ପ୍ରଚାର ମୈଦାନରେ ଭୂପେଶ ବଘେଲ, କଳାହାଣ୍ଡିରେ ଜମୁଛି କଂଗ୍ରେସ ପ୍ରଚାର - BHUPESH BAGHEL CAMPAIGNING

By ETV Bharat Odisha Team

Published : May 8, 2024, 10:50 PM IST

thumbnail
Congress Campaigning (ETV Bharat Odisha)

Congress Campaigning: ଭବାନୀପାଟଣା: କଳାହାଣ୍ଡିରେ କଂଗ୍ରେସର ଜୋରଦାର ପ୍ରଚାର। କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜନୀତି । ଆଜି ଗୋଟିଏ ପଟେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି ଛତିଶଗଡ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଆଜି ଜିଲ୍ଲାର ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତାର ପ୍ରଚାରକୁ ଜୋରଦାର କରିଛି ।  

ଏହା ମଧ୍ୟ ପଢ଼ନ୍ତୁ.. ବିଜେଡିରେ ଖାଲି କ୍ରୀତଦାସ ନୁହଁନ୍ତି ଅନେକ ଏକନାଥ ସିନ୍ଦେ ବି ଅଛନ୍ତି: ବିଜେପି - Bjp Leaders Targets Vk Pandian

ଭୂପେଶ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ବିଶ୍ଵନାଥପୁର ଠାରେ ପହଞ୍ଚିବା ପରେ ସେଠାରେ ବିଧାୟକ ପ୍ରାର୍ଥୀ ବଳଭଦ୍ର ମାଝୀ ଓ ଲୋକସଭା ପ୍ରାର୍ଥୀ ଦ୍ରୋପଦୀ ମାଝୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ଧର୍ମଗଡଠାରେ ବିଧାୟକ ପ୍ରାର୍ଥୀ ରଶ୍ମିରେଖା ରାଉତଙ୍କ ପାଇଁ ମଧ୍ୟ ଭୋଟ ଭିକ୍ଷା କରିଛନ୍ତି ଭୂପେଶ ବଘେଲ । ଭୂପେଶ ତାଙ୍କ ଅଭିଭାଷଣରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରୁଛନ୍ତି ବୋଲି କହିଥିଲେ । ଏପରି କଳାହାଣ୍ଡି ଜିଲ୍ଲାରେ କଂଗ୍ରେସର ସମସ୍ତ ବିଧାୟକ ଓ ସାଂସଦ ବିଜୟୀ ହେବେ ବୋଲି ଓଡ଼ିଶା କଂଗ୍ରେସ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ କହିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ, ଧର୍ମଗଡ ବିଧାୟକ ପ୍ରାର୍ଥୀ ରଶ୍ମୀ ରେଖା ରାଉତ ଓ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ତୁଲେଶ୍ୱର ନାଏକ ଉପସ୍ଥିତ ରହି ଭୋଟ ଭିକ୍ଷା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.