ନିର୍ବାଚନ ହିଂସା, ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ କାର୍ପଟଦାର କହିଲେ ପ୍ରଦୀପ - Pradeep Panigrahi On Poll Violence - PRADEEP PANIGRAHI ON POLL VIOLENCE

🎬 Watch Now: Feature Video

thumbnail

By ETV Bharat Odisha Team

Published : May 20, 2024, 4:36 PM IST

Pradeep Panigrahi On Poll Violence: ଭୁବନେଶ୍ବର: ରାଜ୍ୟରେ ଘଟୁଥିବା ନିର୍ବାଚନୀ ହିଂସାକୁ ନେଇ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭାବେ ଲଢୁଥିବା ପ୍ରଦୀପ କହିଛନ୍ତି,' ଖଲ୍ଲିକୋଟରେ ଘଟିଥିବା ଘଟଣାଟି ଘରେ ପୋଷ୍ଟର ଲଗାଇବା ମନା କରିବା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଅଧିକାର ଅଟେ । କାହାକୁ ମାରିବା ବିଜେଡିର ନିତିଦିନିଆ କଥା ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀରେ ବ୍ରାହ୍ମଣ ସାହିରେ ମର୍ଡର ହେବା ମିଛ କି, ପିତଳ ସାହିରେ ହତ୍ୟା ଘଟଣା ମିଛ କି । ନିର୍ବାଚନୀରେ ହିଂସା ବିଜେଡିର କାମ ।'  

ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଆକ୍ରମଣ କରି ପ୍ରଦୀପ କହିଛନ୍ତି, 'ରାଜ୍ୟରେ ଏକଛତ୍ରବାଦ ଶାସନ ଚାହୁଁଛନ୍ତି କି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ । ମୁଖ୍ୟମନ୍ତ୍ରୀ ହିଁ ହିଂସାର ମୁଖ୍ୟ କାର୍ପଟଦାର । ବିଜେଡି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଆକଟ କରିଥିଲେ ଶୃଙ୍ଖଳା ଶିଖାଇଥିଲେ ହୁଏତ ଏ ଅବସ୍ଥା ସୃଷ୍ଟି ହୋଇନଥାନ୍ତା । ପାର୍ଟିରେ ହାର୍ଡକୋର କ୍ରିମିନାଲଙ୍କୁ ସାମିଲ କରି ନିର୍ବାଚନ ପରିଚାଳନା କରୁଛି ଦଳ । ବିଧାୟକଙ୍କ ଉପରେ ଆକ୍ରମଣ କିମ୍ବା ଅନ୍ୟ ଦଳର ନେତାଙ୍କ ଉପରେ ଆକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ କେବେ ନିନ୍ଦା କରିନାହାଁନ୍ତି । ବିଧାନସଭାରେ ମୁଖ୍ୟନେତା ଭାବେ ତାଙ୍କର ନିନ୍ଦା କରିବା କର୍ତ୍ତବ୍ୟ । ପ୍ରତି ବିଧାୟକଙ୍କ ସୁରକ୍ଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଉତ୍ତରଦାୟିତ୍ବ ରହିଛି । '      

ଏହା ମଧ୍ୟ ପଢନ୍ତୁ ... ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରଦୀପ, କହିଲେ ପୋଲିସ ଉପସ୍ଥିତିରେ ହୋଇଥିଲା ଆକ୍ରମଣ - Pradeep Panigrahi Discharge

ବିଜେଡିରେ ସବୁ ଗୁଣ୍ଡା ଆଉ ଅସାମାଜିକ ଲୋକଙ୍କୁ ପାଳିଛନ୍ତି ନବୀନ ପଟ୍ଟନାୟକ । ସୌମ୍ୟ ବାବୁଙ୍କ ରାଲିରେ ଗଣ୍ଡଗୋଳ କରିବା ଏହାର ଏକ ଉଦାହରଣ । ଆଜି ଦ୍ଵିତୀୟ ପର୍ଯ୍ୟାୟର ନିର୍ବାଚନ ଚାଲିଛି । ଏହାକୁ ଆଖି ଆଗରେ ରଖି ପ୍ରଦୀପ ପାଣିଗ୍ରାହୀ ଅନୁରୋଧ କରିଛନ୍ତି ଯେ, ବହୁ ଆକାରରେ ଭୋଟ ଦିଅନ୍ତୁ ଯେଭଳି ସରକାର ଜବାବ ପାଇବେ । ଓଡ଼ିଶା ନୂଆ ବ୍ୟବସ୍ଥା ମଧ୍ୟରେ ଆଗକୁ ବଢିବ।, ତେବେ ସାଧାରଣ ଲୋକ ଏହାକୁ ନେଇ ବୁଝିପାରିଛନ୍ତି । ସମସ୍ତେ ବହୁ ଆକାରରେ ଭୋଟ ଦିଅନ୍ତୁ । ହିଞ୍ଜିଳି ଲୋକଙ୍କୁ ଲେଖାଟା ଛିଡେଇ ଦେବାକୁ କହିଛନ୍ତି ପ୍ରଦୀପ ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.