ଚାନ୍ଦବାଲିରେ ଖଡଗେ, କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ - KHARGE CHANDBALI CAMPAIGN

By ETV Bharat Odisha Team

Published : May 29, 2024, 3:57 PM IST

thumbnail
ଚାନ୍ଦବାଲିରେ ଖଡଗେ (ETV Bharat Odisha)

Chandabali Assembly Constituency: ଭଦ୍ରକ: ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଧୁଆଁଧାର ପ୍ରଚାର । ଜୁନ 1 ତାରିଖରେ ରାଜ୍ୟର ଚତୁର୍ଥ ଅର୍ଥାତ ଶେଷ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ହେବ ଭୋଟ । ଏହାକୁ ନେଇ ଆଜି ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ଓଡ଼ିଶା ଗସ୍ତରେ ଆସି ଚାନ୍ଦବାଲିରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଛନ୍ତି । ଏନେଇ ଚାନ୍ଦବାଲିର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି । ତେବେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅମିୟ କୁମାର ମହାପାତ୍ର କହିଛନ୍ତି, "ଆଜି ନିର୍ବାଚନ ସଭା ପାଇଁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, କହ୍ନେୟା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଚାନ୍ଦବାଲିକୁ ଆସିଛନ୍ତି । ଯାହାକୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ ।" ତେବେ ନିର୍ବାଚନରେ କେଉଁ ମୁଦ୍ଦା କହିଛି ପ୍ରଶ୍ନର ଉତ୍ତର ରଖି ଅମିୟ କୁମାର ମହାପାତ୍ର କହିଛନ୍ତି, "ଆମେ ଯାହା ଉପଲବ୍ଧ କରୁଛୁ ଚାନ୍ଦବାଲି ଅଞ୍ଚଳରେ କୌଣସି ବିକାଶ ହୋଇନାହିଁ । ଲୋକମାନଙ୍କର ଯାହା ମୌଳିକ ସମସ୍ୟା ଅଛି ତାହା ପୁରଣ ହୋଇନି । ଏଠାରେ ଲୋକମାନଙ୍କର କିଛି ଉପକାର ହୋଇନାହିଁ । କିନ୍ତୁ ନେତାମାନେ ମାଲାମାଲ ହୋଇଛନ୍ତି । ଏଠାରେ ବେକାରୀ ସମସ୍ୟା ଦୂର ହୋଇନାହିଁ । ଲୋକ ମନସ୍ତ କଲେଣି ଏଥର କଂଗ୍ରେସକୁ ବିକଳ୍ପ ଭାବରେ ବାଛିବେ।" 

ଏହା ମଧ୍ୟ ପଢ଼ନ୍ତୁ...ଚାନ୍ଦବାଲିରେ ମନମୋହନ-ବ୍ୟୋମକେଶ ଲଢେଇ, ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ - Odisha Assembly Election 2024

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.