ETV Bharat / technology

ଭାରତୀୟ କ୍ରିଏଟରଙ୍କ ଲାଗି ସପିଂ ପ୍ରୋଗ୍ରାମ ଆରମ୍ଭ; ଫ୍ଲିପକାର୍ଟ ଓ Myntraକୁ ପାର୍ଟନର କଲା YouTube

ଦୁନିଆର ସବୁଠୁ ଲୋକପ୍ରିୟ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ ଭାରତୀୟ କ୍ରିଏଟରଙ୍କ ଲାଗି ସପିଂ ପ୍ରୋଗ୍ରାମ ଆରମ୍ଭ କରିଛି । ଯାହାଦ୍ବାରା କ୍ରିଏଟରମାନେ ଅଧିକ ଟଙ୍କା ରୋଜଗାର କରିପାରିବେ । ଅଧିକ ପଢନ୍ତୁ

YouTube unlocks Shopping program
YouTube unlocks Shopping program (Photo- YouTube)
author img

By ETV Bharat Tech Team

Published : 2 hours ago

ହାଇଦ୍ରାବାଦ: ଯଦି ଆପଣ ୟୁଟ୍ୟୁବରେ କଣ୍ଟେଣ୍ଟ କ୍ରିଏଟ କରୁଛନ୍ତି ତେବେ ଆପଣଙ୍କ ଲାଗି ଖୁସି ଖବର । ଦୀପାବଳି ଅବସରରେ ୟୁଟ୍ୟୁବ କ୍ରିଏଟରଙ୍କୁ ଅଧିକ ରୋଜଗାରକ୍ଷମ କରିବା ଲାଗି ଏକ ଭଲ ସୁଯୋଗ ଦେଇଛି । ଏବେ କ୍ରିଏଟରମାନେ ଆଫିଲିଏଟ ମାର୍କେଟିଂ ପ୍ରୋଗ୍ରାମରୁ ମଧ୍ୟ ଅର୍ଥ ରୋଜଗାର କରିପାରିବେ । ଏଥିଲାଗି ୟୁଟ୍ୟୁବ ପ୍ରଡକ୍ଟ ଟ୍ୟାଗ ଫିଚର ଲଞ୍ଚ କରିଛି ଓ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଓ ମିନ୍ତ୍ରା ସହିତ ହାତ ମିଳାଇଛି ।

YouTubeର କହିବାନୁସାରେ, ଭାରତର ମେଟ୍ରୋ ସହରର 65 ପ୍ରତିଶତ ଓ ଟିୟର-2 ସହରର 85 ପ୍ରତିଶତ ୟୁଜର‌୍‌ ପାରମ୍ପରିକ ସେଲିବ୍ରିଟିଙ୍କ ତୁଳନାରେ ୟୁଟ୍ୟୁବ କ୍ରିଏଟରଙ୍କ ଉପରେ ଅଧିକ ଭରସା କରିଥାନ୍ତି । ଏ ନେଇ India e-Conomy ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଛି । ୟୁଜର ଭିଡିଓ Description ଓ ପ୍ରଡକ୍ଟ ସେକ୍ସନରେ ଟ୍ୟାଗ ହୋଇଥିବା ପ୍ରଡକ୍ଟର ତଥ୍ୟ ଦେଖିପାରିବେ । ଉକ୍ତ ପ୍ରଡକ୍ଟରେ କ୍ଲିକ କରିବା ମାତ୍ରେ ଦର୍ଶକ ସିଧା ଇ-କମର୍ସ ପ୍ଲାଟଫର୍ମର ପ୍ରଡକ୍ଟ ଲିଷ୍ଟିଂ ପେଜରେ ପହଞ୍ଚିବେ । ଯେଉଁଠି ସେମାନେ ଉକ୍ତ ପ୍ରଡକ୍ଟକୁ କିଣିପାରିବେ ।

ଏହା ବି ପଢନ୍ତୁ

ନଜରରେ ରହିବେ ଯୁବପିଢି; ସନ୍ତାନଙ୍କ YouTube ଆକାଉଣ୍ଟକୁ ନିଜ ଆକାଉଣ୍ଟ ସହ ଲିଙ୍କ କରିପାରିବେ ପିତାମାତା

'X' TV App: ଏଲନ ମସ୍କ ଆଣୁଛନ୍ତି ନୂଆ ଟିଭି ଆପ୍‌, ଟେନସନରେ Netflix ଓ YouTube

ୟୁଟ୍ୟୁବ କ୍ରିଏଟର୍ସ ପାଇଁ କମ୍ପାନୀ ଲଞ୍ଚ କଲା ନୂଆ ଫିଚର, ଟଙ୍କା ରୋଜଗାର ହେବ ସହଜ

YouTube unlocks Shopping program
YouTube unlocks Shopping program (Photo- YouTube)

କଣ ଏହି ପ୍ରୋଗ୍ରାମ ?

