ଉଦଯାପିତ ହେଲା ବାଉଁଶୁଣୀ ଲୋକ ମହୋତ୍ସବ

By ETV Bharat Odisha Team

Published : Feb 10, 2024, 7:34 AM IST

thumbnail

ବୌଦ୍ଧ: ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟର ତାଳେ ତାଳେ ସରିଲା ବାଉଁଶୁଣୀ ଲୋକ ମହୋତ୍ସବ  । ବୌଦ୍ଧ ଜିଲ୍ଲାର ବାଘନଦୀ ଓ ମହାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ବାଉଁଶୁଣୀଠାରେ ଆୟୋଜିତ ହୋଇଥିବା ଏହି ଲୋକକଳା ମହୋତ୍ସବ ଉଦଯାପିତ ହୋଇଯାଇଛି । ବାଉଁଶୁଣୀର ବାନ୍ଧକଳା ଠାରୁ ନେଇ ମହାନଦୀ କୂଳରେ ଅବସ୍ଥିତ ସ୍ୱତନ୍ତ୍ର ବକ୍ର ମନ୍ଦିର ଭୁବନେଶ୍ଵର ମହାଦେବଙ୍କ ଶୈବପୀଠ ବର୍ଷ ତମାମ ଭକ୍ତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଥାଏ । ବାଉଁଶୁଣୀ ଉପରେ ଅଞ୍ଚଳର ୮ ଗୋଟି ପଞ୍ଚାୟତର ଅଧିବାସୀ ନିର୍ଭରଶୀଳଥିବା ବେଳେ ଏଠାକାର ଲୋକକଳା ବେଶ ଆକର୍ଷଣୀୟ । ପତ୍ର ଶଉରା, ଝାଲିଆ ଶବର, ଶବରୁଣୀ, ବାଇଧନ, ନଚନିଆ, ବଜନିଆ ଭଳି ବିଭିନ୍ନ ପାରମ୍ପରିକ ଲୋକକଳା ଅଞ୍ଚଳର ସ୍ୱତନ୍ତ୍ର ପରିଚୟ ବହନ କରୁଛି । ତେଣୁ ଏହି ଲୁପ୍ତପ୍ରାୟ ଲୋକକଳାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତ୍ୟେକ ବର୍ଷ ଏଠାରେ ବାଉଁଶୁଣୀ ଲୋକ ମହୋତ୍ସବର ଆୟୋଜନ କରାଯାଉଛି । ଚଳିତ ବର୍ଷ ଏହି ମହୋତ୍ସବ ପଡ଼ିଆରେ ମୀନା ବଜାର ସହିତ ବିଭିନ୍ନ ହାତ ତିଆରି ସାମଗ୍ରୀର ବେଶ ଚାହିଦା ଦେଖିବାକୁ ମିଳିଥିଲା । ପାଞ୍ଚ ଦିନ ଧରି ଅନୁଷ୍ଠିତ ବାଉଁଶୁଣୀ ଲୋକ ମହୋତ୍ସବର ମଞ୍ଚରେ ପାରମ୍ପରିକ ଲୋକକଳା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳର ପାରମ୍ପରିକ ଲୋକନୃତ୍ୟକୁ ଦର୍ଶକମାନେ ଉପଭୋଗ କରୁଥିବା ପରିଲକ୍ଷିତ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ- ଉଦଯାପିତ ହେଲା ଅସୁରଗଡ ଲୋକ ମହୋତ୍ସବ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.