ETV Bharat / technology

ଆକାଶରେ ଦ୍ବିତୀୟ ଜହ୍ନଠୁ କାଠ ସାଟେଲାଇଟ ଲଞ୍ଚ୍‌ ପର୍ଯ୍ୟନ୍ତ; ବିଦାୟୀ ବର୍ଷ ଫର୍ଦ୍ଦରେ ମହାକାଶ ବିଜ୍ଞାନ - YEARENDER 2024

ବିଦାୟୀ ବର୍ଷ 2024ରେ ଆକାଶରେ ଦିଶିଥିଲା 2ଟି ଜହ୍ନ । ସାଧାରଣ ମଣିଷ ମହାକାଶକୁ ଯାଇଥିଲେ । କାଠ ସାଟେଲାଇଟ୍‌କୁ ମହାକାଶ ପଠାଇଥିଲା ଜାପାନ । ଜାଣନ୍ତୁ 2024ରେ ମହାକାଶ ବିଜ୍ଞାନର ଯାତ୍ରା...

SPACE YEARENDER 2024
SPACE YEARENDER 2024 (ETV Bharat)
author img

By ETV Bharat Tech Team

Published : Dec 17, 2024, 11:52 AM IST

ହାଇଦ୍ରାବାଦ: ବିଦାୟ ନେଉଛି ବର୍ଷ 2024 । ପୁଣି ନୂଆ ବର୍ଷକୁ ସମସ୍ତଙ୍କୁ ଅପେକ୍ଷା । ନୂଆ ଆଶା, ଆଶଙ୍କା, ସମ୍ଭାବନା, ସୁଯୋଗ ନେଇ ଆସୁଛି 2025 । ଆଉ କିଛି ଦିନ ପରେ ବର୍ଷ 2024 ପାଲଟିବ ଇତିହାସ । 2024ର ଶେଷ ମାସରେ ସାରା ବିଶ୍ବ ପହଞ୍ଚିଥିବା ବେଳେ ପୁରୁଣା ଦିନଗୁଡ଼ିକରେ କଣ ଘଟିଯାଇଛି ତାହା ଏବେ ଆଲୋଚ୍ୟର ବିଷୟ । 2024ରେ ଅନେକ କୀର୍ତ୍ତିମାନ କରିଛି ମହାକାଶ ବିଜ୍ଞାନ । ଏହି କ୍ଷେତ୍ରରେ ଅନେକ ଐତିହାସିକ ଘଟଣା ଘଟିଛି । ମହାକାଶରେ ପହଞ୍ଚିଛନ୍ତି ସାଧାରଣ ମଣିଷ । ଆକାଶରେ ଦିଶିଛି ଦ୍ବିତୀୟ ଜହ୍ନ । ଅନେକ ବିଶାଳକାୟ ଗ୍ରହାଣୁ ପୃଥିବୀର ନିକଟତର ହୋଇଛନ୍ତି । ଜାପାନ କାଠ ସାଟେଲାଇଟ ଲଞ୍ଚ କରିଛି । ମଙ୍ଗଳ ଗ୍ରହରେ ବିଶାଳ ସମୁଦ୍ରକୁ ପୂର୍ଣ୍ଣ କରିପାରୁଥିବା ଜଳର ସନ୍ଧାନ ମିଳିଛି । 8ଦିନ ପାଇଁ ଯାଇ 8ମାସରୁ ଅଧିକ ମହାକାଶରେ ଫସିଛନ୍ତି ସୁନୀତା ୱିଲିୟମ୍ସ । ମହାକାଶରେ ଏପରି ଅନେକ ଘଟଣା ଘଟିଥିବା ବେଳେ ବିଭିନ୍ନ ରୋଚକ ତଥ୍ୟର ଖୁଲାସା ହୋଇଛି । ତେବେ ଇଟିଭି ଭାରତର ଏହି ସ୍ବତନ୍ତ୍ର ଉପସ୍ଥାପନାରେ ଆସନ୍ତୁ ଜାଣିବା 'ବର୍ଷ 2024'ରେ ମହାକାଶ ବିଜ୍ଞାନରେ କଣ ସବୁ ଘଟିଛି ।

Japan SLIM mission
ପଞ୍ଚମ ଦେଶ ଭାବେ ଜାପାନର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ (Credit- JAXA)

