ପ୍ରାର୍ଥୀ ଘୋଷଣା କଲା ବିଜେପି, ଢେଙ୍କାନାଳ ବିଧାନସଭା ଆସନରେ କୃଷ୍ଣଚନ୍ଦ୍ର ପାତ୍ର ରିପିଟ୍‌ - Dhenkanal Assembly Constituency - DHENKANAL ASSEMBLY CONSTITUENCY

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 2, 2024, 4:44 PM IST


Dhenkanal Assembly Constituency ଢେଙ୍କାନାଳ: 147 ବିଧାନସଭା ଆସନ ମଧ୍ୟରୁ ୧୧୨ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଢେଙ୍କାନାଳ ବିଧାନସଭା ଆସନ ପାଇଁ ବଜେପି ପକ୍ଷରୁ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ । ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବିଜେପି ଓବିସି ସେଲର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଗତ ୨୦୦୦ରୁ ୨୦୦୪ ମେଣ୍ଟ ସରକାର ସମୟରେ ବିଜେପି ଦଳୀୟ ପ୍ରାର୍ଥୀ ଭାବେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରଠାରୁ ବିଜେପି ପକ୍ଷରୁ ଢେଙ୍କାନାଲ ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ କୃଷ୍ଣଚନ୍ଦ୍ର ପାତ୍ର ଲଗାଥର ନିର୍ବାଚନ ଲଢ଼ି ଆସୁଥିଲେ ମଧ୍ୟ ସଫଳତା ପାଇ ପାରିନାହାନ୍ତି । 

ଚଳିତ ନିର୍ବାଚନରେ ପୁଣିଥରେ କୃଷ୍ଣ ପାତ୍ରଙ୍କ ଉପରେ ଭରସା କରିଛି ବିଜେପି । ଏହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନରେ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କର ମଜଭୁତ ସଂଗଠନକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ବର୍ଷ ନାରା ଓ ବିଭିନ୍ନ ଗରିବ କଲ୍ୟାଣ ଯୋଜନାକୁ ଆୟୁଧ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ କୃଷ୍ଣ ପାତ୍ର । ଏପଟେ ରାଜ୍ୟରେ ଦୁର୍ନୀତି, ଅନୀତି ଭ୍ରଷ୍ଟାଚାର ଓ ବେକାରୀ ସାଙ୍ଗକୁ ଶିଳ୍ପ ଶୋଷଣକୁ ରାଜ୍ୟବାସୀଙ୍କ ନକରାତ୍ମକ ମନୋଭାବ ବିଜେପିକୁ ସୁହାଇବ ବୋଲି ପ୍ରକାଶ କରିଛନ୍ତି । ଢେଙ୍କାନାଳରେ ସ୍ୱାସ୍ଥ୍ୟ, ପାନୀୟ ଜଳ, ସିଟି ହସ୍ପିଟାଲ, ଜଳ ସେଚନ, ବନ୍ଦ ରହିଥିବା ଶିଳ୍ପକାରଖାନାର ପୁନରୁଦ୍ଧାର ଓ ନୂତନ ଶିଳ୍ପ ପ୍ରତିଷ୍ଠା ଆଦିକୁ ମୁଦା କରି ସେ ଭୋଟରଙ୍କ ପାଖକୁ ଯିବେ । ଆଉ ରାଜ୍ୟ ସରକାରଙ୍କ ଲୋକଙ୍କ ପ୍ରତି ବିତୃଷ୍ନା ମନୋଭାବ ଓ କେନ୍ଦ୍ର ସରକାରଙ୍କ ବିକାଶମୁଖୀ ଯୋଜନା ତାଙ୍କୁ ନିଶ୍ଚିତ ବିଜୟ କରିବ ବୋଲି ଆଶାବାଦୀ ଅଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।
 

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ଚାନ୍ଦବାଲିରୁ ମନମୋହନ-ସମ୍ବଲପୁରରୁ ଜୟନାରାୟଣ-ଦିଗପହଣ୍ଡିରୁ ସିଦ୍ଧାନ୍ତ, ୧୭ ବିଧାୟକ ରିପିଟ୍ - BJP CANDIDATES LIST

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.