ETV Bharat / technology

2024ରେ ବଡ଼ ଟେକ୍‌ ଓ ସାଇବର ଅପରାଧ; ଠକାମିର ଶିକାର ହେଲେ ଲକ୍ଷ ଲକ୍ଷ ଲୋକ - YEARENDER 2024

ବିଦାୟୀ ବର୍ଷ 2024ରେ ଅନେକ ନୂଆ ଟେକ୍‌ ସ୍କାମ ସାମ୍ନାକୁ ଆସିଛି, ଯେଉଁଥିରେ ନିରୀହ ଲୋକ ଠକାମିର ଶିକାର ହୋଇଛନ୍ତି । 'ଇଟିଭି ଭାରତ'ର ସ୍ବତନ୍ତ୍ର ଉପସ୍ଥାପନାରେ ଏ ସମ୍ପର୍କରେ ଜାଣନ୍ତୁ..

Big Tech and Cyber ​​Scams of 2024
Big Tech and Cyber ​​Scams of 2024 (ETV Bharat Graphics)
author img

By ETV Bharat Tech Team

Published : Dec 30, 2024, 8:02 PM IST

ହାଇଦ୍ରାବାଦ: ବର୍ଷ 2024ରେ ଭାରତରେ ସାଇବର ଅପରାଧର ବହୁ ଠକେଇ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ବର୍ଷରେ ପୂର୍ବ ବର୍ଷ ତୁଳନାରେ ଅଧିକ ଠକେଇ ସହ ଅନଲାଇନ ଫ୍ରଡ୍‌ ଅଧିକ ବିପଦଜନକ ହୋଇଛି । ନିରୀହ ଲୋକଙ୍କ ସହିତ ବଡ଼ବଡ଼ିଆ ବି ଏଥିରୁ ବର୍ତ୍ତି ପାରିନାହାନ୍ତି । ସାଇବର ଠକମାନେ ଶିକ୍ଷିତଙ୍କୁ ଚୂନ ଲଗାଇଛନ୍ତି । ଡିଜିଟାଲ ଆରେଷ୍ଟ, ଡିପଫେକ୍‌ ଭଳି ଠକେଇର ଶିକାର ହୋଇଛନ୍ତି ଦେଶବାସୀ । ଏପରିକି କ୍ରିକେଟର କିମ୍ବଦନ୍ତୀ ଖେଳାଳି ସଚୀନ ତେନ୍ଦୁଲକର, ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ ଏହାର ଶିକାର ହୋଇଛନ୍ତି ।

ଫେକ୍‌ ଫେଡେକ୍ସ କୋରିଅର ସ୍କାମ, ନକଲି ଇନଭେଷ୍ଟମେଣ୍ଟ ପ୍ଲାନ, ସାଇବର ବ୍ଲାକମେଲିଂ ଆଦି ମାମଲାରେ ଲୋକଙ୍କ ଆର୍ଥିକ ହାନି ଘଟିଛି । ଏହାବ୍ୟତୀତ, 75 ବର୍ଷୀୟ ବ୍ୟକ୍ତି ନକଲି ଟ୍ରେଡିଂ ଆପ୍‌ ମାଧ୍ୟମରେ କୋଟି କୋଟି ଟଙ୍କା ହରାଇଛନ୍ତି । ରିପୋର୍ଟ ଦେଖିଲେ, 1 ଜାନୁଆରୀଠାରୁ 11 ନଭେମ୍ବର ପର୍ଯ୍ୟନ୍ତ 14ଲକ୍ଷ ସାଇବର ଅପରାଧ ମାମଲା ପଞ୍ଜୀକୃତ ହୋଇଛି । ତେବେ ଆସନ୍ତୁ ଏହି ଆର୍ଟିକଲରେ ଏପରି କିଛି ଅନଲାଇନ ସ୍କାମ ବିଷୟରେ ଜାଣିବା, ଯାହାକି 2024ରେ ଚର୍ଚ୍ଚିତ ଘଟଣା ପାଲଟିଥିଲା ।

