thumbnail

By ETV Bharat Odisha Team

Published : Jun 18, 2024, 5:26 PM IST

ETV Bharat / Videos

ପ୍ରଥମ ଥର ବିଧାନସଭା ଆସିଲେ ଉପାସନା, ବାପାଙ୍କ ଆଇ-କାର୍ଡ ଧରି ଗୃହକୁ କଲେ ଏଣ୍ଟ୍ରି - Upasana Mohapatra In Assembly

ଭୁବନେଶ୍ୱର: ଆଜି ବିଧାନସଭାରେ ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଥିବା ନୂଆ ବିଧାୟକମାନେ ଶପଥ ପାଠ କରୁଛନ୍ତି । ଆଜି ଏବଂ ଆସନ୍ତାକାଲି ଶପଥ ପାଠ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଅନେକ ବିଧାୟକ ବିଧାନସଭା ପହଞ୍ଚିଛନ୍ତି । ଅନେକ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ବିଧାନସଭାରେ ସାମିଲ ମଧ୍ୟ ହୋଇଛନ୍ତି ।  ଏହି ତାଲିକାରେ ସିଦ୍ଧାନ୍ତ ମହାପାତ୍ର ଏବଂ ଉପାସନା ମହାପାତ୍ରଙ୍କ ନାଁ ସାମିଲ ଅଛି । ସିଦ୍ଧାନ୍ତ ପ୍ରଥମ ଦିନରେ ସାଇକେଲରେ ବିଧାନସଭା ପହଞ୍ଚିଥିବା ବେଳେ ଉପାସନା ମଧ୍ୟ ନିଜ ସ୍ୱର୍ଗତ ବାପା ଲୁଲୁ ମହାପାତ୍ରଙ୍କ ଆଇକାର୍ଡ ଧରି ବିଧାନସଭାରେ ପ୍ରବେଶ କରିଛନ୍ତି । ଉପାସନା ମହାପାତ୍ର ପ୍ରଥମ ଥର ପାଇଁ ବ୍ରହ୍ମଗିରିରୁ ନିର୍ବାଚନ ଲଢିଥିବା ବେଳେ ବିଜୟୀ ମଧ୍ୟ ହୋଇଛନ୍ତି । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ବାପାଙ୍କ ଆଇ କାର୍ଡ ଧରି ଗୃହକୁ ଯାଇଥିବା ବେଳେ ଏହି କାର୍ଡ ତାଙ୍କୁ ସାହାସ ଏବଂ ଧୈର୍ଯ୍ୟ ଦେଇଥିବା କହିଛନ୍ତି । ସେ ସବୁଠାରୁ କନିଷ୍ଠ ବିଧାୟିକା ହୋଇଥିବା ବେଳେ ବିଧାନସଭାରେ ସମସ୍ତ ଅଭିଜ୍ଞ ନେତା ଓ କର୍ମୀଙ୍କ ଠାରୁ ଅନେକ କିଛି ଶିଖି ବ୍ରହ୍ମଗିରି ବାସୀଙ୍କ ସେବାରେ ଲଗାଇବେ ବୋଲି କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ:  ସାଇକେଲ ଚଳାଇ ବିଧାନସଭାରେ ପହଞ୍ଚିଲେ ସିଦ୍ଧାନ୍ତ; ନେତା ଓ ମନ୍ତ୍ରୀଙ୍କୁ ବି କଲେ ଅପିଲ୍

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.