ସର୍ବଭାରତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ପ୍ରଥମ ମ୍ୟାଚରେ ଜବଲପୁର ରେଲୱେକୁ ହରାଇ CISF ଚମ୍ପିଆନ
🎬 Watch Now: Feature Video
Volleyball tournament:ଅନୁଗୋଳ: ଆରମ୍ଭ ହୋଇଛି ସର୍ବଭାରତୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ । ଅନୁଗୋଳ ଭଲିବଲ ହୋମ ପକ୍ଷରୁ ଜିଲ୍ଲାର ବିଜୁ ମଇଦାନ ଠାରେ ଏହି ୨୯ତମ ସର୍ବଭାରତୀୟ ଆମନ୍ତ୍ରଣୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ତେବେ ସଂସ୍ଥାର ସମ୍ପାଦକ ବସନ୍ତ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ପ୍ରମୁଖ ମଞ୍ଚାସୀନ ଥିଲେ ।
ତେବେ ଉଦଘାଟନୀ ମ୍ୟାଚ CISF ଓ ଜବଲପୁର ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଏହି ପ୍ରଥମ ମ୍ୟାଚ ବେଶ ଚିତାକର୍ଷକ ଥିଲା । ଏହି ରୋମାଞ୍ଚକର ମ୍ୟାଚରେ ଜବରଲପୁର ରେଲୱେ ୨-୧ ସେଟ୍ରେ CISF ଠାରୁ ବିଜୟୀ ହୋଇଥିଲା। ସେହିପରି ଦ୍ଵିତୀୟ ମ୍ୟାଚ୍ରେ ଆୟକର ବିଭାଗ କୋଲକାତା ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଆୟକର ବିଭାଗ କୋଲକତା ୨-୦ ସେଟ୍ରେ ଦିଲ୍ଲୀ ସ୍ପାଇକର୍ସକୁ ହରାଇ ଥିଲା । ଏହି ମେଗା ଟୁର୍ଣ୍ଣାମେଣ୍ଟରେ CISF, LIC, ଆୟକର ବିଭାଗ କୋଲକାତା, ଆନ୍ଧ୍ରପ୍ରଦେଶ ସ୍ପୋଟିଂ କ୍ଲବ, ଜବଲପୁର ରେଲୱେ ଓ ଇଷ୍ଟକୋଷ୍ଟ ରେଲୱେ ପ୍ରତିଦ୍ବନ୍ଦିତା ଭାଗ ନେଇଛନ୍ତି । ଆସନ୍ତା ୨୫ ତାରିଖ ସନ୍ଧ୍ୟାରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ-ଶେଷ ହେଲା ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍, ସମ୍ବଲପୁରକୁ ହରାଇ KIIT ଚମ୍ପିଆନ୍
ଇଟିଭି ଭାରତ, ଅନୁଗୋଳ