  • ଡିପ୍‌ଫେକ୍‌ ଭିଡିଓ ପ୍ରମୋସନ

ଜାନୁଆରୀ 2024ରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଏକ ଡିପ୍‌ଫେକ୍‌ ଭିଡିଓ ତିଆରି କରାଯାଇ ଲୋକଙ୍କ ସହିତ ଅନଲାଇନ ଘୋଟାଲା କରାଯାଇଥିଲା । ସଚିନଙ୍କ ଏହି ନକଲି ଭିଡିଓରେ ତାଙ୍କୁ ଏକ ଗେମ୍‌ Skyward Aviator Questକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଇଥିଲା ବେଳେ ଏହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା । ସଚିନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଏହି ଭିଡିଓ ନକଲି ବୋଲି ଲୋକଙ୍କୁ ଜଣାଇଥିଲେ । ସୋସିଆଲ ମିଡିଆରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଚିନ ମଧ୍ୟ ନିବେଦନ କରିଥିଲେ । ଏମାନଙ୍କ ବ୍ୟତୀତ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରୁ ଏହା ବୁଝିହେବ ଯେ ଡିପ୍‌ଫେକ୍‌ ଟେକ୍ନୋଲୋଜିର ଅପବ୍ୟବହାର ଅତି ଦ୍ରୁତ ଗତିରେ ବଢୁଛି ଏବଂ ଏହା କେବଳ ଲୋକଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁନାହିଁ, ବରଂ ଏହା ବିପୁଳ ଅର୍ଥନୈତିକ ହାନି ମଧ୍ୟ ଘଟାଉଛି ।

Big Tech and Cyber ​​Scams of 2024
Big Tech and Cyber ​​Scams of 2024 (ETV Bharat Graphics)
  • ଫେକ୍‌ ଫେଡଏକ୍ସ କୋରିଅର ସ୍କାମ

ଫେବୃଆରୀ 2024ରେ କର୍ଣ୍ଣାଟକ କ୍ୟାପିଟାଲ ସିଟି ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀର ସିଇଓଙ୍କୁ ଏକ ଫୋନକଲ୍‌ ଆସିଥିଲା । କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ମୁମ୍ବାଇରୁ ଫେଡେକ୍ସ କୋରିଅର ଏଜେଣ୍ଟ ଭାବରେ ପରିଚିତ କରିଥିଲା ଓ ତାଙ୍କ ନାଁରେ ଏକ ବେଆଇନ ପାର୍ସଲ ହସ୍ତଗତ ହୋଇଥିବା କହିଥିଲା । ଏହାପରେ ପୀଡ଼ିତଙ୍କ ସହ ପୋଲିସ ରୂପ ଧାରଣ କରି ଜଣେ ବ୍ୟକ୍ତି କଥାବାର୍ତ୍ତା କରିଥିଲା ଓ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା କହିଥିଲା । ଏହି ଅବଧି ମଧ୍ୟରେ ସିଇଓ 8ଟି ଟ୍ରାଞ୍ଜାକ୍ସନ ମାଧ୍ୟମରେ ମୋଟ 2.3 କୋଟି ଟଙ୍କା ପଠାଇବାକୁ ବାଧ୍ୟ ହୋଇଥିଲେ । ଯେତେବେଳେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ, ସେତେବେଳେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଘୋଟାଲା ଦର୍ଶାଏ ଯେ ସାଇବର ଅପରାଧୀମାନେ କିପରି ଚତୁରତାର ସହ ଲୋକଙ୍କୁ ସେମାନଙ୍କର ଶିକାର ବନାନ୍ତି ।

