ଦୁଇ ଦିନରେ ଘୋଷଣା ହେବ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ବିଜୟ ପାଲ ସିଂ ତୋମାର - Odisha Assembly Election
🎬 Watch Now: Feature Video
Odisha Assembly Election: ଭୁବନେଶ୍ୱର: ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ବିଜେଡି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିସାରିଥିବା ବେଳେ ଖୁବଶୀଘ୍ର ବିଜେପି ପ୍ରାର୍ଥୀ ତାଲିକା ଜାରି କରିବ । ଆସନ୍ତା 2 ଦିନ ମଧ୍ୟରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବା ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି ଯେ, ''ଓଡିଶାରେ ଡବଲ ଇଞ୍ଜିନର ସରକାର କରିବ ବିଜେପି । 2 ଦିନ ମଧ୍ୟରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ । ରାଜ୍ୟ ଓ କେନ୍ଦ୍ର ନେତୃତ୍ବଙ୍କ ସହିତ ଆଲୋଚନା ହୋଇଛି ।'' କିଛିଦିନ ପୂର୍ବେ ବିଜେପି 18ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଏହା ପରେ ବିଜେଡି ପ୍ରଥମ ପର୍ଯ୍ୟାୟରେ 9ଟି ଲୋକସଭା 72ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ।
ଇଟିଭି ଭାରତ, ଭୁବନେଶ୍ୱର