କାମଚଳା ସରକାର ଏହାର ତଦନ୍ତ କରି ଦୃଢ଼ କାର୍ଯାନୁଷ୍ଠାନ ନେବା ଆବଶ୍ୟକ: ବିଜେପି - BJP Reaction on Lights Uninstalled case - BJP REACTION ON LIGHTS UNINSTALLED CASE

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 8, 2024, 8:20 PM IST

BJP Reaction on Lights Uninstalled case: ଭୁବନେଶ୍ବର: ଶ୍ରୀମନ୍ଦିର ଚାରି ପାଖ ଲାଇଟ ଖୋଲାଯିବା ନେଇ ଚିନ୍ତା ପ୍ରକଟ କଲା ବିଜେପି । ଲାଇଟ ଖୋଲିବା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲା ବିଜେପି । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରୁ ଲାଇଟ କାଢ଼ି ନେଇ ଅନ୍ଧାର କରାଯିବା ଚିନ୍ତା ଜନକ ବିଷୟ । ଯେଉଁ ଅଧିକାରୀ ମାନେ ଦାୟିତ୍ୱରେ ଅଛନ୍ତି, ଯେଉଁମାନେ କାମଚଳା ସରକାରରେ ଅଛନ୍ତି, ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଡେପି। ଆଜି ରାଜ୍ୟ ବିଜେପି ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଏହି ଅଭିଯୋଗ ରଖିଛନ୍ତି।      

ସେ କହିଛନ୍ତି ଯେ, ଲାଇଟ ଲଗାଇବା ପାଇଁ ଏଭଳି ସଂସ୍ଥାକୁ କେମିତି ଦାୟିତ୍ଵ ଦିଆଯାଇଥିଲା ? ନୂଆ ସରକାର ଶପଥ ନେବା ପୂର୍ବରୁ ଲାଇଟ କାଢି ନେଇ ମନ୍ଦିରକୁ ଅନ୍ଧାର କରାଯିବା ଲଜ୍ଜ୍ୟା ଜନକ ବିଷୟ । ବିଜେପି ସରକାର ଶପଥ ନେବା ପରେ ଯେଉଁ ମାନେ ଏଥିରେ ସଂପୃକ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିରଞ୍ଚି କହିଛନ୍ତି  । ଠିକା ସଂସ୍ଥା ଯଦି ଲାଇଟ ଲଗାଇଥିଲା ସେ ମନ ଇଚ୍ଛା ଲଗାଇ ନଥିବ, ସରକାରଙ୍କ ଅନୁମତି ଅନୁଯାୟୀ କରିଥିବ । ଏହା ନିନ୍ଦନୀୟ ଏବଂ ଯେଉଁ ମାନେ ଏଥିରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଦାୟିତ୍ୱରେ ଅଛନ୍ତି, ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିବା ବିରଞ୍ଚି କହିଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ..ବିଜେଡି ସରକାରରେ ମିଳିଲାନି ନ୍ୟାୟ ! ବଦଳିଲା ସରକାର, ବଡ଼ଦାଣ୍ଡରେ ପୀଡ଼ିତ ପରିବାରଙ୍କ ପଦଯାତ୍ରା

ସୂଚନାଯୋଗ୍ୟ ଯେ, ନିର୍ବାଚନରେ ବିଜେଡି ହାରିବା ପରେ ମନ୍ଦିର ଚାରିପଟେ ଲଗାଯାଇଥିବା ଲାଇଟକୁ ହଟେଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଲାଇଟ ହଟାଇବା ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ୩ଦିନ ତଳେ ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯାଇଥିଲା । କିଏ ଖୋଲିଥିଲା ଏବଂ କାହା କଥାରେ ଖୋଲା ଯାଇଥିଲା ତାର ତଦନ୍ତ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଥିବା ବେଳେ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ବିବାଦ ବଢିବା ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଥରେ ଲାଇଟ ଲଗାଇବା କାମ ଚାଲିଛି ବୋଲି ଜଣାପଡିଛି।

ଇଟିଭି ଭାରତ, ଭୁବନେଶ୍ବର 

For All Latest Updates

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.