  • ଫେକ୍‌ ଇନଭେଷ୍ଟମେଣ୍ଟ ସ୍କିମ

ଜୁଲାଇ 2024ରେ, ତେଲେଙ୍ଗାନାର ଜଣେ 75 ବର୍ଷ ବୟସ୍କ ଅବସରପ୍ରାପ୍ତ ମ୍ୟାନେଜର ଏକ ନକଲି ବିନିଯୋଗ ଯୋଜନାର ଶିକାର ହୋଇଥିଲେ । ହ୍ବାଟ୍ସଆପ୍‌ରେ ଏକ ଇନଭେଷ୍ଟମେଣ୍ଟ ପ୍ରସ୍ତାବ ଆସିଥିଲା ​​ଯେଉଁଥିରେ ବିପୁଳ ରିଟର୍ଣ୍ଣର ପ୍ରତିଶ୍ରୁତି ଦିଆଯାଇଥିଲା । କିଛି ଦିନ ମଧ୍ୟରେ ସେ 4କୋଟି ଟଙ୍କା ବିନିଯୋଗ କରିଥିଲେ ଏବଂ ଯେତେବେଳେ ତାଙ୍କ ଆକାଉଣ୍ଟରେ 10କୋଟି ଟଙ୍କା ଦେଖାଗଲା, ସେତେବେଳେ ତାଙ୍କୁ ଅଧିକ ଟଙ୍କା ଜମା କରିବାକୁ କୁହାଯାଇଥିଲା । ଏହି ପ୍ରକାର ଠକେଇରେ ସାଇବର ଅପରାଧୀମାନେ ଲୋକଙ୍କୁ ଅଧିକ ରିଟର୍ଣ୍ଣ ଦେଇ ସେମାନଙ୍କୁ ପ୍ରତାରଣା କରନ୍ତି ଏବଂ ସେମାନଙ୍କର ବିପୁଳ ଆର୍ଥିକ କ୍ଷତି ଘଟାନ୍ତି ।

  • ସାଇବର ବ୍ଲାକମେଲ୍‌

ଅଗଷ୍ଟ 2024ରେ ପୁଣେର ଜଣେ 74 ବର୍ଷୀୟ ବୟସ୍କ ବ୍ୟକ୍ତି ସାଇବର ବ୍ଲାକମେଲର ଶିକାର ହୋଇଥିଲେ । ସାଇବର ଅପରାଧୀମାନେ ନିଜକୁ ପୋଲିସ ବୋଲି ଦର୍ଶାଇ ତାଙ୍କୁ ଅନେକ ଥର ଡାକି ବ୍ୟାଙ୍କକୁ ଯାଇ 97 ଲକ୍ଷ ଟଙ୍କା ଟ୍ରାନ୍ସଫର କରିବାକୁ ବାଧ୍ୟ କରିଥିଲେ । ଏହି ସାଇବର ଅପରାଧ କରିଥିବା ଠକମାନେ ପୀଡିତଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଟଙ୍କା ନ ଦିଅନ୍ତି ତେବେ ସେ ଏକ ଆଇନଗତ ମାମଲାରେ ଜଡିତ ହେବେ । ଏପରି ଠକେଇ ଦର୍ଶାଉଛି ଯେ ସାଇବର ବ୍ଲାକମେଲର ଶିକାର ହୋଇଥିବା ବ୍ୟକ୍ତିଙ୍କ ଉପରେ କିପରି ମାନସିକ ଏବଂ ଆର୍ଥିକ ଚାପ ରହିଥାଏ ।

  • ଫେକ୍‌ ଟ୍ରେଡିଂ ଆପ୍‌

ଅଗଷ୍ଟ 2024ରେ ମୁମ୍ବାଇର 75 ବର୍ଷ ବୟସ୍କ ଅବସରପ୍ରାପ୍ତ ଶିପ୍‌ କ୍ୟାପ୍ଟେନ ଏକ ନକଲି ବାଣିଜ୍ୟ ଆପ୍ ମାଧ୍ୟମରେ 11.16 କୋଟି ଟଙ୍କା ଠକେଇର ଶିକାର ହୋଇଥିଲେ । ଏହି ସ୍କାମ ଏକ ହ୍ବାଟ୍ସଆପ୍‌ ଗ୍ରୁପରୁ ଆରମ୍ଭ ହୋଇଥିଲା ଯେଉଁଥିରେ ତାଙ୍କୁ ନିବେଶ ପାଇଁ ଆକର୍ଷିତ କରାଯାଇଥଇଲା । ପରେ ତାଙ୍କୁ ତାଙ୍କ ସୁବିଧା ପାଇଁ ଅତିରିକ୍ତ ଶୁଳ୍କ ଜମା କରିବାକୁ କୁହାଯାଇଥିଲା, କିନ୍ତୁ ଯେତେବେଳେ ଅବସରପ୍ରାପ୍ତ କ୍ୟାପ୍ଟେନ ତାଙ୍କ ଟଙ୍କା ପ୍ରତ୍ୟାହାର କରିବାକୁ ଚେଷ୍ଟା କଲେ, ସେତେବେଳେ ସେ ତାହା ଫେରସ୍ତ କରିନଥିଲେ ।

