ବିଶ୍ଵ ବିଜୟୀ ଭାରତ, ଭୁବନେଶ୍ୱରରେ ଝୁମିଲେ ଫ୍ୟାନ୍ସ - CELEBRATION FOR TEAM INDIA

By ETV Bharat Odisha Team

Published : Jun 30, 2024, 5:25 PM IST

thumbnail
CELEBRATION FOR TEAM INDIA (ETV Bharat Odisha)

CELEBRATION FOR TEAM INDIA: ଭୁବନେଶ୍ବର: ଗତକାଲି ଭାରତୀୟ କ୍ରିକେଟ ଦଳ ଟି-20 ବିଶ୍ବକପ ବିଜୟୀ ହେବା ପରେ ସବୁଆଡେ ସେଲିବ୍ରେସନର ମୁଡ । ଦକ୍ଷିଣ ଆଫ୍ରିକାଠାରୁ ଟି20 ବିଶ୍ବକପ ଛଡାଇ ଆଣିଛି ଟିମ୍ ଇଣ୍ଡିଆ । ଟି୨୦ ବିଶ୍ୱକପ ଜିତି ଭାରତ ବିଶ୍ଵ ବିଜୟୀ ହେଲା ପରେ ସାରା ଭାରତବର୍ଷରେ ଉତ୍ସବ ଦେଖିବାକୁ ମିଳିଛି । ଏହି ଆବସରରେ ଭୁବନେଶ୍ୱରରେ ମଧ୍ୟ ସେଲିବ୍ରେସନ ଦେଖିବାକୁ ମିଳିଛି । ପୁଣି ଥରେ କ୍ରିକେଟରେ ବିଶ୍ଵବିଜେତା ହୋଇଛି ଭାରତ । ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଯେତେବେଳେ ୧୩ ବର୍ଷ ପରେ ବିଶ୍ୱକପ ହାତେଇଛି ଭାରତୀୟ କ୍ରିକେଟ ଟିମ । ଏହି ସଫଳତାକୁ ନେଇ ଓଡ଼ିଶାରେ ମଧ୍ୟ ସେଲିବ୍ରେସନ ଦେଖିବାକୁ ମିଳିଛି । 

ଏନେଇ ଭୁବନେଶ୍ବର ଲୋୟର ପିଏମଜି ଠାରେ ବନ୍ଦେ ମାତରଂ ସଂଗଠନ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ହାତରେ ପତାକା ସହ ଟ୍ରଫି ବା କପକୁ ଧରି ବନ୍ଦେ ମାତରାଂ ଧ୍ୱନି ସହ ଟିମ୍ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି । ଆଉ ଗର୍ବରେ ମୋ ଟିମ ମହାନ ବୋଲି କହି ହାରୁଥିବା ବାଜିକୁ ଛଡେଇ ଆଣିଛି ଭାରତ । ତେଣୁ ଆଜି ସାରା ଭାରତ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ବନ୍ଦେ ମାତରଂ ସଂଗଠନର ସଦସ୍ୟ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.