ଜାପାନର SLIM ମିଶନ:-

ଜାପାନିଜ ଏରୋସ୍ପେଶ ଏକ୍ସପ୍ଲୋରେସନ ଏଜେନ୍ସି (JAXA) ପକ୍ଷରୁ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ ମୁନ (SLIM) ମିଶନକୁ 2023 ସେପ୍ଟେମ୍ବର 6 ତାରିଖରେ ତେନଗାସିମା ସ୍ପେଶ ସେଣ୍ଟରରୁ H-IIA ରକେଟ୍‌ ସାହାଯ୍ୟରେ ଲଞ୍ଚ କରାଯାଇଥିଲା । SLIM ଛୋଟ ଲୁନାର ଲ୍ୟାଣ୍ଡର ଥିଲା ଯାହାକି ଚନ୍ଦ୍ରରେ ଅବତରଣ କରିବା ସମୟରେ କମ ସ୍ଥାନ ଆବଶ୍ୟକ କରୁଥିବା ବେଳେ ଏହି ଲ୍ୟାଣ୍ଡର ଆକାର ଓ ଓଜନ ମଧ୍ୟ କମ । ତେବେ 2024 ଜାନୁଆରୀ 19ରେ ପଞ୍ଚମ ଦେଶ ଭାବେ ଜାପାନ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରି ରେକର୍ଡ ସୃଷ୍ଟି କରିଥିଲା । ଟାର୍ଗେଟ ପଏଣ୍ଟରୁ 10ମିଟର ଦୂରରେ ଲ୍ୟାଣ୍ଡିଂ ହୋଇଥିଲେ ମଧ୍ୟ ଏହା ସଫଳ ହୋଇଥିଲା । ଏହି ମିଶନର ଲକ୍ଷ୍ୟ ଥିଲା ଜହ୍ନର ଉତ୍ପତ୍ତିର ଗବେଷଣା ଓ ଲୋ-ଗ୍ରାଭିଟି ଏକ୍ସପ୍ଲୋରେସନ ଟେକ୍ନୋଲୋଜିକୁ ପରୀକ୍ଷା କରିବା ।

ଚନ୍ଦ୍ରରେ ପ୍ରଥମ କମର୍ସିଆଲ ଭେହିକଲ
ଚନ୍ଦ୍ରରେ ପ୍ରଥମ କମର୍ସିଆଲ ଭେହିକଲ (Credit- NASA)

ଚନ୍ଦ୍ରରେ ପ୍ରଥମ କମର୍ସିଆଲ ଭେହିକଲ:-

ଆମେରିକୀୟ କମ୍ପାନୀ Intuitive Machinesର ଓଡିସିଅସ ସ୍ପେଶକ୍ରାଫ୍ଟ (Odysseus spacecraft) ପ୍ରଥମ ବାଣିଜ୍ୟ ମହାକାଶ ଯାନ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଫେବୃଆରୀ 22 ତାରିଖରେ ରେକର୍ଡ ସୃଷ୍ଟି କରିଥିଲା । 1972 ଆମେରିକାର ଆପୋଲୋ ମିଶନ ପରେ ପ୍ରାୟ 50ବର୍ଷ ପରେ ଆମେରିକା ସ୍ପେଶକ୍ରାଫ୍ଟ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଥିଲା । ଏହି ମିଶନ ପୂର୍ବରୁ ଭାରତର ଚନ୍ଦ୍ରଯାନ-3 ଦେଶର ପ୍ରଥମ ମହାକାଶଯାନ ଭାବେ 2023 ଅଗଷ୍ଟ 24 ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ।

ମଙ୍ଗଳ ଗ୍ରହରେ ବିଶାଳ ସମୁଦ୍ର ପରି ଜଳଭଣ୍ଡାର ଠାବ
ମଙ୍ଗଳ ଗ୍ରହରେ ବିଶାଳ ସମୁଦ୍ର ପରି ଜଳଭଣ୍ଡାର ଠାବ (Credit- NASA)

