thumbnail

By ETV Bharat Odisha Team

Published : Apr 23, 2024, 4:53 PM IST

ETV Bharat / Videos

ସୀମା ଟପିଲା ବର୍ବରତା; ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ - Murder in Mayurbhanj

Allegation of Murder in Mayurbhanj: ରାଇରଙ୍ଗପୁର: ଗାଁ ଛକରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ମୃତକ ଯୁବକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ବଡ଼ଚାଟରା ଗ୍ରାମର ସ୍ବର୍ଗତ ଡମ୍ବୁରୁ ମହାନ୍ତଙ୍କ ଏକମାତ୍ର ପୁଅ ଗୋପାଳ ମହାନ୍ତ । ସୂଚନା ମୁତାବକ ଗତକାଲି ଦିନ ଦ୍ବିପ୍ରହରରେ ସାନଚାଟରା ଗ୍ରାମର କିଛି ଯୁବକ ଗୋପାଳଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ, ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମା’ ପୋଲିସକୁ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ... ବୃଦ୍ଧଙ୍କୁ ମହଙ୍ଗା ପଡିଲା ଅବୈଧ ସମ୍ପର୍କ, ମୃତ୍ୟୁର ଶେଯରେ ଶୁଆଇ ଦେଲେ ମହିଳା - MAN MURDER OVER AFFAIRS

ତେବେ ଆକ୍ରମଣ ଫଳରେ ଗୋପାଳ ଗୁରୁତର ଅବସ୍ଥାରେ ସେହିଠାରେ ହିଁ ପଡ଼ି ରହିଥିଲେ । ଖବର ପାଇ ଗୋପାଳଙ୍କ ମା’ ସରସ୍ବତୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ପୁଅକୁ ଉଦ୍ଧାର କରିଥିଲେ । ପ୍ରଥମେ ଘରକୁ ଆଣିବା ପରେ ଗୋପଳଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ତୁରନ୍ତ ନିକଟସ୍ଥ ଶିର୍ଶା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ । ହେଲେ ସେଠାରେ ଡାକ୍ତର ଗୋପାଳଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଝାରପୋଖରିଆ ଥାନାରେ ମୃତକଙ୍କ ମା’ ତାଙ୍କ ପୁଅକୁ ପିଟି ପିଟି ହତ୍ୟା କରିଥିବା ନେଇ ଏଇ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଛଅ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଅଭିଯୋଗ ପାଇବା ପରେ ଝାରପୋଖରିଆ ଥାନା ପୋଲିସ କେଶ ନଂ ୯୫/୨୪ରେ ଏକ ହତ୍ୟା ମାମଲା ରୁଜୁ କରିଛି । ଏହି ମାମଲାରେ ଦୁଇ ଜଣକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିବା ସହିତ ଆଉ କିଏ କିଏ ଏହି ଘଟଣାରେ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରଖିଛି ।  

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.