ଜେଜେଙ୍କ ଶୁଦ୍ଧିକ୍ରିୟାରେ ମହାନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ - Youth Drowned In Mahanadi - YOUTH DROWNED IN MAHANADI
🎬 Watch Now: Feature Video
Published : Apr 7, 2024, 5:40 PM IST
Missing Student's Body Found In Mahanadi: କଟକ: ମହାନଦୀର ତୁଳସୀପୁର ହାତୀଗଡା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା । ଜେଜେ ଦଶାହକର୍ମରେ ଚାଲିଗଲା ନାତିର ଜୀବନ । ଜେଜେ ବାପାର ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ନାତି ୨୧ ବର୍ଷୀୟ ଛାତ୍ର ରୂପକ ବାନାର୍ଜୀ ନଦୀରେ ନିଖୋଜ ହୋଇଯାଇଥିଲା । ତେବେ ଏ ବାବଦରେ ଦମକଳ ବିଭାଗକୁ ଖବର ଦିଆଯିବା ପରେ ଦମକଳ ଗାଡି ଏବଂ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଯୁବକର ଖୋଜାଖୋଜି ଆରମ୍ଭ କରିଥିଲା । ସିଡିଏ ୬ରେ ରହୁଥିବା ରୂପକଙ୍କ ପରିବାର ଲୋକଙ୍କ କହିବା ମୁତାବକ, ୧୦ଦିନ ତଳେ ରୂପକଙ୍କ ଜେଜେଙ୍କ ଦେହାନ୍ତ ହୋଇ ଯାଇଥିଲା । ଆଜି ଦଶ ତୁଠ ଶୁଦ୍ଧି କାମ ପାଇଁ ସମସ୍ତେ ଆସିଥିଲେ ।
ଏହା ମଧ୍ୟ ପଢନ୍ତୁ ... ବାଳୁଙ୍ଗାବନ୍ଦୀ ଗାଁରେ ଅଘଟଣ, ପୋଖରୀରେ ବୁଡି ଦୁଇଜଣ ଶିଶୁ କନ୍ୟା ମୃତ
ସମସ୍ତେ ଶୁଦ୍ଧି କାମରେ ଯୋଗ ଦେଇ ନଦୀରେ ଗାଧୋଉଥିବା ସମୟରେ ରୂପକ ଅଚାନକ ନଦୀ କୂଳରେ ଥିବା ଏକ ଉଚ୍ଚା ଜାଗାରୁ ନଦୀକୁ ଡେଇଁ ପଡିଥିଲା, ଆଉ ତା' ପରଠାରୁ ସେ ନିଖୋଜ ହୋଇଯାଇଛି । ରୂପକ ଭୂବନେଶ୍ବରର ଏକ ଘରୋଇ କଲେଜର ବିଟେକ ଛାତ୍ର । ରବର ବୋଟ ଦ୍ବାରା ଦମକଳ ବାହିନୀ ନିଖୋଜ ଛାତ୍ରର ଖୋଜାଖୋଜି ଜାରି ରଖିଥିଲେ । ତେବେ 45 ମିନିଟରୁ ଊର୍ଦ୍ଧ୍ବ ସମୟ ଧରି ଖୋଜାଖୋଜି କରିବା ପରେ ଉଦ୍ଧାର ହୋଇଥିଲେ ଯୁବକ । ସଙ୍ଗେସଙ୍ଗେ ତାଙ୍କୁ ଏସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଇଟିଭି ଭାରତ, କଟକ