  • ଫେକ୍‌ ସୁପ୍ରିମ କୋର୍ଟ ଶୁଣାଣି

ଅଗଷ୍ଟ 2024ରେ ବର୍ଦ୍ଧମାନ ଗ୍ରୁପ୍ ଚେୟାରମ୍ୟାନ୍ ଏସ. ପି. ଓସୱାଲଙ୍କୁ ମଧ୍ୟ ଠକାମିର ଶିକାର ହେବାକୁ ପଡ଼ିଥିଲା । ଠକମାନେ ସେମାନଙ୍କୁ ଏକ ନକଲି ଅନଲାଇନ କୋର୍ଟର ଶୁଣାଣିରେ ପ୍ରଲୋଭିତ କରି ତଦନ୍ତର ଏକ ଅଂଶ ଭାବରେ ସେମାନଙ୍କ ଟଙ୍କା ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ କହିଥିଲେ । ଭୟ ଯୋଗୁଁ ଓସୱାଲ ତାଙ୍କର ସମସ୍ତ ରାଶି ସ୍ଥାନାନ୍ତର କରିଥିଲେ । ପରେ ଯେତେବେଳେ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ସେତେବେଳେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ଏବଂ 5.2 କୋଟି ଟଙ୍କା ଜବତ କରାଯାଇଥିଲା ।

  • ଡିଜିଟାଲ ଆରେଷ୍ଟ ସ୍କାମ

ନଭେମ୍ବରରେ ବେଙ୍ଗାଲୁରୁର ଜଣେ ସଫ୍ଟୱେୟାର ଇଞ୍ଜିନିୟର ଡିଜିଟାଲ ଗିରଫ ନାଁରେ 11.8 କୋଟି ଟଙ୍କା କ୍ଷତି ସହିଛନ୍ତି । ସାଇବର ଅପରାଧୀମାନେ ତାଙ୍କୁ ବିଶ୍ବାସ କରାଇଥିଲେ ଯେ ତାଙ୍କର ଆଧାର ନମ୍ବର ଏବଂ ସିମ୍ କାର୍ଡର ଅପବ୍ୟବହାର କରାଯାଉଛି ଏବଂ ଯଦି ସେ ସହଯୋଗ ନ କରନ୍ତି ତେବେ ତାଙ୍କୁ ଗିରଫ କରାଯିବ । ଆଜିକାଲି ଡିଜିଟାଲ ଗିରଫ ହେବାର ଆହୁରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅପରାଧୀମାନେ ପୋଲିସ, ସିଆଇଡି, ଇଡି, ଜଜ୍ ଭଳି ବଡ଼ ବଡ଼ ପଦବୀରେ ଥିବା କୁହନ୍ତି ଓ ଲୋକଙ୍କୁ ଭୟଭୀତ କରନ୍ତି ଏବଂ ପରେ ଲୋକଙ୍କୁ ଧମକ ଚମକ ଦିଅନ୍ତି । ଏହି ପ୍ରକାର ସ୍କାମରେ ଦର୍ଶାଉଛି ଯେ ସାଇବର ଅପରାଧୀମାନେ କିପରି ଲୋକଙ୍କୁ ଭୟଭୀତ କରନ୍ତି ଏବଂ ସେମାନଙ୍କ ଟଙ୍କା ଲୁଟ୍‌ କରନ୍ତି ।

ସାଇବର ଠକେଇରୁ କିପରି ବର୍ତ୍ତିବେ ?

