ଅମରନାଥରୁ ଆସୁଥିବା ବସ୍‌ର ହେଲା ବ୍ରେକ ଫେଲ୍; ଚଳନ୍ତା ଗାଡିରୁ ଡେଇଁଲେ ଯାତ୍ରୀ, ଦେଖନ୍ତୁ ଭିଡିଓ - AMARNATH YATRA BUS BREAK FAIL

By ETV Bharat Odisha Team

Published : Jul 3, 2024, 3:51 PM IST

thumbnail
ଅମରନାଥରୁ ଆସୁଥିବା ବସ୍‌ର ହେଲା ବ୍ରେକ ଫେଲ୍; ଚଳନ୍ତା ଗାଡିରୁ ଡେଇଁଲେ ଯାତ୍ରୀ, ଦେଖନ୍ତୁ ଭିଡିଓ (ETV Bharat Odisha)

ଶ୍ରୀନଗର: ତୀର୍ଥଯାତ୍ରୀଙ୍କୁ ଧରି ଅମରନାଥ ଯାତ୍ରାରୁ ଫେରୁଥିଲା ବସ୍ । ହଠାତ୍ ଅଧାବାଟରେ ହୋଇଗଲା ବ୍ରେକ ଫେଲ୍ । ଫଳରେ ଯାତ୍ରୀମାନେ କ'ଣ କରିବେ ଜାଣିନପାରି ଜୀବନ ବିକଳରେ ଚଳନ୍ତା ଗାଡିରୁ ଡେଇଁ ପଡିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବସରେ ପ୍ରାୟ ୪୦ ଜଣ ତୀର୍ଥଯାତ୍ରୀ ରହିଥିଲେ । ସୂଚନା ମୁତାବକ, ତୀର୍ଥଯାତ୍ରୀମାନଙ୍କୁ ନେଇ ବସଟି ଅମରନାଥ ଯାତ୍ରାରୁ ପଞ୍ଜାବ ହୋସିଆରପୁରକୁ ଫେରୁଥିଲା । ହେଲେ ଜମ୍ମୁ-କାଶ୍ମୀର ରାମବନ ଜିଲ୍ଲାର ବନିହାଲ ଅଞ୍ଚଳରେ ହଠାତ୍ ବସର ବ୍ରେକ ଫେଲ୍ ହୋଇଯାଇଥିଲା । ଡ୍ରାଇଭର ଏକଥା କହିବା ପରେ ଯାତ୍ରୀମାନେ ଭୟରେ ବସରୁ ଡେଇଁବାକୁ ଲାଗିଥିଲେ । ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଚଳନ୍ତା ବସରୁ ଯାତ୍ରୀଙ୍କୁ ଡେଇଁବା ଦେଖି ସେଠାରେ ଥିବା ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ବସକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ବସ୍ ଏକ ଖାଇରେ ଖସିବା ପୂର୍ବରୁ ସେନା ଏହାର ଚକା ତଳେ ପଥର ରଖି ଅଟକାଇ ଦେଇଥିଲେ  । ଯାହାଫଳରେ ଏକ ବଡ ଦୁର୍ଘଟଣା ଟଳିଯିବା ସହ ସମସ୍ତ ତୀର୍ଥଯାତ୍ରୀଙ୍କ ଜୀବନ ରକ୍ଷା ହୋଇପାରିଛି । ଦେଖନ୍ତୁ ଏହି ସମୟର ଲୋମଟଙ୍କୁରା ଭିଡିଓ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.