ETV Bharat / technology

ଜୋମାଟୋ ଆଣିଲା ନୂଆ ଫିଚର; 2ଦିନ ପୂର୍ବରୁ କରନ୍ତୁ ଅର୍ଡର

ସ୍ବିଗି ପରେ ଜୋମାଟୋ ଆଣିଲା ଆଡଭାନ୍ସ ଅର୍ଡର ଫିଚର । 2ଘଣ୍ଟା ହେଉ କି 2ଦିନ ପୂର୍ବରୁ ଆଗୁଆ କରିହେବ ଅର୍ଡର । ଅଧିକ ପଢନ୍ତୁ

Zomato launches order scheduling feature
Zomato launches order scheduling feature (Photo- Zomato)
author img

By ETV Bharat Tech Team

Published : 2 hours ago

ହାଇଦ୍ରାବାଦ: ଆଜିକାଲି ସମସ୍ତେ ଅନଲାଇନ ନିଜର ପସନ୍ଦ ଖାଦ୍ୟ ଅର୍ଡର କରୁଛନ୍ତି । ବ୍ୟସ୍ତବହୁଳ ଜୀବନରେ ସ୍ବିଗି, ଜୋମାଟୋ ପରି ପ୍ଲାଟଫର୍ମ ଏହି କ୍ଷେତ୍ରରେ ବେଶ ଲାଭଦାୟକ ହେଉଛି । କିନ୍ତୁ ବେଳେବେଳେ ଅଫିସ ହେଉ କି କୌଣସି ଜରୁରୀ କାମରେ ଘରକୁ ଫେରିବା ପୂର୍ବରୁ ଆମକୁ ଖାଦ୍ୟ ଆବଶ୍ୟକ ପଡ଼ିଥାଏ । ହେଲେ ଏହି ପ୍ଲାଟଫର୍ମରେ ଆଡଭାନ୍ସ ବୁକିଂ ଅପସନ ନଥିବାରୁ ଘରେ ପହଞ୍ଚିବା ପରେ ହିଁ ଅର୍ଡର କରିବାକୁ ପଡ଼ିଥାଏ । କିଛି ସମୟ ଭୋକରେ ରହିବାକୁ ପଡ଼େ । ଏବେ ଆଉ ଏପରି କରିବାକୁ ପଡ଼ିବ ନାହିଁ । ନୂଆ ଫିଚର ଆଣିଛି ଅନଲାଇନ ଫୁଡ ଡେଲଭରି ପ୍ଲାଟଫର୍ମ ଜୋମାଟୋ ।

Zomato launches order scheduling feature
Zomato launches order scheduling feature (Photo- Zomato)

ଜୋମାଟୋ ଅର୍ଡର ସ୍କେଡ୍ୟୁଲିଂ ଫିଚର:-

ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଏହି ନୂଆ ଫିଚର ଆଣିଛି । ଯାହାଦ୍ବାରା ୟୁଜର ଆଗୁଆ ବୁକିଂ କରିପାରିବେ କିମ୍ବା କୌଣସି ଅର୍ଡର ଲାଗି ପ୍ରି-ପ୍ଲାନ କରିପାରିବେ । ଫୁଡ କେତେବେଳେ ଡେଲିଭରି ହେବ ସେ ସମ୍ପର୍କରେ ୟୁଜରଙ୍କ ନିୟନ୍ତ୍ରଣ ରହିବ । ୟୁଜରଙ୍କ ଦ୍ବାରା ଦିଆଯାଇଥିବା ସମୟ ଅନୁଯାୟୀ ସେମାନଙ୍କ ଘରେ ଖାଇବା ପହଞ୍ଚିବ । ତେବେ ଏହି ସୁବିଧା କେବଳ 2ଘଣ୍ଟାଠୁ ଆରମ୍ଭ କରି 2ଦିନ ପର୍ଯ୍ୟନ୍ତ ସମୟ ସୀମା ରହିଛି । ଏହି ସୁବିଧା ଏବେ ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ, ପୁଣେ, ରାୟପୁର, ଅହମ୍ମଦାବାଦ ସମେତ ଦେଶର 30ଟି ସହରର 35ହଜାର ରେସ୍ତୋରାଁରେ ଉପଲବ୍ଧ ।

