ପିପିଲିରେ ଜୁନିଅର ମହାରଥୀଙ୍କ ପାୱାର ଶୋ, ବାଇକ ରାଲିରେ ଭୋଟ ପ୍ରଚାର - PIPILI ASSEMBLY CONSTITUENCY

By ETV Bharat Odisha Team

Published : Apr 10, 2024, 8:59 PM IST

thumbnail

BJD CAMPAIGNING IN PIPILI: ପିପିଲି: ଆଗାମୀ ନିର୍ବାଚନ ପାଇଁ ବଢିଚାଲିଛି ରାଜନୈତିକ ଉଷ୍ମତା । ପିପିଲିରେ ମଧ୍ୟ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି । ପିପିଲିରେ ବାଇକ୍ ଶୋଭାଯାତ୍ରା କରିଛନ୍ତି ପିପିଲି ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଶତାଧିକ ସଂଖ୍ୟାରେ ବାଇକ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରି ନିଜ ସପକ୍ଷରେ ଜନମତ ଲୋଡ଼ିଥିଲେ  । ଟିକେଟ ଘୋଷଣା ପରେ ଏହା ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଥିଲା । ସେ ଡେଲାଙ୍ଗ ବ୍ଲକର ଶାଉରିଆ ଠାରୁ ବାଇକ ଶୋଭା ଯାତ୍ରାରେ ବାହାରି ଘନିପୁର ଗ୍ରାମ ପରିକ୍ରମା କରିଥିଲେ । ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଘଟିବାରୁ ୨୦୨୧ ରେ ଉପନିର୍ବାଚନ ହୋଇଥିଲା  । ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଏହି ଉପନିର୍ବାଚନରେ ବିଜୟୀ ହୋଇଥିଲେ ।  ସ୍ବର୍ଗତ ମହାରଥୀ ଏଠାରେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 

ଏହା ମଧ୍ୟ ପଢନ୍ତୁ....ପାରଳାଖେମୁଣ୍ଡିରେ ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କଲା ବିଜେଡି - BJD Power Show In Paralakhemundi

ପିପିଲି ଏନଏସିର ୧୬ ଟି ୱାର୍ଡ ଓ ପିପିଲି, ଡେଲାଙ୍ଗ ବ୍ଳକର ମୋଟ ୪୬ ଗୋଟି ପଞ୍ଚାୟତକୁ ନେଇ ପିପିଲି ନିର୍ବାଚନ ମଣ୍ଡଳୀ ଗଠିତ । ତେବେ ଏହି ବାଇକ୍ ଶୋଭାଯାତ୍ରାରେ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତି ସାହୁ ଏହି ଶୋଭାଯାତ୍ରାରେ ନିଜକୁ ସାମିଲ କରି ଭୋଟ ଭିକ୍ଷା କରିଥିଲେ । ଚଳିତ ନିର୍ବାଚନ ପାଇଁ ପ୍ରଥମେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଆଶ୍ରିତ ପଟ୍ଟନାୟକଙ୍କ ନାମ ଘୋଷଣା କରିଥିବାବେଳେ ବିଜେଡି ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି । 

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.