ଓଡିଶୀ ନୃତ୍ୟ ପୂର୍ବରୁ ସଙ୍ଗୀତ ସହ ପ୍ରେମ ଆବଶ୍ୟକ: ପଦ୍ମଶ୍ରୀ କୁମକୁମ ମହାନ୍ତି - ବାରବାଟୀ ଉତ୍ସବ 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 27, 2024, 11:32 AM IST

23rd Barabati festival: କଟକ: ଆରମ୍ଭ ହେଲା ବାରବାଟୀ ଉତ୍ସବ 2024 । ଓଡ଼ିଶୀ ନୃତ୍ୟ ମଣ୍ଡଳ ଆନୁକୁଲ୍ୟରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ସହଯୋଗରେ ତୁଳସୀ ପୁର ସ୍ଥିତ ଶାରଳା ଭବନ ଠାରେ ତିନିଦିନ ବ୍ୟାପି ବାରବାଟି ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି । ଆନ୍ତର୍ଜାତିକ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଡକ୍ଟର କୁମକୁମ ମହାନ୍ତି ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ବଳନ କରି 23 ତମ ବାରବାଟୀ ଉତ୍ସବକୁ ଉଦ୍ଘାଟନ କରିଥିଲେ । 

ଇଂଜିନିୟର ପ୍ରଭାକର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ଓଡ଼ିଶୀ ନୃତ୍ୟ ମଣ୍ଡଳର ପ୍ରତିଷ୍ଠାତା ନୃତ୍ୟ ଗୁରୁ ଆଶିଷ ଦାସ ସଂଗଠନ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ନାଟ୍ୟକାର ସଂଜିତ୍ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସେକ କଲିମୁଲ୍ଲା ଧନ୍ୟବାଦ୍ ଦେଇଥିଲେ । 

ଏହାମଧ୍ୟ ପଢନ୍ତୁ.. ଜୟପୁରରେ ପୌଷ ପୂର୍ଣ୍ଣିମା ଉତ୍ସବ ପାଳନ, ଯୋଗ ଦେଲେ ଜିଲ୍ଲାର ବହୁ କଳାକାର

ଏହି ଅବସରରେ ମୁଖ୍ୟବକ୍ତା କୁମ୍ କୁମ୍ ମହାନ୍ତି କହିଛନ୍ତି, "ଆଜି କାଲି ଓଡିଶୀ ଶିଖିବା ପାଇଁ ଛୋଟ ପିଲା ମାନଙ୍କୁ ଅବିଭାବକ ମାନେ ପ୍ରେରିତ କରୁଛନ୍ତି । ହେଲେ ଉପଯୁକ୍ତ ବୟସ ମଧ୍ୟ କିଛି ରହିଛି ଓଡିଶୀ ଶିଖିବା ପାଇଁ । ଏହାଛଡ଼ା ନୃତ୍ୟ ସହ ସଙ୍ଗୀତ ରହିବା ମଧ୍ୟ ଆବଶ୍ୟକ । ନହେଲେ ଏହାର ପୂର୍ଣ୍ଣତା ନାହିଁ । ଦକ୍ଷିଣ ଭାରତରେ ଏହା ବିଶେଷ ଭାବରେ ଦୃଷ୍ଟିଗୋଚର ହୁଏ । କିନ୍ତୁ ଓଡିଶାରେ ଯଦି ନୃତ୍ୟ ସହ ସଙ୍ଗୀତର ମିଶ୍ରଣ ହେବ ତେବେ ଓଡିଶୀର ଯେଉଁ ସ୍ତର ରହିଛି ତାହା ଆହୁରି ଆଗକୁ ଯିବ ।" 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.