thumbnail

By ETV Bharat Odisha Team

Published : Jul 9, 2024, 6:56 PM IST

ETV Bharat / Videos

ଅଜଣା କାରଣରୁ ଏକସଙ୍ଗେ ଅସୁସ୍ଥ ହେଲେ ୧୨ ଛାତ୍ରୀ, ରହିଛନ୍ତି ଏହି ଶ୍ରେଣୀର ଛାତ୍ରୀ - Girl Students Become Sick

Girl Students Become Sick During Class: କେନ୍ଦୁଝର: ଅଜଣା କାରଣରୁ ସ୍କୁଲରେ ଅସୁସ୍ଥ ହେଲେ ଏକାଧିକ ଛାତ୍ରୀ । ସବୁଦିନ ପରି ଦିନ 10ଟାରୁ ଆରମ୍ଭ ହେଇଥିଲା ସ୍କୁଲ । ଏହି ସ୍କୁଲ ଚାଲିଥିବା ବେଳେ ଏକାଥରେ ଅସୁସ୍ଥ ହେଲେ ୯ମ ଶ୍ରେଣୀ ଓ ଦଶମ ଶ୍ରେଣୀରୁ ମିଶାଇ ୧୨ ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲ ଠାରେ । ସମସ୍ତ ଛାତ୍ରୀଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପାଖାପାଖି ଦିନ ୧୧ଟା ସମୟରେ କ୍ଲାସ୍ ଚାଲିଥିବାବେଳେ ୯ମ ଓ ୧୦ମ ଶ୍ରେଣୀରୁ ଜଣକ ପରେ ଜଣେ ଏମିତି ୧୨ଜଣ କେବଳ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାରୁ ବିଦ୍ୟାଳୟ ଶିକ୍ଷକ ମାନେ ସେମାନଙ୍କୁ ତୁରନ୍ତ ନିକଟସ୍ଥ କେଶଦୂରପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ପୁଣିଥରେ ସମସ୍ତ ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ଅସ୍ୱାଭାବିକ ଆଚରଣ କରୁଛନ୍ତି ମହିଳା ଫୁଟବଲର, ଭୂତ ଲାଗିଥିବା ସନ୍ଦେହରେ ଝଡାଫୁଙ୍କା

ଗତ ଶନିବାର ଦିନ ଠିକ୍ ଏହିଭଳି ଅସୁସ୍ଥ ଅବସ୍ଥାରେ ୨-୩ ଜଣ ଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିବା ଅଭିଭାବକ କହିଛନ୍ତି । ପୁନର୍ବାର ସ୍କୁଲରେ ଏଭଳି ଘଟଣା ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି ଅଭିଭାବକ । ତେବେ ଛାତ୍ରୀଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥଗତ ସମସ୍ୟା ନଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ।  

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.