  • ୟୁଟ୍ୟୁବ ସପିଂ ପ୍ରୋଗ୍ରାମ କ୍ରିଏଟରଙ୍କ ଭିଡିଓ, Shorts ଓ ଲାଇଭ ଷ୍ଟ୍ରିମରେ ପ୍ରଡକ୍ଟଗୁଡ଼ିକୁ ପ୍ରମୋଟ କରି ଅର୍ଥ ରୋଜଗାର କରିପାରିବେ ।
  • ୟୁଟ୍ୟୁବ ଅନୁସାରେ, ଏହି ଫିଚର ଦର୍ଶକଙ୍କ ଲାଗି ସର୍ଚ୍ଚ ଓ ସପିଂ କରିବାକୁ ଆହୁରି ସହଜ କରିବ । ଅନ୍ୟପଟେ କ୍ରିଏଟରଙ୍କ ଲାଗି ଅଧିକ ରୋଜଗାର କରିବାର ମାଧ୍ୟମ ସାଜିବ ।
  • ୟୁଟ୍ୟୁବ ସପିଂ ପ୍ରୋଗ୍ରାମ, ବିଜ୍ଞାପନ, ୟୁଟ୍ୟୁବ ପ୍ରିମିୟମ, ବ୍ରାଣ୍ଡ କନେକ୍ଟ ଓ ଚ୍ୟାନେଲ ସଦସ୍ୟତା, ସୁପର ଥ୍ୟାଙ୍କସ, ସୁପର ଚାଟ୍‌ ଓ ସୁପର ଷ୍ଟିକର ଭଳି ମନିଟାଇଜେସନ ବିକଳ୍ପ ଉପରେ ଆଧାରିତ । ଯାହାକି କ୍ରିଏଟରଙ୍କୁ ପ୍ଲାଟଫର୍ମରେ ଯୋଡ଼ିବା ଏବଂ ଆଗକୁ ବଢିବା ଲାଗି ଅନେକ ସୁବିଧା ପ୍ରଦାନ କରିବ ।
  • ୟୁଟ୍ୟୁବ ଧୀରେ ଧୀରେ ଅଧିକ ଇ-କମର୍ସ ପାର୍ଟନରଙ୍କ ସହିତ ହାତ ମିଳାଇବ ।

ଏହି ଫିଚରର କିଏ ଲାଭ ଉଠାଇପାରିବେ ?

  • ଆପଣଙ୍କ ଚ୍ୟାନେଲ YouTube ପାର୍ଟନର ପ୍ରୋଗ୍ରାମରେ ହେବା ଉଚିତ ।
  • ଆପଣଙ୍କ ଚ୍ୟାନେଲରେ 10,000ରୁ ଅଧିକ ସବସ୍କ୍ରାଇବର ହେବା ଆବଶ୍ୟକ ।
  • ଆପଣଙ୍କ ଚ୍ୟାନେଲ ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ଭାରତ, ଥାଇଲ୍ୟାଣ୍ଡ ଓ ଭିଏତନାମରେ ଆଧାରିତ ହେବା ଦରକାର ।
  • ଆପଣଙ୍କ ଚ୍ୟାନେଲ ମ୍ୟୁଜିକ ଚ୍ୟାନେଲ ଓ କୌଣସି ଆଧିକାରିକ ଆର୍ଟିଷ୍ଟ ଚ୍ୟାନେଲ ନ ହେବା ଉଚିତ । ଆପଣଙ୍କ ଚ୍ୟାନେଲରେ ଦର୍ଶକ 'Made for Kids'ରେ ସେଟ୍‌ ନ ହେବା ଉଚିତ । ଆପଣଙ୍କ ଚ୍ୟାନେଲରେ ମଧ୍ୟ ଛୋଟ ପିଲାଙ୍କ ଲାଗି ଭିଡିଓ ନ ହେବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.