ଏହା ବି ପଢନ୍ତୁ
  1. ଏଣିକି ଟ୍ରେନରେ ବସି ଖାଆନ୍ତୁ ମନ ପସନ୍ଦର ଖାଦ୍ୟ; IRCTC ସହ ପାର୍ଟନରସିପ କଲା Zomato
  2. ମାଲିକ ବନିଲେ ଡେଲିଭରି ବୟ, ଜୋମାଟୋ CEOଙ୍କ ଭିଡିଓ ଭାଇରାଲ

କେମିତି କରିବେ ଆଗୁଆ ଫୁ଼ଡ୍‌ ଅର୍ଡର ?

  • ଏହି ନୂଆ ଫିଚର ମାଧ୍ୟମରେ ଯୁଜର ଯେଉଁ ସମୟରେ ଚାହିଁବେ ଠିକ ସେହି ସମୟରେ ହିଁ ଫୁଡ ଡେଲିଭରି ବଏ ଘରେ ପହଞ୍ଚିବ । ଏହି ଫିଚରର କିପରି ବ୍ୟବହାର କରିବେ ନିମ୍ନରେ ଦିଆଯାଇଥିବା ପ୍ରକ୍ରିୟାକୁ ଅନୁସରଣ କରନ୍ତୁ:
  • ଆପଣଙ୍କ ପସନ୍ଦ ସମୟରେ ଏକ ଅର୍ଡର ନିର୍ଦ୍ଧାରଣ କରନ୍ତୁ ।
  • ଯଦି ଆପଣ ଚୟନ କରିଥିବା ସମୟର ସ୍ଲଟ ପୂର୍ଣ୍ଣ ଅଛି, ତେବେ ଆପଣଙ୍କ ଅନ୍ୟ ଏକ ସମୟ ଧାର୍ଯ୍ୟ କରିବାକୁ ପଡ଼ିବ ।
  • ଆପଣଙ୍କ ଖାଦ୍ୟ ପୂର୍ବରୁ ଯେପରି ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇ ଆସୁଥିଲା ଠିକ ସେହିପରି ହିଁ ଆସିବ ।
  • ପ୍ଲାନ ବଦଳିବା ପରେ ବି କୌଣସି ଅସୁବିଧା ନାହିଁ । ଡେଲିଭରି ସମୟ ଧାର୍ଯ୍ୟର 3ଘଣ୍ଟା ପୂର୍ବରୁ ଆପଣ ଅର୍ଡରକୁ କ୍ୟାନ୍ସେଲ କରିପାରିବେ ।

Zomato launches order scheduling feature (Photo- Google Play Store)

ରେସ୍ତୋରାଁ ପାଇଁ କିପରି ଲାଭପ୍ରଦ ?

ଜୋମୋଟାର ଏହି ନୂଆ ଫିଚରରେ ଗ୍ରାହକ ଏକ ଉଚ୍ଚମାନର ସେବା ପାଇବା ସହିତ ରେସ୍ତୋରାଁଗୁଡ଼ିକ ମଧ୍ୟ ଲାଭବାନ ହେବେ । ସ୍କେଡ୍ୟୁଲ ଅର୍ଡରଗୁଡିକ ରେସ୍ତୋରାଁଗୁଡିକୁ ସେମାନଙ୍କର କ୍ଷମତା ପରିଚାଳନା କରିବାରେ ସାହାଯ୍ୟ କରିବ । ଅର୍ଡରକୁ ଦେଖି ରେସ୍ତୋରାଁଗୁଡ଼ିକ ନିଜର ଟାଇମ ମ୍ୟାନେଜ କରିପାରିବେ । କେଉଁ ଖାଦ୍ୟଟି ପ୍ରି-ଅର୍ଡର କରାଯାଇପାରିବ, ତାହାକୁ ରେସ୍ତୋରାଁଗୁଡ଼ିକ ଚୟନ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.