ବାପାଙ୍କ ଗଡ଼କୁ ଫେରାଇ ଆଣିବି: ପୃଥ୍ବୀବଲ୍ଲଭ - Pruthvi Ballabh Patnaik - PRUTHVI BALLABH PATNAIK
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/17-04-2024/640-480-21246477-thumbnail-16x9-begunia.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 17, 2024, 4:46 PM IST
Pruthvi Ballabh Patnaik: ଖୋର୍ଦ୍ଧା: ଏଥର ବେଗୁନିଆ ଦଖଲ କରିବାକୁ ପ୍ରସ୍ତୁତି କରୁଛି କଂଗ୍ରେସ । ପୁଣିଥରେ ନିଜ ଗଡ଼କୁ ବିଜେଡିଠାରୁ ଛଡ଼େଇ ଆଣିବା ପାଇଁ ରଣନୀତି ଆରମ୍ଭ କରିଛନ୍ତି ବେଗୁନିଆ କଂଗ୍ରେସ ପ୍ରାର୍ଥୀ ପୃଥ୍ବୀବଲ୍ଲଭ ପଟ୍ଟନାୟକ । ବେଗୁନିଆ ପାଇଁ କଂଗ୍ରେସ ପୃଥ୍ଵୀବଲ୍ଲଭଙ୍କ ନାମ ଘୋଷଣା କରିଥିବାବେଳେ ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ବେଗୁନିଆ ବରମୂଳେଇ ପୀଠରେ ଆଜି କଂଗ୍ରେସ କର୍ମକର୍ତ୍ତାମାନେ ପୃଥ୍ଵୀବଲ୍ଲଭଙ୍କୁ ସ୍ବାଗତ କରିବା ସହ କର୍ମୀଙ୍କୁ ନେଇ ଏକ ବୈଠକ ଆୟୋଜନ କରିଥିଲେ । କିପରି କଂଗ୍ରେସ ତାର ଗଡ଼ ଫେରିପାଇବ ଓ ବିଗତ ଦିନରେ ବେଗୁନିଆ-ବୋଲଗଡ଼ବାସୀଙ୍କ ପାଇଁ କଂଗ୍ରେସ ସରକାର କରିଥିବା ବିକାଶମୂଳକ କାର୍ଯ୍ୟର ତାଲିକା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସେହିପରି ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଯେଭଳି ବିକାଶ ହେବାକଥା, ବିଜେଡି ସରକାର ଅମଳରେ ତାହା ହୋଇନାହିଁ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ପୃଥ୍ଵୀବଲ୍ଲଭ ପଟ୍ଟନାୟକ । ସେହିପରି ଏଠାରେ କଂଗ୍ରେସ ବିଜୟୀ ହେବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ବପ୍ନ ସାକାର କରାଯିବ ବୋଲି କହିଛନ୍ତି ପୃଥ୍ଵୀବଲ୍ଲଭ ।
ଇଟିଭି ଭାରତ, ଖୋର୍ଦ୍ଧା