ଧାନର ସହାୟକ ମୁଲ୍ୟ ବୃଦ୍ଧି ପାଇଁ ବିଷ୍ଣୁଦେଵ ସାଏଙ୍କ ପ୍ରତିଶୃତି ବର୍ଷା - Bjp Campaign In Subarnapur

By ETV Bharat Odisha Team

Published : May 17, 2024, 11:33 AM IST

thumbnail
ସୁବର୍ଣ୍ଣପୁରରେ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, କହିଲେ 'ବିଜେପି ଜିତିଲେ ଦୂର କରିବ ଚାଷୀଙ୍କ ସବୁ ସମସ୍ୟା' (ETV Bhrat Odisha)

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ବିଧାନସଭା ମଣ୍ଡଳୀର ଉଲୁଣ୍ଡା କଲେଜ ପଡ଼ିଆରେ ବିଜେପିର ସଂକଳ୍ପ ସମାବେଶ ଆୟୋଜିତ ହୋଇଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏହି ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେପି ଦଳକୁ ଭୋଟ ଦେବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ଏକ ବିକଶିତ ଭାରତ ସହ ବିକଶିତ ଓଡିଶା ପାଇଁ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଦୁଇଟି ଭୋଟ ପଦ୍ମଫୁଲରେ ଦେବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓଙ୍କ ପରିଚାଳନାରେ ଅନୁଷ୍ଠିତ ନିର୍ବାଚନୀ ସମାବେଶରେ ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ଉପରେ ଟିପ୍ପଣୀ ଦେବା ସହ ଓଡ଼ିଶାର ବିକାଶ ଲାଗି ବିଜେପିର ଡବଲ ଇଞ୍ଜିନ ସରକାର ଦରକାର ବୋଲି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଉଦବୋଧନ ଦେଇଛନ୍ତି ।

 ବିଶେଷକରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କୃଷି ଓ କୃଷକର ଆର୍ଥିକ ବିକାଶ ଉପରେ ଜନସାଧାରଣଙ୍କ ଧ୍ୟାନ ଆକୃଷ୍ଟ କରିଥିଲେ । ଧାନର ସହାୟକ ମୂଲ୍ୟବୃଦ୍ଧି, ଜଳସେଚନ, ରିହାତି ଦରରେ କୃଷି ଋଣ, ଛୋଟ ଚାଷୀଙ୍କୁ ବିନା ସୁଧରେ ଋଣ ପ୍ରଦାନ, ରିହାତି ଦରରେ ବିହନ, ରାସାୟନିକ ସାର, କୀଟନାଶକ ଔଷଧ ଯୋଗାଣ ଆଦି ସମ୍ପର୍କରେ ବିଜେପିର ପ୍ରତିଶୃତି ବର୍ଷା କରିଥିଲେ । ସେହିପରି ବଲାଙ୍ଗୀର ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହ ଦେଓ, ବୀରମହାରାଜପୁର ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଳା ରାଜ୍ୟ ସରକାରଙ୍କ ବିଫଳତା ଆଲୋଚନା କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପାଇଁ ବିଜେପି ଦଳର ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ ଭୋଟଭିକ୍ଷା କରିଥିଲେ । 

ଏହା ମଧ୍ୟ ପଢନ୍ତୁ: ପ୍ରଚାରର ମଙ୍ଗ ଧରିଲେ ତାରକା ପ୍ରଚାରକ, ପଛରେ ରହିଛି କଂଗ୍ରେସ 


ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.