ମଙ୍ଗଳ ଗ୍ରହରେ ବିଶାଳ ସମୁଦ୍ର ପରି ଜଳଭଣ୍ଡାର ଠାବ:-

ପୃଥିବୀର ନିକଟତମ ଗ୍ରହ ମଙ୍ଗଳରେ କୌଣସି ଖୋଲା ଜଳଭଣ୍ଡାର ନାହିଁ । କିନ୍ତୁ ବୈଜ୍ଞାନିକମାନେ ଲୋହିତ ରଙ୍ଗର ଏହି ଗ୍ରହର ପୃଷ୍ଠରେ ଗଭୀର ଭାବରେ ଲୁଚି ରହିଥିବା ବହୁ ପରିମାଣର ଜଳ ସଂରକ୍ଷଣର ପ୍ରମାଣ ପାଇଥିଲେ । ଅଗଷ୍ଟ 9ରେ ଏପରି ଏକ ବଡ଼ ଖବର ସାମ୍ନାକୁ ଆସିଥିଲା । ଏକ ନୂତନ ଅଧ୍ୟୟନରୁ ଜଣାପଡିଥିଲା ଯେ ମଙ୍ଗଳ ଗ୍ରହରେ ବିପୁଳ ପରିମାଣର ଜଳ ଅଛି ଯାହାକି ସମୁଦ୍ରକୁ ପୂର୍ଣ୍ଣ କରିବା ପାଇଁ ଯଥେଷ୍ଟ । ମଙ୍ଗଳ ପୃଷ୍ଠର ମାଟିଠାରୁ ଏହା 11.5 କିମିରୁ 20 କିଲୋମିଟର ମଧ୍ୟରେ ଫସି ରହିପାରେ । ଏହି ଆବିଷ୍କାର ଗ୍ରହରେ ଜୀବସତ୍ତାର ଆଶାକୁ ଉଜ୍ଜିବୀତ କରିଥିଲା । ଭୂତଳ ଜଳର ପରିମାଣ ସମଗ୍ର ଗ୍ରହକୁ 1-2 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ଆଚ୍ଛାଦିତ କରିପାରେ ବୋଲି 'ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ' ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଦର୍ଶାଯାଇଛି ।

ଆକାଶରେ ଦିଶିଲା ଦୁଇଟି ଜହ୍ନ
ଆକାଶରେ ଦିଶିଲା ଦୁଇଟି ଜହ୍ନ (Representative Image)

ପୃଥିବୀ ନିକଟରେ ଦ୍ବିତୀୟ ଜହ୍ନ:-

ବର୍ଷ 2024ରେ ପୃଥିବୀକୁ ନୂଆ ପଡ଼ୋଶୀ । ଯାହାକୁ ମିନି ମୁନ୍‌, ଦ୍ବିତୀୟ ଜହ୍ନ ଭାବେ ପରିଚୟ କରାଯାଇଥିବା ବେଳେ ବିଜ୍ଞାନୀ ଭାଷାରେ '2024 PT5' ବୋଲି କୁହାଯାଇଥିଲା । ଏହି ଆଷ୍ଟେରଏଡ 2024 PT5 ସେପ୍ଟେମ୍ବର 29 ତାରିଖରୁ ନଭେମ୍ବର 25 ତାରିଖ ପର୍ଯ୍ୟନ୍ତ ପୃଥିବୀର ନିକଟ କକ୍ଷପଥରେ ପରିକ୍ରମା କରିଥିଲା । ଚଳିତ ବର୍ଷ ଅଗଷ୍ଟ 7ରେ ଏହି ଆଷ୍ଟେରଏଡକୁ ପ୍ରଥମେ ହାୱାଇର ହାଲାକାଲା ଅବଜରଭେଟୋରୀରେ ନାସାର ଆଷ୍ଟେରଏଡ ଟେରେଷ୍ଟ୍ରିଆଲ-ଇଫେକ୍ଟ ଲଷ୍ଟ ଆଲର୍ଟ ସିଷ୍ଟମ (ATLAS) ଦ୍ବାରା ଚିହ୍ନଟ ହୋଇଥିଲା । ପୃଥିବୀ ନିକଟରେ ଅନେକ ସମୟରେ ଏଭଳି ଆଷ୍ଟେରଏଡ ଦେଖିବାକୁ ମିଳନ୍ତି, ଏହାକୁ ମିନି ମୁନ୍‌ ବୋଲି କୁହାଯାଏ । ଏଗୁଡ଼ିକ ଆକାରରେ ଛୋଟ ହୋଇଥିବା ବେଳେ କିଛି ସମୟ ପାଇଁ ପୃଥିବୀ ନିକଟରେ ଦୃଶ୍ୟମାନ ହୁଅନ୍ତି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଥିଲେ ।

