୁ ବିଭିନ୍ନ ସମୟରେ ବେଧଡକ ବାଲି ଚୋରା ଚାଲାଣ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେବା ସହ ଗଣମାଧ୍ୟାରେ ପ୍ରକାଶ ପାଇବାରେ ଲାଗିଛି । ହେଲେ ଏଥିପ୍ରତି ଖଣି ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । 

ସୂଚନା ଅନୁଯାୟୀ ଭବାନୀପାଟଣା ତହସିଲ ଅନ୍ତର୍ଗତ ତୁର୍କେଲ ବାଲିଘାଟକୁ ଶୁଭ୍ରାଂଶୁ ଶେଖର ମହାପାତ୍ର ନାମକ ଜଣେ ଲିଜ ଧରି ଲିଜରେ ନେଇ ଗତ ୧୫ ଦିନ ହେଲା ବାଲି ଖନନ ଆରମ୍ଭ କରିଥିବା ବେଳେ ବାଲି ଘାଟକୁ ଦିନ ରାତି ହାଇୱା ବାଲି ବୋଝେଇ ଯିବା ଆସିବା କରୁଛି । ହେଲେ ସରକାରୀ ରାସ୍ତାରେ ନ ଯାଇ ଗାଡ଼ିଗୁଡ଼ିକ ଲୋକଙ୍କ ଚାଷ ଜମି ଦେଇ ଯିବା ଆସିବା କରୁଛି । ଯାହା ଫଳରେ ସଂମ୍ପୃକ୍ତ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେବା ସହ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ ତି। ଏନେଇ ଲିଜଧାରୀଙ୍କୁ ଜଣାଇଲେ ନାଲି ଆଖି ଦେଖାଉଥିବା ମଧ୍ୟ ଅଭିଯୋଗ ହୋଇଛି । 

ଏହା ମଧ୍ୟ ପଢନ୍ତୁ ......୨୪ ବର୍ଷ ଧରି ଅପେକ୍ଷା କରିଛି ସରକାରୀ ବାସଭବନ, ପଡ଼ିବ କି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଦ ! - New CM to enter Official quarters

ଏନେଇ କ୍ଷତିଗ୍ରସ୍ତ ଚାଷୀ ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହେବା ସହ ତହସିଲଦାର ଓ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ସମସ୍ୟାର ସମାଧାନ ଦାବି କରି ଲିଖିତ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଏହି ବାଲିଘାଟ ବିବାଦରେ ରହି ଆସିଥିବା ବେଳେ ବିଭିନ୍ନ ସମୟରେ ଚୋରା ବାଲି କାରବାର ବେଧଡକ ଭାବରେ ଚାଲି ଆସିଥିଲା । ଯାହା ଗାଣମାଧ୍ୟାରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ଫାଇନ୍ ଆଦାୟ କରିବା ସହ ବାଲିଘାଟକୁ ସିଳ କରିଥିଲା । ହେଲେ ଚଳିତ ମାସରେ ପୁଣି ଏହି ବାଲିଘାଟକୁ ଖଣି ବିଭାଗ ଲିଜ୍ ପ୍ରଦାନ କରିଥିବା ବେଳେ ଏନେଇ ଆମେ କଳାହାଣ୍ଡି ଖଣି ବିଭାଗ ଅଧିକାରୀ ବି ସୁରେନଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।ଏହାସହ ସେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାଷୀଙ୍କ ସୁବିଧା କରାଯିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.