ରାଜ୍ୟ ବିଜେପିର ସମ୍ବର୍ଦ୍ଧନା ଉତ୍ସବ, ଭୁବନେଶ୍ୱରରୁ ଦେଖନ୍ତୁ LIVE - BJP Felicitation Ceremony

By ETV Bharat Odisha Team

Published : Jun 30, 2024, 11:32 AM IST

Updated : Jun 30, 2024, 1:50 PM IST

thumbnail

ଭୁବନେଶ୍ୱର: ନୂଆ ସରକାର, ନୂଆ ଉତ୍ସାହ । ନବ ନିର୍ବାଚିତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରୁଛି ବିଜେପି । ଆଜି ଓଡ଼ିଶା ବିଜେପିର ସମ୍ବର୍ଦ୍ଧନା ଉତ୍ସବ ଆରମ୍ଭ ହୋଇଯାଇଛି । ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା କରାଯାଉଛି । ବିଜେପି ପକ୍ଷରୁ ସମସ୍ତ ନବନିର୍ବାଚିତ ସାଂସଦ , କେନ୍ଦ୍ରମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳ, ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଜଧାନୀ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଇଛି । ବିଜେପିର ସମସ୍ତ ମଣ୍ଡଳ ସଭାପତି , ସାଧାରଣ ସମ୍ପାଦକ, ଜିଲ୍ଲାର ପଦାଧିକାରୀ ଓ କାର୍ଯ୍ୟକାରିଣୀ, ରାଷ୍ଟ୍ରୀୟ ଓ ରାଜ୍ୟ ସଦସ୍ୟ, ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରର ମୋର୍ଚ୍ଚା ଦାୟିତ୍ବ ନେଇଥିନା ଓଡିଶାର ସଦସ୍ୟ ଉପସ୍ଥିତ ରହିଛନ୍ତି । ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ରହିବେ । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ସହ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ଉପସ୍ଥିତ ରହିଛନ୍ତି । ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 30, 2024, 1:50 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.