ମିଶନ କମାଣ୍ଡର ଜାରେଡ୍ ଆଇଜାକମ୍ୟାନଙ୍କ ଐତିହାସିକ ଘରୋଇ ସ୍ପେଶୱାକ
ମିଶନ କମାଣ୍ଡର ଜାରେଡ୍ ଆଇଜାକମ୍ୟାନଙ୍କ ଐତିହାସିକ ଘରୋଇ ସ୍ପେଶୱାକ (Photo Credit- SpaceX)

ମହାକାଶରେ ସାଧାରଣ ନାଗରିକ:-

ବିଦାୟୀ ବର୍ଷ 2024ରେ ବିଶିଷ୍ଟ ଶିଳ୍ପପତି ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ ସ୍ପେଶଏକ୍ସର ପୋଲାରିସ୍ ଡନ୍ ମିଶନ (Polaris Dawn mission) ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା । ସେପ୍ଟେମ୍ବର 12 ତାରିଖରେ ପ୍ରଥମ ଥର ପାଇଁ ଜଣେ ସାଧାରଣ ନାଗରିକ ପୃଥିବୀଠାରୁ 737 କିମି ଉଚ୍ଚରେ ମହାକାଶରେ ଚାଲିଥିଲେ । ତେବେ ଏହା ସମ୍ପୂର୍ଣ୍ଣ 'ଘରୋଇ ମହାକାଶ ଯାତ୍ରା' ହୋଇଥିବା ବେଳେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜଣେ କୋଟିପତିଙ୍କ ସହ 3ଜଣ ଏହି ଘରୋଇ ସ୍ପେଶଟୁର୍‌ରେ ପୃଥିବୀଠାରୁ 1400କିମି ଦୂରକୁ ଯାତ୍ରା କରିଥିଲେ । ମିଶନ କମାଣ୍ଡର ଜାରେଡ୍ ଆଇଜାକମ୍ୟାନ୍ ଏବଂ ସ୍ପେଶ୍‌ ଏକ୍ସର ସାରା ଗିଲ୍ସ ଏହି ସ୍ପେଶୱାକ୍‌ କରିଥିବା ବେଳେ ପାଇଲଟ୍ ସ୍କଟ୍ କିଡ୍ ପୋଟେଟ୍ ଏବଂ ସ୍ପେଶ୍‌ ଏକ୍ସର ଅନ୍ନା ମେନନ୍ ଭିତରେ ଥାଇ ସ୍ପେଶ୍‌ ୱାକକୁ ଦେଖିଥିଲେ ।

ମହାକାଶରେ ଫସିଥିବା ସୁନୀତା ୱିଲିୟମ୍ସ ଓ ସହଯୋଗୀ ୱିଲମୋର
ମହାକାଶରେ ଫସିଥିବା ସୁନୀତା ୱିଲିୟମ୍ସ ଓ ସହଯୋଗୀ ୱିଲମୋର (Photo Credit- NASA)

8ଦିନ ପାଇଁ ଯାଇ 8ମାସ ଫସିଲେ ସୁନୀତା ୱିଲିୟମ୍ସ:-

ସ୍ପେଶ ଜଗତରେ ବର୍ଷ ଅଧାରୁ ଶେଷ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଆସିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରି ରେକର୍ଡ ସୃଷ୍ଟି କରିଛନ୍ତି ସୁନୀତା, ହେଲେ ମହାକାଶରେ ପହଞ୍ଚିବା ପରେ ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ତ୍ରୁଟି ଯୋଗୁଁ 8ଦିନ ଯାତ୍ରା 8ମାସରେ ପରିଣତ ହୋଇୟାଇଛି । 2024 ଜୁନ 6 ତାରିଖରେ ସୁନୀତା ୱିଲିୟମ୍ସ ଓ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ଗସ୍ତ କରିଥିଲେ । 8ଦିନ ପାଇଁ ଉଭୟ ଯାଇଥିଲେ । ମାତ୍ର ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଭୟ ସୁରକ୍ଷା ଦୃଷ୍ଟିରୁ ମହାକାଶରେ ସ୍ଥାପିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ଅଛନ୍ତି । ସେମାନେ ଆସନ୍ତା ବର୍ଷ 2025 ଫେବୃଆରୀରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବେ । ତାଙ୍କୁ ପୃଥିବୀ ଫେରାଇ ଆଣିବା ଲାଗି SpaceXର ସହାୟତାରେ ସେପ୍ଟେମ୍ବର 29 ତାରିଖରେ Crew-9 ମିଶନ ଲଞ୍ଚ ହୋଇଛି ।

