ପୁରୀ ଲୋକସଭା ଓ ବିଧାନସଭାରେ ବିଜେପି କ୍ଲିନସ୍ପିପ୍ କରିବ: ଜୟନ୍ତ ଷଡ଼ଙ୍ଗୀ - GENERAL ELECTION 2024 - GENERAL ELECTION 2024
🎬 Watch Now: Feature Video
Published : Mar 27, 2024, 10:49 PM IST
BJP MLA Jayanta Sarangi Hopes Winning In Puri : ପୁରୀ: ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇସାରିଛନ୍ତି । ପୁରୀ ଲୋକସଭା ପ୍ରାର୍ଥୀ ଭାବେ ବିଜେଡି ରୁ ଅରୁପ ପଟ୍ଟନାୟକ ଓ ବିଜେପି ପ୍ରାର୍ଥୀ ଭାବେ ସମ୍ବିତ ପାତ୍ର ଲଢ଼ିବେ । ଏ ନେଇ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୁରୀ ଲୋକସଭା ରେ ବିଜେପି ବିପୁଳ ବିଜୟ ହାସଲ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଜନ ନାୟକ ପାଲଟି ଯାଇଛନ୍ତି । ମୋଦିଙ୍କ ବିକାଶ ଧାରା ଲୋକେ ପ୍ରତ୍ୟେକ ଲୋକ ଗ୍ରହଣ କରିସାରିଛନ୍ତି । ଏଣୁ ପୁରୀ ଲୋକସଭା ଆସନ ରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ବିପୁଳ ବିଜୟ ହାସଲ କରିବେ ।
ଏହା ମଧ୍ୟ ପଢନ୍ତୁ... ସବୁଠି ପ୍ରତିଦ୍ବନ୍ଦୀତା ହେବ, ଆଉ ସବୁଠି ବିଜେଡ଼ିର ବିଜୟ ନିଶ୍ଚିତ: ଦେବୀ - BJD Leader Debi Prasad Mishra
ତେବେ ବିଜେପି ବିଜେଡ଼ି ମଧ୍ୟରେ ଏକ ଅଘୋଷିତ ମେଣ୍ଟ ହୋଇ ଥିବାରୁ ପୁରୀରେ ସମ୍ବିତ ପାତ୍ରଙ୍କ ବିପକ୍ଷରେ ବିଜେଡି ଦୁର୍ବଳ ପ୍ରାର୍ଥୀ ଦେଇଥିବା ଚର୍ଚ୍ଚାକୁ ପୁରୀ ବିଧାୟକ ଖଣ୍ଡନ କରିଛନ୍ତି । ବିଜେପି ଓ ବିଜେଡ଼ି ମଧ୍ୟ ରେ କୌଣସି ଅଘୋଷିତ ମେଣ୍ଟ ହୋଇ ନାହିଁ ବୋଲି ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି । ସେହିପରି ପୁରୀ ବିଧାନସଭା ଆସନ ରେ ମଧ୍ୟ ବିଜେପି ବିପୁଳ ଭୋଟ ରେ ଜିତିବ ବୋଲି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ।
ସ୍ଵର୍ଗତ ମହେଶ୍ଵର ମହାନ୍ତି ଙ୍କ ପୁଅ ପ୍ରାର୍ଥୀ ହେଲେ କୌଣସି ପ୍ରଭାବ ପଡ଼ିବନି । ମହେଶ୍ବରଙ୍କ ପରିବାର କେବେ ବି ଜନସେବାରେ ନ ଥିଲେ । କେବଳ ନିଜର ବ୍ୟବସାୟରେ ଥିଲେ । ପୁରୀ ଲୋକଙ୍କ ଉନ୍ନତି ପରିବର୍ତେ ସେ ତାଙ୍କ ପରିବାର ଉନ୍ନତି କରିଚାଲିଲେ । ଅପରାଧୀଙ୍କୁ ପ୍ରଶୟ ଦେଲେ । ଏଣୁ ଲୋକ ମାନେ ଅତିଷ୍ଠ ହୋଇ ସ୍ବର୍ଗତ ମହେଶ୍ଵର ମହାନ୍ତିଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଏଣୁ ରଜା ପୁଅ ରାଜା ହେବା ପରମ୍ପରା ଆଉ ନାହିଁ । ଭାରତ ଏକ ଗଣତନ୍ତ୍ର ଦେଶ ଓ ଲୋକ ଠିକ୍ ବୁଝି ସାରିଛନ୍ତି । ଏଣୁ ଆଗାମୀ ନିର୍ବାଚନ ରେ ପୁରୀ ଲୋକସଭା ଓ ବିଧାନସଭା ରେ ବିଜେପି କ୍ଲିନ୍ ସ୍ଵିପ କରିବ ବୋଲି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ।
ଇଟିଭି ଭାରତ, ପୁରୀ