ଅଟୋ ଚାଳକଙ୍କ ଝିଅ ମାଟ୍ରିକ ଟପ୍ପର, 92% ମାର୍କ ଆଣି ଚର୍ଚ୍ଚାରେ ଶୁଭଶ୍ରୀ - ROURKELA MATRIC TOPPER - ROURKELA MATRIC TOPPER
🎬 Watch Now: Feature Video
Published : May 29, 2024, 12:14 PM IST
ରାଉରକେଲା: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଗରିବୀ । ଅଟୋ ଚାଳକଙ୍କ ଝିଅ ହେଲେ ମାଟ୍ରିକ ଟପ୍ପର । A1 ଗ୍ରେଡ ରଖି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ରାଉରକେଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶୁଭଶ୍ରୀ ଦାସ । ବର୍ତ୍ତମାନ ତାଙ୍କ କୃତିତ୍ୱ ପାଇଁ ପ୍ରଶଂସାର ସୁଅ ଛୁଟୁଛିଇ । ଜଣେ ଗରିବ ପରିବାରରୁ ଆସି ସଂଘର୍ଷ କରି ପାଠ ପଢି ଆଜି A1 ଗ୍ରେଡରେ 92 ପ୍ରତିଶତ ମାର୍କ ରଖିଛନ୍ତି । ରାଉରକେଲା ସେକ୍ଟର ୬ ବିଦ୍ୟା ନଗରୀରେ ବସବାସ କରୁଥିବା ବିମଲ କୁମାର ଦାସ ଏବଂ ସସ୍ମିତା ଦାସଙ୍କ ଝିଅ ହେଉଛନ୍ତି ଶୁଭଶ୍ରୀ । ଗରିବ ପରିବାର ମଧ୍ୟରେ ବର୍ତ୍ତମାନ କୃତିତ୍ୱ ହୋଇଛନ୍ତି ଶୁଭଶ୍ରୀ ଦାସ । ବାପା ବିମଲ କୁମାର ଦାସ ପରିବାର ପ୍ରତିପୋଷଣ କରିବା ପାଇଁ ଅଟୋ ଚଳାନ୍ତି ।
ବାପା ଜଣେ ଅଟୋ ଚାଳକ ହୋଇଥିବା ବେଳେ ସଂଘର୍ଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ମା ସସ୍ମିତା ଦାସ ହେଉଛନ୍ତି ଜଣେ ଗୃହିଣୀ । ଆର୍ଥିକ ଅଭାବରୁ ଝିଅ ଶୁଭଶ୍ରୀ ଦାସ ବିନା କୌଣସି କୋଚିଂ ବା ଟିଉସନରେ କେବଳ ସ୍କୁଲ ଏବଂ ଘରେ ପାଠ ପଢି ଏହି ସଫଳତା ପାଇଛନ୍ତି । ତେବେ ବର୍ତ୍ତମାନ ବାପା ଏବଂ ମା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ତ୍ତମାନ ପରୀକ୍ଷା ଫଳ ଦେଖି ଯେତିକି କଷ୍ଟ କରିଥିଲୁ ତାହା ଆଉ ଜଣା ପଡୁନାହିଁ । ଏବଂ ଆଶା କରିଛନ୍ତି ଭବିଷ୍ୟତ ରେ ଝିଅ ଆହୁରି ଭଲ ପ୍ରଦର୍ଶନ କରି ଭଲ ମଣିଷ ଟିଏ ହେବ। ତେବେ ଶୁଭଶ୍ରୀ ଦାସ କହିଛନ୍ତି, "ଭବିଷ୍ୟତରେ ସେ ଶିକ୍ଷକତା କରି ପିଲାଙ୍କୁ ଶିକ୍ଷା ଦାନ କରିବେ ।"
ଇଟିଭି ଭାରତ, ରାଉରକେଲା