thumbnail

By ETV Bharat Odisha Team

Published : Mar 27, 2024, 10:08 PM IST

ETV Bharat / Videos

ପାଟକୁରାରେ ବିଜେଡି ପ୍ରାର୍ଥୀ ହେଲେ ବିଜୟ ନନ୍ଦନ ଅରବିନ୍ଦ - arindam mohapatra

Patkura Assembly Constituency:କେନ୍ଦ୍ରାପଡା: ଆଜି ବିଜେଡି ଘୋଷଣା କରିଛି ତାର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ତାଲିକାରେ କେନ୍ଦ୍ରାପଡା ଜିଲ୍ଲାର ୪ ଜଣ ବିଧାୟକ ପ୍ରାର୍ଥୀ ଦଳୀୟ ଟିକେଟ ପାଇଥିବା ବେଳେ ୨୪ ବର୍ଷ ପରେ ବିଜୟ ମହାପାତ୍ରଙ୍କ ପରିବାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କ ନାମ ଘୋଷଣା କରିବା ପରେ ଉତ୍ସାହିତ ବିଜୟ ସେନା । 

ବିଜେଡି ଟିକେଟ ପାଇବା ପରେ ଅରବିନ୍ଦ ମହାପାତ୍ର ପାଟକୁରା ନିର୍ବାଚନ ମଣ୍ଡଳୀରେ ଚାଲୁ ରହିଥିବା ବିକାଶ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସହ ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ, ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।ସେହିପରି ଆଜି ପୂର୍ବାହ୍ନରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଏକ ଘରୋଇ ମଣ୍ଡପରେ ଡେରାବିଶ୍ ବ୍ଲକ ଅଧିନ ୨୬ଟି ପଞ୍ଚାୟତର ନେତୃବୃନ୍ଦଙ୍କ ସହ ଅରବିନ୍ଦ ମହାପାତ୍ର ଓ ବିଜୟ ମହାପାତ୍ର ଦୀର୍ଘ ସମୟ ଧରି ଚର୍ଚ୍ଚା ଆଲୋଚନା କରିଥିବା ସୂଚନା ମିଳିଛି । ଦଳୀୟ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମସ୍ତ ବିଜୟ ସେନା ଓ ବିଜୁ ଜନତା ଦଳ କର୍ମୀ ଏକାକାର ହେବା ପାଇଁ ସଭାରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ....ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ନବୀନ, ସମ୍ବଲପୁରରୁ ପ୍ରଣବ ପ୍ରକାଶ - General Elections 2024

ସେହିପରି ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ଉପରେ ବିଶେଷ ଫୋକସ ଦେବେ ବୋଲି କହିବା ସହ ଯେଉଁମାନେ ଦଳ ଛାଡି ଯାଇଛନ୍ତି ଏବଂ ଯିବାକୁ ଚାହୁଁଛନ୍ତି ତାହା ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର ବୋଲି କହିଛନ୍ତି ଅରବିନ୍ଦ । ସେପଟେ ଏହି ଆସନରୁ ଦୀର୍ଘ ୧୫ ବର୍ଷ ଧରି ପ୍ରତିନିଧିତ୍ବ କରି ଆସୁଥିବା ଅଗ୍ରୱାଲ ପରିବାରକୁ ଏଥର ଚେକ ଦେଇଛନ୍ତି ନବୀନ । ନିର୍ବାଚନ ରଣାଙ୍ଗନରେ ଯିଏ ପ୍ରାର୍ଥୀ ହୁଅନ୍ତୁ , ସେ ତାଙ୍କର ପ୍ରତିଦ୍ବନ୍ଦୀ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇ ଭୋଟ ମାଗିବେ ବୋଲି କହିଛନ୍ତି ଅରବିନ୍ଦ । 

ଇଟିଭି ଭାରତ, କେନ୍ଦ୍ରାପଡା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.