ମହାକାଶରେ ସ୍ଥାପିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ଫାଟ
ମହାକାଶରେ ସ୍ଥାପିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ଫାଟ (Photo Credit- X)

ISSରେ 50ରୁ ଅଧିକ ଫାଟ:-

ଗବେଷଣା ଲାଗି ମହାକାଶରେ ଆମେରିକା ଓ ଋଷିଆର ମିଳିତ ଉଦ୍ୟମରେ ସ୍ଥାପିତ ହୋଇଥିବା ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ପ୍ରାୟ 50ରୁ ଅଧିକ ଫାଟ ସୃଷ୍ଟି ହୋଇଛି । ନାସା ଦ୍ବାରା ଏହାର ଖୁଲାସା ପରେ ଏହି ଖବର ଗଣମାଧ୍ୟମ ସଂସ୍ଥାର ଶିରୋନାମା ପାଲଟିଥିଲା । ଏହି ଫାଟ ସୃଷ୍ଟି ହେବା ପୂର୍ବରୁ ISSରୁ ଗ୍ୟାସ୍‌ ଲିକ ହେଉଛି । ପ୍ରତିଦିନ ପ୍ରାୟ 1.7କେଜି ଏଯାର ଲିକ୍‌ ହେଉଛି । ଏହାକୁ ଠିକ କରିବା ଲାଗି ଅନେକ ପ୍ରଚେଷ୍ଟା ହେଉଥିବା ବେଳେ କୌଣସି ସଫଳ ମିଳିପାରିନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି । ନିଶ୍ଚିତ ଭାବରେ ଏହା ISSରେ ଥିବା ମହାକାଶଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତାର କାରଣ ପାଲଟିଛି ।

SpaceXର ଐତିହାସିକ ବୁଷ୍ଟର କ୍ୟାଚ୍‌:-

ଅକ୍ଟୋବର 13 ତାରିଖରେ ସ୍ପେଶଏକ୍ସ ଏକ ଇତିହାସ ସୃଷ୍ଟି କରିଥିଲା । ପ୍ରଥମ ଥର ପାଇଁ କୌଣସି ଏକ ବୁଷ୍ଟର ସବୁଠୁ ଶକ୍ତିଶାଳୀ ଷ୍ଟାରସିପକୁ ମହାକାଶକୁ ପଠାଇ ପୁଣି ସଫଳତାର ସହିତ ପୃଥିବୀକୁ ଫେରିଥିଲା । ଲଞ୍ଚ ପ୍ୟାଡରେ ଏହି ବୁଷ୍ଟରକୁ ସଫଳତାର ସହିତ କ୍ୟାଚ୍‌ କରାଯାଇଥିଲା । ଷ୍ଟାରସିପକୁ ମହାକାଶକୁ ପଠାଇ ମାତ୍ର 7ମିନିଟ ମଧ୍ୟରେ ବୁଷ୍ଟର ଲଞ୍ଚପ୍ୟାଡକୁ ଫେରିଥିଲା । ଏହି 232 ଫୁଟ ବା 71 ମିଟର ବୁଷ୍ଟରକୁ ସଫଳତାର ସହିତ କ୍ୟାଚ୍‌ କରାଯାଇଥିଲା । ବୁଷ୍ଟର ପୃଥିବୀକୁ ଫେରି ଲଞ୍ଚ୍‌ ଟାୱାରରେ ନିର୍ମିତ 'ଚପ୍‌ଷ୍ଟିକ' ସାହାଯ୍ୟରେ କ୍ୟାଚ୍‌ କରାଯାଇଥିଲା ।

ଜାପାନର କାଠ ସାଟେଲାଇଟ
ଜାପାନର କାଠ ସାଟେଲାଇଟ (Credit- JAXA)

