ବାଲେଶ୍ୱରରେ ନାମାଙ୍କନ ପର୍ବ, ନାମାଙ୍କନ ଦାଖଲ କଲେ 11 ପ୍ରାର୍ଥୀ - Odisha Assembly Election 2024 - ODISHA ASSEMBLY ELECTION 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : May 10, 2024, 10:58 PM IST

Odisha Assembly Election 2024: ବାଲେଶ୍ୱର: ଆଜି ଚତୁର୍ଥ ଦିନରେ ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବାଲେଶ୍ବର ଜିଲ୍ଲାର 8ଟି ନିର୍ବାଚନ ମଣ୍ଡଳୀର ବହୁ ହେଭିୱେଟ ନେତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନେତାଙ୍କ ଶୋଭାଯାତ୍ରାରେ ପୁରା ବାଲେଶ୍ଵର କମ୍ପି ଉଠିଥିଲା । ଭୋଗରାଇରୁ ଆରମ୍ଭ କରି ସିମୁଳିଆ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମସ୍ତ ପ୍ରାର୍ଥୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ ।  

ବାଲେଶ୍ଵର ଲୋକସଭା ବିଜେଡି ପ୍ରାର୍ଥୀ ଭାବେ ଲେଖାଶ୍ରୀ ସାମନ୍ତ ସିଂହାର, ଜଳେଶ୍ଵର ବିଜେଡି ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର, ବସ୍ତା ବିଜେଡି ପ୍ରାର୍ଥୀ ସୁବାସିନି ଜେନାଙ୍କ ସମେତ ସୋର ବିଜେଡି ପ୍ରାର୍ଥୀ ମାଧବ ଧଡା, ସିମୁଳିଆ ବିଜେପି ପ୍ରାର୍ଥୀ ପଦ୍ମ ଲୋଚନ ପଣ୍ଡା, ସିମୁଳିଆ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ଶେଖର ବେହେରା, ରେମୁଣା ବିଜେଡି ପ୍ରାର୍ଥୀ ବିଦ୍ୟା ସ୍ମିତା ମହାଳିକ, ଭୋଗରାଇ କଂଗ୍ରେସ ପ୍ରାର୍ଥୀ ସତ୍ୟ ଶିବ ଦାସ, ସୋର କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଧଡ଼ା ଓ ଭୋଗରାଇ ବିଜେଡି ପ୍ରାର୍ଥୀ ଗୌତମ ବୁଦ୍ଧ ଦାସ ଏବଂ ବିଜେପିର ନୀଳଗିରି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.. ନାମାଙ୍କନ ଦାଖଲ ପରେ ବିଜେଡିକୁ କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥଙ୍କ ଟାର୍ଗେଟ୍ - Sidharth Routray Targets BJD

ନାମାଙ୍କନ ବେଳେ ବାଜା, ପଟୁଆର ସହ ହଜାର ହଜାର ଲୋକଙ୍କ ସମାଗମରେ ପ୍ରାର୍ଥୀ ମାନେ ଆସି ନିଜର ନାମାଙ୍କନ ଦାଖଲ କରିଥିଲେ। ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ନିଜର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ସମ୍ପର୍କରେ କହିବା ସହ ତାଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନଥିବା ବେଳେ ନିର୍ବାଚନ ଲଢେଇରେ ସେ ପ୍ରଥମରେ ରହିବା ବେଳେ କଂଗ୍ରେସ ଏବଂବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିବା ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି କହିଛନ୍ତି । ସେହିପରି ସିମୁଳିଆର ଯୁବକମାନଙ୍କୁ ରୋଜଗାର ଦେବା ସହ ପିଢି ପରେ ପିଢ଼ି ରାଜୁତି କରି ଆସୁଥିବା ନେତାମାନେ ଯେଉଁ ପ୍ରକାର ସିମୁଳିଆ ଖଇରାର ବିକାଶ ନାଁରେ ବିନାଶ କରିଛନ୍ତି ସେସବୁର ଉତ୍ତର ଏଥର ଜନସାଧାରଣ ଦେବେ ବୋଲି କହିଛନ୍ତି ସିମୁଳିଆ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା । ସେହିପରି ବସ୍ତା ନିର୍ବାଚନ ମଣ୍ଡଳୀରେ ଏଥର ପ୍ରଥମ କରି ମହିଳା ପ୍ରାର୍ଥୀ ଭାବେ ସୁବାସିନୀ ଜେନା ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସୁବାସିନୀ ନିଜର ପ୍ରାର୍ଥୀତ୍ୱକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଥିଲେ ।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.