  • ପରିଚୟ ଯାଞ୍ଚ କରନ୍ତୁ: ଅଜଣା କଲ୍ କିମ୍ବା ମେସେଜ ସହିତ ଆପଣଙ୍କର ବ୍ୟକ୍ତିଗତ ସୂଚନା ଆଦୌ ସେୟାର କରନ୍ତୁ ନାହିଁ । ଦୟାକରି କୌଣସି କୋରିଅର୍ ବା କଲ୍‌ ଆସିଲେ ଏ ଏହା ବିଷୟରେ ଭଲ ଭାବେ ଯାଞ୍ଚ କରନ୍ତୁ । କୌଣସି ପଦକ୍ଷେପ ନେବା ପୂର୍ବରୁ ଏ ସବୁ ନିଶ୍ଚିତ କରନ୍ତୁ ।
  • ଡିପ୍‌ଫେକ୍ ଭିଡିଓ ପ୍ରତି ସାବଧାନ ରୁହନ୍ତୁ: ଭିଡିଓ ଏବଂ ଅଡିଓ କ୍ଲିପ୍ ଉପରେ ବିଶ୍ବାସ କରନ୍ତୁ ନାହିଁ ଯାହା ସେଲିବ୍ରିଟିମାନଙ୍କୁ ଜଡିତ କରିଥାଏ । ପୁନର୍ବାର ଯାଞ୍ଚ ନ କରି କାହା ସହିତ ବ୍ୟକ୍ତିଗତ ତଥ୍ୟକୁ ସେୟାର କରନ୍ତୁ ନାହିଁ ।
  • ନକଲି ଇନଭେଷ୍ଟମେଣ୍ଟ ଯୋଜନା ପ୍ରତି ସାବଧାନ ରୁହନ୍ତୁ: ଆଜିକାଲି ସାଇବର ଅପରାଧୀମାନେ ଅନେକ ପ୍ରକାରର ନକଲି ବିନିଯୋଗ ଯୋଜନା ଆଣି ଲୋକଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରୁଛନ୍ତି । ଏଭଳି ପରିସ୍ଥିତିରେ କୌଣସି ପ୍ରକାରର ଯୋଜନାରେ ଅର୍ଥ ବିନିଯୋଗ କରିବା ପୂର୍ବରୁ ଏହାକୁ ସଠିକ୍ ଭାବରେ ଯାଞ୍ଚ କରିବା ଉଚିତ ।
  • ସାଇବର ବ୍ଲାକମେଲରୁ ଦୂରେଇ ରୁହନ୍ତୁ: ଯଦି କଲ୍ କିମ୍ବା ମେସେଜ୍ ମାଧ୍ୟମରେ କେହି ଆପଣଙ୍କୁ ଧମକ ଚମକ ଦେଉଛନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ । ଥଣ୍ଡା ମନରେ ଚିନ୍ତା କରନ୍ତୁ ଏବଂ ଆପଣଙ୍କୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ସମ୍ପର୍କରେ ଯଥାଶୀଘ୍ର ପୋଲିସକୁ ଜଣାନ୍ତୁ ।
  • ଟ୍ରେଡିଂ ଆପ୍ ଯାଞ୍ଚ କରନ୍ତୁ: ଯଦି ଆପଣ କୌଣସି ପ୍ଲାଟଫର୍ମ ମାଧ୍ୟମରେ ଟ୍ରେଡିଂ କରିବାକୁ ଚାହାଁନ୍ତି, ତେବେ ଆପଣ ଟଙ୍କାଟିଏ ବି ଟ୍ରେଡିଂ କରିବା ପୂର୍ବରୁ ପ୍ଲାଟଫର୍ମକୁ ଭଲ ଭାବେ ଯାଞ୍ଚ କରିବା ଉଚିତ ଏବଂ ସର୍ବଦା କେବଳ ଏକ ସାର୍ଟିଫାଏଡ୍ ପ୍ଲାଟଫର୍ମ ବ୍ୟବହାର କରନ୍ତୁ ।
ଏହା ବି ପଢନ୍ତୁ
  1. ଡିଜିଟାଲ ଆରେଷ୍ଟରେ ଲୁଟିଥିଲା କୋଟିଏ, ତେଲେଙ୍ଗାନାର ଅବଦୁଲ ସଲିମ ଗିରଫ
  2. ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ, ପୂର୍ବତନ ସେନାଧିକାରୀଙ୍କଠୁ ଲୁଟିନେଲେ 1 କୋଟି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.