ସୁନ୍ଦରଗଡ ଆସନରେ କଂଗ୍ରେସର ବିଜୟ ହେବ: ଜନାର୍ଦ୍ଦନ ଦେହୁରୀ - Lok Sabha elections 2024
🎬 Watch Now: Feature Video
Published : Apr 7, 2024, 2:16 PM IST
Lok Sabha elections 2024: ରାଉରକେଲା: ସୁନ୍ଦରଗଡ ଲୋକସଭା ଆସନରେ ଏଥର ବିଜେପି , କଂଗ୍ରେସ ଓ ବିଜେଡି ମଧ୍ୟରେ ହେବ ଜୋରଦାର ଫାଇଟ । ବିଳମ୍ବରେ ହେଲେ ମଧ୍ୟ ଏହି ଆସନରେ ପ୍ରାର୍ଥୀ ଘୋଷଣା କରି ଜନାର୍ଦ୍ଦନ ଦେହୁରୀଙ୍କୁ ଟିକେଟ ଦେଇଛି ଦଳ । ଏଥର ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସର ନିଶ୍ଚିତ ବିଜୟ ହେବ ଏବଂ ଏକ ପାଖିଆ ବିଜୟ ହେବ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ । ଏହି ଆସନରେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ତିର୍କୀ ଓ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଜିଲ୍ଲାର ଉନ୍ନତି ମୂଳକ କାର୍ଯ୍ୟ କରି ନାହାନ୍ତି ବୋଲି କହିଛନ୍ତି ସେ ।
ଜନାର୍ଦ୍ଦନ ଆହୁରି ମଧ୍ୟ କହିଛନ୍ତି,''ଦିଲ୍ଲୀପ ତିର୍କୀ କେବଳ ଖେଳାଳି, ରାଜନୀତିରେ ତାଙ୍କର ଦବଦବା ନାହିଁ । ସେ ପୂର୍ବରୁ ରାଜ୍ୟସଭାକୁ ମଧ୍ୟ ଯାଇଥିଲେ କିନ୍ତୁ ଜିଲ୍ଲାର କୌଣସି କାର୍ଯ୍ୟ ହୋଇନାହାନ୍ତି । ଜୁଏଲ ଓରାମଙ୍କ କାର୍ଯ୍ୟ ଉପରେ ଜନ ସାଧାରଣ ସମ୍ପୂର୍ଣ୍ଣ ନିରାଶ ଅଛନ୍ତି ତେଣୁ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଆମ ଦଳ ଶାସନରେ ନଥିଲେ ମଧ୍ୟ ମୁଁ ଲୋକଙ୍କ ନିକଟରେ ପହଞ୍ଚିଛି,ବିଭିନ୍ନ ସ୍ଥାନରେ ଲୋକଙ୍କ ଦୁଃଖ ବୁଝିଛି ଏବଂ ଯେତିକି ସାହାଯ୍ୟ କରିବା କଥା କରିଛି । ଯାହାର ଫଳ ମୋତେ ମିଳିବ । କଂଗ୍ରେସ ସମୟରେ ହିଁ ଅସଲି ଉନ୍ନତି ଏହି ରାଜ୍ୟ ଏବଂ ଦେଶ ସହ ସୁନ୍ଦରଗଡ଼ ଜିଲ୍ଲା ଦେଖିଛି କଂଗ୍ରେସ ସରକାର ଥିବା ସମୟରେ ରାଉରକେଲା ଇସ୍ପାତ କାରଖାନା ଠାରୁ ନେଇ ଜିଲ୍ଲାରେ ଖଣି ଖାଦାନ ଏବଂ ରୋଜଗାର ଆରମ୍ଭ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବାଃ ବାଃ ନେଇଛନ୍ତି । ଏହି ସବୁ ରୋଜଗାର ପେଣ୍ଠସ୍ଥଳୀ ବନ୍ଦ ହେବାରେ ଲାଗିଛି । ଜିଲ୍ଲାର ଯୁବକ ଯୁବତୀକୁ ନିଯୁକ୍ତି ନେଇ ମଧ୍ୟ ଉଭୟ ସରକାର ଫେଲ ମାରିଛନ୍ତି । ଯାହା ଫଳରେ ଜିଲ୍ଲାରେ ଦାଦନ ସଂଖ୍ୟା ବଢିଛି କିନ୍ତୁ ବାହାର ଲୋକଙ୍କୁ ନିଯୁକ୍ତି ମିଳୁଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅବହେଳା ଓ ଅପାରଗତାକୁ ନେଇ ଏଥର ଲୋକଙ୍କ ପାଖକୁ ଯିବୁ । ବିପୁଳ ମାତ୍ରାରେ ବିଜୟୀ ହେବୁ । ''
ଇଟିଭି ଭାରତ, ସୁନ୍ଦରଗଡ