ବିଧାୟକ ରାଜେନ୍ଦ୍ର ସାହୁଙ୍କ ନାଁରେ ମାମଲା, ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦାଖଲ ଅଭିଯୋଗ - Complain Against Begunia MLA

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 15, 2024, 7:22 PM IST

Forged Certificate: ଖୋର୍ଦ୍ଧା: ବଢିଲା ବେଗୁନିଆ ବିଧାୟକଙ୍କ ଅଡୁଆ। ଖୋର୍ଦ୍ଧାର ଦୁଇ ଦୁଇ ଥରର ବିଧାୟକ ରାଜେନ୍ଦ୍ର କୁମାର ସାହୁ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି । ନିର୍ବାଚନୀ ସତ୍ୟପାଠ ଦାଖଲ ବେଳେ ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ଅନ୍ୟାନ୍ୟ ସାର୍ଟିଫିକେଟ ଦେଇଥିବା ନେଇ ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ଉପେନ୍ଦ୍ର କୁମାର ରାଉତରାୟ ଏତଲା ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା କୋର୍ଟରେ ଆଜି ମାମଲା ରୁଜୁ ହୋଇଥିବା ଆବେଦନକାରୀଙ୍କ ଓକିଲ ସନ୍ତୋଷ କୁମାର ଅତବୁଦ୍ଧି କହିଛନ୍ତି । 

ଏହା ବି ପଢନ୍ତୁ...ଜାଲ୍ ଉତ୍ତରାଧିକାରୀ ପ୍ରମାଣପତ୍ର ଦେଇ ଜମି ବିକ୍ରି ଉଦ୍ୟମ, ବନ୍ଧା ହେଲେ ଶିକ୍ଷକ - Land Scam In Kalahandi

ପୂର୍ବରୁ ମଧ୍ୟ ଆବେଦନକାରୀ ଅଭିଯୋଗ ଆଣିଥିବାବେଳେ ଖୋର୍ଦ୍ଧା କୋର୍ଟରେ ମାମଲା ରହିଥିଲା । କିନ୍ତୁ ଆବେଦନକରୀ ନିର୍ଦ୍ଧାରିତ ସମୟରେ ହାଜର ନହେବାରୁ ଏହାକୁ କୋର୍ଟ ଖାରଜ କରିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ଉଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ ଏସଡିଜେଏମଙ୍କ କୋର୍ଟରେ ପୁନର୍ବାର ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି ମାମଲା ରୁଜୁ ହୋଇଥିବା ଆବଦନାକାରୀଙ୍କ ଓକିଲ କହିଛନ୍ତି । 
 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.