thumbnail

ମୋଦିଙ୍କ ରୋଡ ସୋ'କୁ ନେଇ ସଜେଇ ହୋଇଛି ରାଜଧାନୀ; ମୃଦଙ୍ଗ, ଓଡ଼ିଶୀ ନୃତ୍ୟରେ କମ୍ପୁଛି ଭୁବନେଶ୍ବର - PM Modi Road show

By ETV Bharat Odisha Team

Published : May 10, 2024, 8:09 PM IST

PM Modi Mega Road show: ଭୁବନେଶ୍ବର: ଆଉ କିଛି ସମୟ ପରେ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ସୋ' । ଏନେଇ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ରାଜଧାନୀ । ଏହାସହିତ ଓଡ଼ିଶୀ ନୃତ୍ୟ, ଘଣ୍ଟ ମୃଦଙ୍ଗ ବାଦ୍ୟ ପରିବେଷଣ କରୁଛନ୍ତି କଳାକାର । ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସମର୍ଥକ ମୋଦିଙ୍କ ଝଲକ ପାଇବା ଲାଗି ଭିଡ଼ ଜମାଇଛନ୍ତି । ସେପଟେ ଗେରୁଆମୟ ହୋଇଛି ରାଜଧାନୀ । ବିଜେପି ସମର୍ଥକମାନେ ହାତରେ ବିଜେପି ପତାକା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି ।  

ଏହା ବି ପଢନ୍ତୁ- ମୋଦିଙ୍କ ମେଗା ରୋଡ୍ ସୋ’: ଅପେକ୍ଷାରେ ରାଜଧାନୀବାସୀ, ପାର୍ଟି ଅଫିସରେ କରିବେ ଆଲୋଚନା 

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ 2 ଦିନ ଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀରେ ଏହି ରୋଡ ସୋ' କରୁଛନ୍ତି । ଭୁବନେଶ୍ବର ଲୋକସଭା ଆସନରେ ପୁଣିଥରେ ବାଜିମାତ କରିବାକୁ ବିଜେପି ଲକ୍ଷ୍ୟ ରଖିଛି । ଏହାପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ' କରିବେ ମୋଦି । ଏହି ରାସ୍ତାକୁ ଅତି ସୁନ୍ଦର ଭାବେ ସଜାଯାଇଛି । ସେପଟେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.