ଢେଙ୍କାନାଳ କଲଟାକ୍ସ ଅଞ୍ଚଳରେ ଫୁଟିଲା ଗୁଳି, ବ୍ୟବସାୟୀ ବଳରାମ ସାହୁ ମୃତ

By ETV Bharat Odisha Team

Published : Feb 5, 2024, 10:45 PM IST

thumbnail

ଢେଙ୍କାନାଳ: ସହରର କଲଟାକ୍ସ ଅଞ୍ଚଳରେ ଫୁଟିଲା ଗୁଳି । ଏହି ଘଟଣାରେ ବିଶିଷ୍ଟ ବ୍ୟବସାୟୀ ବଳରାମ ସାହୁଙ୍କର ମୃତ୍ୟୁ ହୋଇଥିବା ସୂଚନା । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ସେ ନିଜେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦଦନ୍ତ ଆରମ୍ଭ କରିଛି । ବଳରାମଙ୍କ ମୃତଦେହ ତାଙ୍କ ଘର ଅଗଣାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଛି । ପାଖରେ ଏକ ବନ୍ଧୁକ ପଡିଥିବାବେଳେ ଦୁଇ ରାଉଣ୍ଡ ଗୁଳି ଫୁଟିଥିବା କୁହାଯାଉଛି । ବଳରାମଙ୍କ ମୁଣ୍ଡର ଦକ୍ଷିଣ ପାର୍ଶ୍ୱ କାନ ପାଖରେ ଗୁଳି ଲାଗିଥିବା ଜଣାପଡ଼ିଛି ।

ତେବେ ନିଜ ବଳରାମ ନିଜେ ଜୀବନ ହାରିଥିବା ଅନୁମାନ କରାଯାଇଛି । ଟାଉନ ପୋଲିସ ପହଞ୍ଚି ଘଟଣାସ୍ଥଳ ଅର୍ଥାତ ମୃତ ବଳରାମ ସାହୁଙ୍କ ମୁଖ୍ୟ ଫାଟକ ବନ୍ଦ କରି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ମୃତ ବଳରାମଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପଟେ ଅତ୍ୟଧିକ ବ୍ୟାଙ୍କ ଋଣ ଚାପ ଯୋଗୁଁ ସେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ମୃତ ବଳରାମଙ୍କର ଏକ ଷ୍ଟୋନ କ୍ରସର, ଇଟା ଫ୍ୟାକ୍ଟ୍ରି ଆଦି ବ୍ୟବସାୟ ରହିଥିଲା ବୋଲି ଜଣାପଡିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.