ବିଶ୍ବର ପ୍ରଥମ କାଠ ସାଟେଲାଇଟ୍‌ ଲଞ୍ଚ:-

ଜାପାନ ଦୁନିଆର ପ୍ରଥମ Wooden Satellite ନିର୍ମାଣ କରି ଏହାକୁ ନଭେମ୍ବର 5 ତାରିଖରେ ଲଞ୍ଚ କରିଥିଲା । ହାତରେ ଧରି ହେଉଥିବା ଏହି ସାଟେଲାଇଟର ନାମ ରଖାଯାଇଛି ଲିଗ୍ନୋସ୍ୟାଟ୍‌ (LignoSat) । ଏହାକୁ ପ୍ରଥମେ 10 ମାସ ପର୍ଯ୍ୟନ୍ତ ଆନ୍ତର୍ଜାତିକ ସ୍ପେଶ ଷ୍ଟେସନକୁ ନିଆଯାଇଛି ଓ ପରେ ଏହାକୁ 400କିମି ଉଚ୍ଚ କକ୍ଷପଥରେ ଛାଡ଼ି ଦିଆଯିବ । ସେଠାରେ 6ମାସ ପର୍ଯ୍ୟନ୍ତ ଏହା ଗବେଷଣା କରିବ । -100 ଡିଗ୍ରୀରୁ 100 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ଏହାକୁ ଯାଞ୍ଚ କରାଯିବ । ପ୍ରତି 45ମିନିଟରେ ସାଟେଲାଇଟ୍‌ର ଅବସ୍ଥା ଯାଞ୍ଚ କରାଯିବ । କାଠରେ ନିର୍ମିତ ଏହି ସାଟେଲାଇଟ ମହାକାଶରେ ରହିପାରୁଛି କି ନାହିଁ ତାର ଯାଞ୍ଚ କରୁଛି ଜାପାନ । ଯଦି ଏହି ସାଟେଲାଇଟର କୌଣସି କ୍ଷତି ନହୁଏ ତେବେ ଭବିଷ୍ୟତରେ ଚନ୍ଦ୍ର, ମଙ୍ଗଳ ଗ୍ରହରେ ମଣିଷଙ୍କ ଲାଗି କାଠରେ ଘର ତିଆରି କରିବା ସମ୍ଭବପର ହେବ । କାଠ ଅନ୍ୟ ଧାତୁ ତୁଳନାରେ ହାଲୁକା । ନାସା ଏହି ସାଟେଲାଇଟ ନିର୍ମାଣରେ ସାହାଯ୍ୟ କରିଥିବା ବେଳେ ଏହାକୁ SpaceX ସାହାଯ୍ୟରେ ଲଞ୍ଚ କରାଯାଇଛି । ମହାକାଶରେ କାଠ ଅଧିକ ସମୟ ପାଇଁ ରହିବାର ସମ୍ଭାବନା ରହିଛି, କାରଣ ଏହାକୁ ନଷ୍ଟ କରିବା ଲାଗି ମହାକାଶରେ ନା ପାଣି ନା ଜଳ ନା ଅମ୍ଳଜାନ ଓ ନିଆଁ ଅଛି । ଏହି ସାଟେଲାଇଟ୍‌କୁ Hinoki ଗଛର କାଠରୁ ତିଆରି କରାଯାଇଛି ।

ଆଷ୍ଟେରଏଡ ବା ଗ୍ରହାଣୁ
ଆଷ୍ଟେରଏଡ ବା ଗ୍ରହାଣୁ (Photo Credit- NASA)

ପୃଥିବୀର ଅତି ନିକଟତର ହୋଇଥିବା ଆଷ୍ଟେରଏଡ୍‌:-

ପୂରା ବର୍ଷ ଦେଖିଲେ ଅନେକ ଆଷ୍ଟେରଏଡ ବା ଗ୍ରହାଣୁ ପୃଥିବୀର ଅତି ନିକଟତର ଦେଇ ଗତି କରିଛନ୍ତି । ଆମେ ଏହି ଗ୍ରହାଣୁକୁ ନେଇ ଏଥିଲାଗି ଚିନ୍ତିତ କାରଣ ଏହା ପୃଥିବୀକୁ ଧକ୍କା ଦେବାର ସମ୍ଭାବନା ରହିଥାଏ । ହେଲେ ଚଳିତ ବର୍ଷ ସେପରି କୌଣସି ଅଘଟଣ ଘଟିନଥିଲେ ସୁଦ୍ଧା ଅନେକ ବିଶାଳ ବା ବସ ଆକାରର ଗ୍ରହାଣୁ ପୃଥିବୀର ଅତି ନିକଟତର ହୋଇ ଗତି କରିଛନ୍ତି । ସେଗୁଡ଼ିକ ହେଉଛି:

