thumbnail

By ETV Bharat Odisha Team

Published : Jul 20, 2024, 10:03 PM IST

ETV Bharat / Videos

ସୁନ୍ଦରଗଡ଼ରେ ବିଷାକ୍ତ ଖାଦ୍ୟ ଖାଇ ୫୦ ଛାତ୍ରୀ ଅସୁସ୍ଥ ! - FOOD POISONING

50 students ill: ରାଉରକେଲା: ଛାତ୍ରୀ ନିବାସରେ ଏକାସହ ୫୦ ଜଣ ଅସୁସ୍ଥ। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା। ସମସ୍ତ ଛାତ୍ରୀ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଛନ୍ତି । ଗତକାଲି (ଶୁକ୍ରବାର) ରାତିରେ ହଷ୍ଟେଲରେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା କୁହାଯାଉଛି । ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଖାଇବାର କିଛି ସମୟ ମଧ୍ୟରେ ୨୦/୨୫ ଜଣ ଛାତ୍ରୀଙ୍କର ପେଟ କାଟିବା ହଠାତ୍ ସହ ଜ୍ୱର ଆସିଥିଲା । ସେମାନଙ୍କୁ ପ୍ରଥମେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୁଣି ରାତି ସମୟରେ ହଷ୍ଟେଲରେ ଆଉ କେତେକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। 

ଏହା ବି ପଢନ୍ତୁ...ଅଜଣା କାରଣରୁ ଏକସଙ୍ଗେ ଅସୁସ୍ଥ ହେଲେ ୧୨ ଛାତ୍ରୀ, ରହିଛନ୍ତି ଏହି ଶ୍ରେଣୀର ଛାତ୍ରୀ - Girl Students Become Sick

ମୋଟ ୫୦ ଜଣ ଅସୁସ୍ଥ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି । ଏବେବି ୩୦ ଜଣ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଅପରପକ୍ଷେ, ଘଟଣା ସମ୍ପର୍କରେ ଛାତ୍ରୀ ନିବାସ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ତେବେ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାବେଳେ ରୋଷେଇ ସ୍ଥାନ ସଫାସୁତୁରା ଥିଲା କି ନାହିଁ ଏବଂ ଫୁଡ୍ ପଏଜନିଂର କାରଣ ଖୋଜିବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.