ଭୁବନେଶ୍ବରରେ ଖଡ୍‌ଗେଙ୍କୁ ଜୋରଦାର ସ୍ବାଗତ

By ETV Bharat Odisha Team

Published : Jan 29, 2024, 6:46 PM IST

thumbnail

Mallikarjun Kharge receives warm welcome: ଭୁବନେଶ୍ବର: ଓଡ଼ିଶା ଆସିଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଏଆଇସିସି ଅଧ୍ୟକ୍ଷ ପଦରେ ନିର୍ବାଚିତ ହେବାପରେ ଏହା ଖଡ୍‌ଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ । ତେବେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଖଡ୍‌ଗେଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ବିରାଟ ଶୋଭାଯାତ୍ରା ସହିତ କଂଗ୍ରେସର ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା । ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାରଙ୍କ ସମେତ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ବିମାନ ବନ୍ଦରରେ ଉପସ୍ଥିତ ରହି ଖଡ୍‌ଗେଙ୍କୁ ଫୁଲତୋଡ଼ା ଦେଇ ଓଡ଼ିଶାକୁ ସ୍ବାଗତ କରିଥିଲେ । ସେଠାରୁ ବିଶାଳ ଶୋଭାଯାତ୍ରାରେ ରୋଡ୍‌ ଶୋ କରି ଖଡ୍‌ଗେଙ୍କୁ ଲୋୟର ପିଏମ୍‌ଜିଠାରେ ଓଡ଼ିଶା ବଞ୍ଚାଅ ସମାବେଶରେ ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ ପହଞ୍ଚିଲେ ମଲ୍ଲିକାର୍ଜୁନ ଖଡଗେ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.