  • ଜୁନ 16, 2024ରେ ଠାବ ହୋଇଥିବା 2024 MK ଗ୍ରହାଣୁ ଜୁନ 29ରେ ପୃଥିବୀକୁ ଅତିକ୍ରମ କରିଥିଲା । ଏହାର ଆକାର 120ରୁ 260 ମିଟର ମଧ୍ୟରେ ରହିଥିଲା । ଏହାର ଦୂରତ୍ବ ପୃଥିବୀଠାରୁ 290,000କିମି ରହିଥିଲା ।
  • ସେପ୍ଟେମ୍ବର 14 ତାରିଖରେ 110ଫୁଟ ଆକାରର 2024 RN16 ଗ୍ରହାଣୁ ପୃଥିବୀଠାରୁ ପ୍ରାୟ 1.6 ମିଲିୟନ ଦୂରରୁ ଅତିକ୍ରମ କରିଥିଲା ।
  • ସେପ୍ଟେମ୍ବର 24ରେ 120ଫୁଟର ଗ୍ରହାଣୁ 2024 RO1 ପୃଥିବୀଠାରୁ 4,580,000 ମାଇଲ ଦୂରରୁ ଅତିକ୍ରମ କରିଥିଲା ।
  • ସେପ୍ଟେମ୍ବର 24ରେ 26ମିଟର ବ୍ୟାସ ଯୁକ୍ତ ଗ୍ରହାଣୁ 2020 GE ପୃଥିବୀଠାରୁ 410,000 ମାଇଲ ଦୂରରୁ ଯାଇଥିଲା ।
  • ଅକ୍ଟୋବର 24 ତାରିଖରେ 580ଫୁଟର ଏକ ବିଶାଳକାୟ ଗ୍ରହାଣୁ 2002 NV16 ପୃଥିବୀଠାରୁ ପ୍ରାୟ 4,520,000 କିମି ଦୂରରୁ ଅତିକ୍ରମ କରିଥିଲା । ଏହାର ଘଣ୍ଟା ପ୍ରତି ବେଗ 17,542 କିମି ରହିଥିଲା ।
  • ଅକ୍ଟୋବର 26 ତାରିଖରେ TB22007 UT3 ଗ୍ରହାଣୁ ପୃଥିବୀଠାରୁ ଯଥାକ୍ରମେ 7,31,000କିମି ଓ 4,200,000କିମି ଦୂରରୁ ଅତିକ୍ରମ କରିଥିଲା ।
  • ଅକ୍ଟୋବର 27ରେ ପୃଥିବୀଠାରୁ 2,460,000କିମି ଦୂରରୁ 2016 BF 1 ଗ୍ରହାଣୁ ଅତିକ୍ରମ କରିଥିଲା ।
  • 10ମିଟର ଆକାର ଯୁକ୍ତ ଗ୍ରହାଣୁ 2024 UQ1 ଅକ୍ଟୋବର 28 ତାରିଖରେ ପୃଥିବୀଠାରୁ 1,48,000କିମି ଦୂରରୁ ଗତି କରିଥିଲା ।
  • ନଭେମ୍ବର 24ରେ 2024 WV1 ପୃଥିବୀକୁ ଅତିକ୍ରମ କରିଥିଲା ।
  • ନଭେମ୍ବର 27ରେ 2024 WG12 ଗ୍ରହାଣୁ ପୃଥିବୀର ନିକଟରୁ ଅତିକ୍ରମ କରିଥିଲା ।
  • ନଭେମ୍ବର 29 ତାରିଖରେ 2024 WF5 ପୃଥିବୀକୁ ଅତିକ୍ରମ କରିଥିଲା ।
  • ଡିସେମ୍ବର 1 ତାରିଖରେ 2024 XA ପୃଥିବୀକୁ ଅତିକ୍ରମ କରିଥିଲା ।
ଏହା ବି ପଢନ୍ତୁ
ସମ୍ପର୍କରେ ଫାଟ, ଅଲଗା ହେଲେ ଏହି ସେଲିବ୍ରିଟି - CELEBRITY DIVORCE IN 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.