ରାଜଧାନୀରେ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ରୋଡ ସୋ', ଦେଖନ୍ତୁ LIVE - JP Nadda roadshow - JP NADDA ROADSHOW
🎬 Watch Now: Feature Video


Published : May 16, 2024, 10:11 AM IST
|Updated : May 16, 2024, 10:37 AM IST
ଭୁବନେଶ୍ବର: ଭୁବନେଶ୍ବରରେ ବିଶାଳ ରୋଡ ସୋ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମାଉସୀ ମା ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ ହେଉଛି । ନଡ୍ଡାଙ୍କ ସହ ବିଜେପି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଅଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ବଢୁଛି ରାଜନୈତିକ ଉଷ୍ମତା । ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡ଼ିଶା । ଏଥିପାଇଁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଦଳର ଶୀର୍ଷ ନେତା । ବିଜେପି ଭଳି କଂଗ୍ରେସ ମଧ୍ୟ ଓଡ଼ିଶା ଉପରେ କିଛିମାତ୍ରାରେ ନଜର ପକାଇଥିବା ଦେଖିବାକୁ ମିଳୁଛି । ଜଣଙ୍କ ପରେ ଜଣେ ହାଇ ପ୍ରୋଫାଇଲ ନେତା ଓଡ଼ିଶାରେ ପ୍ରଚାର ମଙ୍ଗ ଧରି କଂଗ୍ରେସ ପାଇଁ ଭୋଟ ମାଗୁଛନ୍ତି । ଏହି କ୍ରମରେ କାଲି ରାହୁଲ ଗାନ୍ଧୀ ଆସି ଫେରିଥିବାବେଳେ ଆଜି ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ।
Last Updated : May 16, 2024, 10:37 AM IST