ଆରମ୍ଭ ହେଲା ରଥଟଣା, ଘର୍‌ ଘର୍‌ ନାଦରେ ଗଡ଼ିଲା ତାଳଧ୍ବଜ - Chariot pulling begins

By ETV Bharat Odisha Team

Published : Jul 15, 2024, 4:10 PM IST

thumbnail
Chariot pulling begins (DD)

ପୁରୀ: ଛେରା ପହଁରା ନୀତି ସମାପନ ପରେ ଆରମ୍ଭ ହେଲା ରଥଟଣା । ବଡ଼ ଦେଉଳ ଅଭିମୁଖେ ରଥକୁ ଟାଣି ନେଉଛନ୍ତି ଭକ୍ତ ମଣ୍ଡଳୀ । ଘଣ୍ଟ ଘଣ୍ଟା ନାଦରେ ଘର୍‌ ଘର୍‌ ଗଡ଼ିଲା ତାଳଧ୍ବଜ । ପ୍ରଥମେ ବଡ଼ ଭାଇ ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀ ଅଭିମୁଖେ ବାହାରିଛନ୍ତି । ଏହାପରେ ସାନ ଭଉଣୀ ଦେବୀ ସୁଭଦ୍ରା ବାହାରିବେ । ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିବ । ଭକ୍ତ ଭଗବାନଙ୍କ ମିଳନରେ ଶ୍ରୀକ୍ଷେତ୍ର ପୁଣି ଚଳଚଞ୍ଚଳ ହୋଇ ଉଠିଛି । ତିନି ଦିଅଁଙ୍କ ଦର୍ଶନ ଲାଭ କରିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକତ । କିଏ ସୁଦୂର ବିଦେଶରୁ ଆସିଛି ତ ଆଉ କିଏ ମିଛ ମାୟା ସଂସାରରୁ ବିରତି ନେଇ ଶ୍ରୀକ୍ଷେତ୍ର ଧାଇଁ ଆସିଛି । ରଥାରୂଢ ଶ୍ରୀଜିଉଙ୍କ ଦର୍ଶନ ଲାଭ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ ।  

ଏହା ବି ପଢନ୍ତୁ-  ରଥ ଉପରେ ଚଢିଥିଲେ ଅଣସେବାୟତ, ହାତ ଧରି ଭିଢି ଆଣିଲେ ମୁଖ୍ୟ ପ୍ରଶାସକ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.